ଆଗରପଡ଼ା :ବନ୍ତ ବ୍ଳକ ଗୋପିନାଥପୁର ପଂଚାୟତ ଅନ୍ତର୍ଗତ ଗୋପିନାଥଜୀୟ ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ପ୍ରଧାନଶିକ୍ଷୟିତ୍ରୀ ମଂଜୁଲତା ପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ବିଆରସିସି ହରେକୃଷ୍ଣ ଆପଟ,ମୁଖ୍ୟ ବକ୍ତା ସାହିତ୍ୟିକ ତଥା ବିଶିଷ୍ଟ ପ୍ରବଚକ ହରିହର ପାଣିଗ୍ରାହୀ,ସମ୍ମାନିତ ଅତିଥି ଏବିଓ ପ୍ରମୋଦ ପଣ୍ଡା,ଭାଗିରଥି ପାତ୍ର,ସରପଂଚ ସବିତାରାଣୀ ନାୟକ,ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ଭାସ୍କର ଚନ୍ଦ୍ର ପାଢୀ,ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ସମ୍ପାଦକ ଧର୍ମେନ୍ଦ୍ର ନାରାୟଣ ଜେନା,ଅବସରପ୍ରାପ୍ତ ପୂର୍ବତନ ପ୍ରଧାନଶିକ୍ଷକ ରବୀନ୍ଦ୍ରନାଥ ଖଟୁଆ,ପୂର୍ବତନ ସିଆସିସି ବିକ୍ରମ ପାଲ ଓ ସିଆରସିସି ପ୍ରଫୁଲ୍ଲ ସାହୁ ପ୍ରମୁଖ ଯୋଗ ଦେଇଥିଲେ । ପରିଚାଳନା ମକିଟି ସଭାପତି ଦେବେନ୍ଦ୍ର ନାଥ,ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଗୋବିନ୍ଦଚନ୍ଦ୍ର ରାଉତ,ରତ୍ନାକର ନାୟକ,ପ୍ରଧାନଶିକ୍ଷକ ପ୍ରଫୁଲ୍ଲ ଚନ୍ଦ୍ର ଜେନା ପିଲାମାନଙ୍କ ଉଦ୍ଦେଶ୍ୟରେ ନିଜନିଜ ମତ ରଖିଥିଲେ । ଶିକ୍ଷକ ପଂଚାନନ ପୃଷ୍ଟି ଅତିଥି ପରିଚୟ,ଶିକ୍ଷୟିତ୍ରୀ ପଦ୍ମାବତୀ ଗାହାଣ ବାର୍ଷିକ ବିବରଣୀ ପାଠ ଓ ଶିକ୍ଷକ ଶଶିକାନ୍ତ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ବିଦ୍ୟାଳୟରେ ସିଦ୍ଧିବିନାୟକ ଗଜାନନଙ୍କ ବିଗ୍ରହ ପ୍ରତିଷ୍ଠା କରାଯାଇଥିଲା । ତୃତୀୟ ଶ୍ରେଣୀ ବୃତ୍ତି ପରୀକ୍ଷାରେ ବନ୍ତ ବ୍ଲକରେ ୫ମ ସ୍ଥାନ ଅଧିକାର କରିଥିବା ଛାତ୍ରୀ ପୁନମ୍ ପତିଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଶେଷରେ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ବନମାଳୀ ଖଟୁଆ,ପ୍ରଶ୍ନଦତ୍ତ ନାୟକ,ହିମାଂଶୁ ଶେଖର ଦାସ,ମନୋଜ ସେଠୀ,ସନ୍ଧ୍ୟାରାଣୀ ବେହେରା ପ୍ରମୁଖ ଶିକ୍ଷକ/ଶିକ୍ଷୟିତ୍ରୀ ସହଯୋଗ କରିଥିଲେ ।

