IMG 20260111 WA0170

ଏକାଦଶ ବାର୍ଷିକୀ ରୟାଲସ ପ୍ରିମିୟର ଲିଗ: ପରି ଚାଲେଞ୍ଜର ଚମ୍ପିୟାନ

ରାଜ୍ୟ
ବାରିପଦା : ଷ୍ଟେସନ ଆଥେଲେଟିକ ଆସୋସିଏସନ୍ , ଷ୍ଟେସନ ବଜାର, ବାରିପଦା  ଆନୁକୁଲ୍ୟରେ ଆୟୋଜିତ ଏକାଦଶ ବାର୍ଷିକ ରୟାଲ୍ସ୍ ପ୍ରିମୀୟର ଲିଗର ଫାଇନାଲ ମ୍ୟାଚରେ ପରି ଚାଲେଞ୍ଜର ୩୬ ରନରେ ଭି ରୋରକୁ ପରାସ୍ତ କରି ଚମ୍ପିୟାନ ହୋଇଛି I ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟସଭା ସାଂସଦ ମମତା ମହାନ୍ତ ଆଜିର ଖେଳକୁ ଉଦଘାଟନ କରିବା ସହ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ I ପ୍ରଥମ ବ୍ୟାଟିଂ କରି ପରି  ଚାଲେଞ୍ଜର ୧୨ ଓଭରରେ ୭ ଉଇକେଟ ହରାଇ ୧୫୪ ରନ ସଂଗ୍ରହ କରିଥିଲେ I ଦଳ ପକ୍ଷରୁ ଶୁଭେନ୍ଦୁ ଦାଶ ୪୨, ଜେ କେ ସଂଜୀବ ୩୨ ଓ ଶଙ୍କର ସାହୁ ୨୫ ରନ କରିଥିବା ବେଳେ ବିପକ୍ଷ ଦଳର ଆଦିତ୍ୟ ବସା, ଶିବନାରାୟଣ ନାଏକ ଓ ଅଭିଷେକ ପରିଡା ୨ଟି ଲେଖାଏଁ ଉଇକେଟ ଅକ୍ତିଆର କରିଥିଲେ I ଉତ୍ତରରେ ଭି ରୋର ଦଳ ୧୨ ଓଭରରେ ୯ ଉଇକେଟ ହରାଇ ୧୧୮ ରନ କରିପାରିଥିଲେ I ଦଳ ପକ୍ଷରୁ ଅଭିଷେକ ପରିଡା ୩୩ ଓ ମୃଣମୟ କୁମାର ଜେନା ୨୯ ରନ କରିଥିବା ବେଳେ ବିପକ୍ଷ ଦଳର ମାନସ ସିଂ ୩ଟି, ଭିକି ମାହାନା ଓ ଅଭିଜିତ ବାରିକ ୨ଟି ଲେଖାଏଁ ଉଇକେଟ ଅକ୍ତିଆର କରିଥିଲେ I ଲକ୍ଷ୍ମୀଧର ସିଂ, ପ୍ରସନ୍ନଜିତ ମହାନ୍ତି,  ଖେଳ ପରିଚାଳନା କରିଥିବା ବେଳେ ସ୍କୋରିଙ୍ଗରେ ବିଭୁ ଓ ମ୍ୟାଚ ରେଫେରୀ ଭାବେ ରାଜେଶ ସାହୁ ସହଯୋଗ କରିଥିଲେ I ପଙ୍କଜ ମହାକୁଡ଼ ଧାରା ବିବରଣୀ ପ୍ରଦାନ କରିଥିଲେ I ଲିଗର ଅଧ୍ୟକ୍ଷ ଗିରିଶ ଚନ୍ଦ୍ର ଦାସ ଙ୍କ ସଭାପତତ୍ୱରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ନଗରପାଳ କୃଷ୍ଣIନନ୍ଦ ମହାନ୍ତି, ସମ୍ମାନିତ ଅତିଥି ଭାବେ ଭଞ୍ଜସେନାର ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା ଓ ଅଧ୍ୟକ୍ଷ ସଂଜୀବ ରାଉତ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ଲିଗର ସଭାପତି ସଂଜୀବ ଦ୍ବିବେଦୀ, ସମ୍ପାଦକ ଦେବାଶିଷ ପାତ୍ର, ଷ୍ଟେସନ ଏଥଲେଟିକ ଏସୋସିଏସନର ଉପ ସଭାପତି ଆଦିତ୍ୟ ଦଣ୍ଡପାଟ, କ୍ରିକେଟ ସମ୍ପାଦକ ରାମେଶ୍ୱର ମାଝୀ, ବରିଷ୍ଠ ସଦସ୍ୟ ପୱନ କୁମାର ଅଗ୍ରୱାଲ, ବିଜୟ କୁମାର ଅଗ୍ରୱାଲ ଏବଂ କ୍ଲବର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ I ଫାଇନାଲ ମ୍ୟାଚର ମ୍ୟାନ ଅଫ ଦି ମ୍ୟାଚ ଶୁଭେନ୍ଦୁ ଦାଶ, ଶ୍ରେଷ୍ଠ ବ୍ୟାଟ୍ସମେନ ଓ ଶ୍ରେଷ୍ଠ ଖେଳାଳି ଭାବେ ଆଦିତ୍ୟ ବସା, ଶ୍ରେଷ୍ଠ ବୋଲର ଭାବେ ଶିବନାରାୟଣ ନାୟକଙ୍କୁ ପୁରସ୍କୃତ କରାଯାଇଥିଲା I ଚମ୍ପିୟାନ ଦଳକୁ ୧ ଲକ୍ଷ ୨୦ ହଜାର ଟଙ୍କା ଓ ଟ୍ରଫି ଏବଂ ରନର୍ସ ଅପ ଦଳକୁ ୯୦ ହଜାର ଟଙ୍କା ଓ ଟ୍ରଫି ପ୍ରଦାନ କରାଯାଇଥିବା ବେଳେ ୩ୟ ସ୍ଥାନ ଅଧିକାର କରିଥିବା ମା ତାରିଣୀ ୱରିୟାର୍ସ ଓ ୪ର୍ଥ ସ୍ଥାନ ଅଧିକାର କରିଥିବା ଆଞ୍ଜେଲ ରଣା ଦଳକୁ ୨୫ ହଜାର ଟଙ୍କା ଲେଖାଏଁ ଓ ଟ୍ରଫି ପ୍ରଦାନ କରାଯାଇଥିଲା I
Shrutilipi ad