ଅଣ୍ଢିଆ ନୋଡାଲ ଉ.ପ୍ରା.ବିଦ୍ୟାଳୟ

ରାଜ୍ୟ

ବନ୍ତ ବ୍ଲକ ଅନ୍ତର୍ଗତ ଅଣ୍ଢିଆ ସରକାରୀ ନୋଡାଲ ଉପ୍ରା ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ପ୍ରଧାନଶିକ୍ଷକ ଉମାକାନ୍ତ ସାହୁଙ୍କ ତତ୍ତ୍ୱାବଧାନ ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକ ନିର୍ମଳ ଚନ୍ଦ୍ର ବାରିକଙ୍କ ସଭାପତିତ୍ୱରେ ମୁଖ୍ୟଅତିଥି ସିଆରସିସି ସନ୍ତୋଷ କୁମାର ମଲ୍ଲିକ, ପ୍ରାକ୍ତନ ସିଆରସିସି ରତିକାନ୍ତ ମଲ୍ଲିକ, ସମ୍ମାନିତ ଅତିଥି ସୁନା ଗଢିଆ ବିଦ୍ୟାଳୟ ଧର୍ମେନ୍ଦ୍ର ନାରାୟଣ ଜେନା, ସମାଜସେବୀ ରବୀନ୍ଦ୍ର କୁମାର ଧଳ, ଶିକ୍ଷାବିତ୍ ବସନ୍ତ କୁମାର ଦାସ, ପ୍ରଫୁଲ୍ଲ କୁମାର ନାୟକ, ଧନେଶ୍ୱର ଖଣ୍ଡେଇ, ବାଇଧର ଓଝା, ରାଜେନ୍ଦ୍ର ବେହେରା, ପରିଚାଳନା କମିଟି ସଭାପତି ଅନନ୍ତ ଗୋପାଳ ମାଝୀ, ଆଲୁମିନି କମିଟି ସଭାପତି କୃଷ୍ଣଚନ୍ଦ୍ର ରାଉତ ପ୍ରମୁଖ ଯୋଗଦେଇଥିଲେ । ଶିକ୍ଷକ ଗୌତମ ଦେହୁରୀ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବାର୍ଷିକ ବିବରଣୀ ପଠନ ନମିତା ସେଠି ଓ ଧନ୍ୟବାଦ ଅର୍ପଣ ରଞ୍ଜିତା ଜେନା ପ୍ରଦାନ କରିଥିଲେ । ବିଦ୍ୟାଳୟ ଦ୍ୱାରା ଅନୁଷ୍ଠିତ ହୋଇଥିବା ବିଭିନ୍ନ କ୍ରୀଡାରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀ ଓ ଶିକ୍ଷାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥିଙ୍କ ଦ୍ୱାରା ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା । ଶେଷରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ସ୍ୱାଗତ ସଂଗୀତ ଓ ସଂସ୍କୁତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମନ୍ଦାକିନୀ ଦେହୁରୀ ରଶ୍ମିରେଖା ସେଠି, ବିଜୟଲଷ୍ମୀ ସାହୁ, ଗୋପବନ୍ଧୁ ଜେନା, ରଶ୍ମିତା ଶଙ୍ଖୁଆ, ତିଳୋତ୍ତମା ଜେନା, ସୁଲଚନା ରାଉତ, ଆର୍ତ୍ତବନ୍ଧୁ ରାଉତ , ପରିଚାଳନା କମିଟି ସଦସ୍ୟ/ସଦସ୍ୟା ଓ ଗ୍ରାମବାସୀ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।ଏହି ଅବସରରେ ବିଦ୍ୟାଳୟ ପକ୍ଷରୁ ଶିବ ଚରଣ ଜେନା, ଅରୁଣ କୁମାର ରାଉତ, ଗୋପୀନାଥଙ୍କୁ ସମ୍ମାନିତ କରାଯାଇଥିଲା ।

Shrutilipi ad