ଆଗରପଡ଼ା :ଆଗରପଡ଼ା ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଆନୁକୁଲ୍ୟରେ ଶନିବାର ସ୍ୱଚ୍ଛ ଭାରତ ଅଭିଯାନରେ ସ୍ୱେଚ୍ଛାସେବୀମାନେ ଆଗରପଡ଼ା ବସ୍ଷ୍ଟାଣ୍ଡ,ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ଆଗରପଡ଼ା କଲେଜ ଛକ ନିମଟରେ ଥିବା ମହତାବଙ୍କ ପ୍ରତିମୂର୍ତ୍ତି ନିକଟରେ ସଫେଇ କରିଥିବା ଜଣାପଡ଼ିଛି । ଉକ୍ତ କାର୍ଯ୍ୟକ୍ରମରେ କଲେଜର ପାଖାପାଖି ୫୦ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ କାର୍ଯ୍ୟକ୍ରମ ଅଧିକାରୀ ପ୍ରକାଶ ରାଉତ ଓ ଏନ୍ସିସି ମୁଖ୍ୟ ଜଗନ୍ନାଥ ଦାସ ନେତୃତ୍ୱ ନେଇଥିଲେ ।

