ବାରିପଦା: ବାରିପଦା ସ୍ୱତନ୍ତ୍ର ଭିଜିଲାନ୍ସ ଜଜ ପୁର୍ଣିମା ଜେନା ଏକ ଆୟ ବହିର୍ଭୁତ ମାମଲାର ବିଚାର କରି ଭିଜିଲାନ୍ସ ବିଭାଗ ପକ୍ଷରୁ ପକ୍ଷ କରିଥିବା ନାଲନ୍ଦା ଚେକ ଗେଟ ର ଜୁନିଅର ଏମଭିଆଇ ଓ ତାଙ୍କ ବାପା ମା ଏବଂ ଭାଇ ଙ୍କୁ ନିର୍ଦୋଷ ରେ ଖଲାସ କରିଛନ୍ତି l ସୂଚନା ଅନୁସାରେ 2008 ମସିହାରେ ଏମ ଭି ଆଇ ଅମିତ କୁମାର ରଣା ଆୟ ବହିର୍ଭୁତ ସମ୍ପତି ଠୁଳ କରିବା ନେଇ ଏକ ଭିଜିଲାନ୍ସ ମାମଲା ନଂ 42/2008 ରୁଜୁ ହୋଇଥିଲା l ଅମିତ ରଣାଙ୍କର 29,78,391 ଟଙ୍କା ର ସମ୍ପତି ବେଆଇନ ଥିବାର ଭିଜିଲାନ୍ସ ପକ୍ଷରୁ ଦର୍ଶାଯାଇଥିଲା l ସମୁଦାୟ 30 ଜଣ ସାକ୍ଷୀ ଙ୍କ ବୟାନ କୁ ଭିତ୍ତି କରି ମାନ୍ୟବର ଓଦାଲତ ପକ୍ଷରୁ ଚୂଡାନ୍ତ ରାୟ ପ୍ରକାଶ ପାଇଅଛି l ଉକ୍ତ ମାମଲାକୁ ଅଭିଯୁକ୍ତ ଙ୍କ ପକ୍ଷରୁ ଆଇନଜୀବୀ କୈଳାସ ଚନ୍ଦ୍ର ସ ଓ ହେମନ୍ତ ମୁଣ୍ଡ ପରିଚାଳନା କରିଥିଲେ l

