ନୀଡ଼ ଏଯୁକେସନ ପକ୍ଷରୁ ନବ ନିଯୁକ୍ତ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ

ରାଜ୍ୟ

ବାରିପଦା: କଠିନ ପରିଶ୍ରମ ଓ ଉପଯୁକ୍ତ ତାଲିମ ପାଇଲେ ଜଣେ ନିଶ୍ଚିତ ଜୀବନରେ ସଫଳତା ହାସଲ କରିପାରିବ I ତାହା ପ୍ରମାଣ କରିଦେଇଛନ୍ତି ନୀଡ଼ ଏଜୁକେସନର ଛାତ୍ରଛାତ୍ରୀ ମାନେ I ଚଳିତ ମାସ ଭୁବନେଶ୍ୱର ସ୍ଥିତ କେପିଟାଲ ଉଚ୍ଚ ବିଦ୍ୟାଳୟ ପରିସରରେ ଓଡିଶା ସରକାରଙ୍କ ଦ୍ୱାରା ଆୟୋଜିତ ନିଯୁକ୍ତି ମେଳାରେ ବାରିପଦାର ନୀଡ଼ ଏଜୁକେସନର ୬ ଜଣ ଛାତ୍ରଛାତ୍ରୀ ବିଭିନ୍ନ ବିଭାଗରେ ଚାକିରୀ ପାଇ ବେଶ ଆନନ୍ଦିତ I ସେମାନେ ହେଲେ ଜାମଦା ବ୍ଲକର ବିଶ୍ୱଜିତ ମଣ୍ଡଳ, ବଡ଼ସାହି ବ୍ଲକର ଗୋପୀନାଥ ସିଂ, ସାରସକଣା ବ୍ଲକର ଡାକ୍ତର ଟୁଡୁ, ସାରସକଣା ବ୍ଲକ ଦିବି ବେଶ୍ରା, ସାରସକଣା ବ୍ଲକର ଚୂଡ଼ାମଣି ସୋରେନ ଓ କେନ୍ଦୁଝରର ଗଣେଶ ପୁହାଣ I ଅନୁଷ୍ଠାନ ତରଫରୁ ଏହି ନବନିଯୁକ୍ତ ଛାତ୍ରଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି I ପ୍ରକାଶ ଥାଉକି ଏହି ଅନୁଷ୍ଠାନରୁ ଦୀର୍ଘ ବର୍ଷ ଧରି ମୟୁରଭଞ୍ଜ ଓ କେନ୍ଦୁଝରର ଛାତ୍ରଛାତ୍ରୀ ମାନେ ସଫଳ ପ୍ରଶିକ୍ଷଣ ପାଇ ଓଡିଶା ତଥା ଭାରତ ସରକାରଙ୍କ ବିଭିନ୍ନ ବିଭାଗରେ ଅବସ୍ଥାପିତ ହୋଇପାରିଛନ୍ତି I ଏହି ସଫଳତା ପାଇଁ ଅନୁଷ୍ଠାନର ପ୍ରତିଷ୍ଠାତା ଦୀପ୍ତି ପ୍ରକାଶ ବସା ଓ ଅନୁସୟା ବସା କିରଣ କୁମାର ତୁଙ୍ଗ, ଦୀପକ କୁମାର ମହାନ୍ତ, ଘନଶ୍ୟାମ ମହାନ୍ତଙ୍କୁ ସମସ୍ତ ଶ୍ରେୟ ଦେଇଛନ୍ତି I

Shrutilipi ad