ନାବାଳିକା ଦୁଷ୍କର୍ମକାରୀକୁ ଆଜୀବନ ସଶ୍ରମ କାରାଦଣ୍ଡ ସମେତ ଜୋରିମାନା

ରାଜ୍ୟ

ବାରିପଦା (ଓଏନଏନ) :  ୨୦୧୯ ମସିହା ନଭେମ୍ବର ୩୦ ତାରିଖ ରେ ମୟୁରଭଞ ଜିଲା ଶରତ ଥାନା ଅଞ୍ଚଳରେ ରେ ଜନୈକା ନାବାଳିକା ସହିତ ହୋଇଥିବା ଦୁଷ୍କର୍ମ ସଂଙ୍କ୍ରାନ୍ତ ଏକ ମାମଲାର ଆଜି ବିଚାର କରି ଆଡ – ହକ ଅତିରିକ୍ତ ଜିଲା ଓ ଦୌରାଜଜ ( ଏଫଟିଏସସି) ଆଣ୍ଡର ପକ୍ସୋ ଆକ୍ଟ , ବାରିପଦା ବିଚାରପତି ସନ୍ତୋଷ କୁମାର ନାଏକ ଅଭିଯୁକ୍ତ ମୟୁରଭଞ୍ଜ ଜିଲା ଶରତ ଥାନା ଅନ୍ତର୍ଗତ ସରଡିହା ଗ୍ରାମର ଦୁିମ୍ବି ସିଂ ବାନରା ଏଲିଏସ ପାଣ୍ଡ୍ୟା (୩୦) କୁ ଦୋଷୀ ସାବ୍ୟସ୍ତ କରବା ସହିତ ଦଫା ୬ ଅଫ ଦା ପୋକ୍ସୋ ଆକ୍ଟ ଅନୁଯାୟୀ ମଧ୍ୟ ଆଜୀବନ ସଶ୍ରମ କାରାଦଣ୍ଡ ସମେତ ୧୦ ହଜାର ଟଙ୍କା ଜୋରିମାନା ଅନାଦେୟ ଅଧିକ ଛଅ ମାସ ସଶ୍ରମ କାରାଦଣ୍ଡ , ଦଫା ୫୦୬ ଅନୁଯାୟୀ ଦୁଇ ବର୍ଷ ସଶ୍ରମ କାରାଦଣ୍ଡ , ୩୨୩ ଆଇପିସି ଅନୁଯାୟୀ ଛଅ ମାସ ସଶ୍ରମ କାରାଦଣ୍ଡ ରେ ଦଣ୍ଡିତ କରିଛନ୍ତି ।

ଏ ସମସ୍ତ ଦଣ୍ଡାଦେଶ ଏକ କାଳୀନ ଲାଗୁ କରିବା ପାଇଁ ରାୟରେ ଉଲେଖ କରାଯାଇଅଛି । ଏଥି ସହିତ ଆଦାୟ ଜୋରିମାନା ଅର୍ଥ ସମେତ ଅଧିକ ପାଞ୍ଚ ଲକ୍ଷ ଟଙ୍କା କ୍ଷତିପୁରଣ ବାବଦକୁ ଜିଲା ଆଇନ ସହାୟତା କତ୍ତୃପକ୍ଷ ଙ୍କୁ ପିଡୀତା ନାମରେ ଦଶ ବର୍ଷ ପାଇଁ କୈାଣସି ରାଷ୍ଟ୍ରାୟତ ବ୍ୟାଙ୍କ ରେ ଜମା ରଖିବା ପାଇଁ ରାୟରେ ଉଲେଖ କରାଯାଇଅଛି । ନାବାଳିକା ସମ୍ପର୍କିୀୟ ଙ୍କ ପକ୍ଷରୁ ଥାନାରେ ଦେଇଥିବା ଲିଖିତ ଅଭିଯୋଗ ଅନୁଯାୟୀ ପିଡୀତା ନାବାଳିକା ର ମାର ମୃତ୍ୟୁ ହୋଇଥିବା ଯୋଗୁଁ ତାର ପିତା ନାବାଳିକା ଝିଅ କୁ ତାର ସମ୍ପର୍କିୀୟ ଅଭିଯୁକ୍ତ ଦୁିମ୍ବି ସିଂ ବାନରା ର ଘରେ କାମ କରିବା ପାଇଁ ଦୁଇ ବର୍ଷ ପୂର୍ବରୁ ଛାଡି ଦେଇଥିଲା । ଅଭିଯୁକ୍ତ ଅନେକ ସମୟରେ ନାବାଳିକା ପ୍ରତି ସୁଯୋଗ ନେଇ ଜୋର ଜବରଦସ୍ତ ଦୁଷ୍କର୍ମ କରିଆସୁଥିଲା । ଏ କଥା କାହାରି ଆଗରେ ପ୍ରକାଶ ନ କରିବା ପାଇଁ ଅଭି୍‌ଯୁକ୍ତ ନାବାଳିକା କୁ ଧମକ ଚମକ ମଧ୍ୟ ଦେଉଥିଲା । ଘଟଣା ଦିନ ଅଭିଯୁକ୍ତ ତାର ସ୍ତ୍ରୀ କୁ ତାର ଶ୍ୱଶୁର ଘରେ ଛାଡିଦେଇ ଆସି ସନ୍ଧ୍ୟା ୭ ଟା ପାଖାପାଖି ନାବାଳିକା କୁ ପିଟାମରା କରିବା ସହିତ ଜୋର ଜବରଦସ୍ତ ଦୁଷ୍କର୍ମ କରିଥିଲା । ଫଳରେ ନାବଳିକା ଜଣକ ଗୁରୁତର ଆହାତ ହୋଇଥିଲା । ତହିଁ ପରଦିନ ନାବାଳିକା ଜଣକ ଏ ସମସ୍ତ କଥା ଅଭିଯୋଗକାରୀ ଙ୍କ ସମେତ ଗ୍ରାମବାସୀ ଙ୍କୁ ଜଣାଇଥିଲା ।

ଏ ବାବଦରେ ଶରତ ଥାନାରେ କେସ ନମ୍ବର ୪୫/୨-୧୨-୨୦୧୯ ରେ ଏକ ଦୁଷ୍କର୍ମ ମାମଲା ରୁଜୁ କରାଯିବା ସହିତ ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା । ମାନ୍ୟବର ଅଦାଲତ ପକ୍ଷରୁ ସମସ୍ତ ୧୪ ଜଣ ସାକ୍ଷୀ ଏବଂ ଆବଶ୍ୟକୀୟ ପ୍ରମାଣପତ୍ର କୁ ଭିତ୍ତିକରି ଚୁଡାନ୍ତ ରାୟ ପ୍ରକାଶ କରାଯାଇଅଛି । ଉକ୍ତ କେସକୁ ସରକାର ଙ୍କ ପକ୍ଷରୁ ସ୍ୱତନ୍ତ୍ର ପି.ପି ମନୋରଞନ ପଟ୍ଟନାୟକ ପରିଚାଳନା କରୁଥିଲେ ।

Shrutilipi ad