IMG 20260110 WA0150

ଶହିଦ ଭବନର ନବୀକରଣ ପାଇଁ ଜିଲ୍ଲାପାଳଙ୍କୁ ଭେଟିଲେ ବାରିପଦା କଳାକାର ପରିବାର 

ରାଜ୍ୟ
ବାରିପଦା : କଳା ସଂସ୍କୃତିର ପୀଠ ମୟୁରଭଞ୍ଜ ହୋଇଥିବା ବେଳେ ବାରିପଦା ସହିଦ ଭବନରେ ବର୍ଷତମାମ ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ଦ୍ୱାରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ I ମାତ୍ର ସହିଦ ଭବନରେ ଅତ୍ୟାଧୁନିକ ଆଲୋକ ଓ ଶବ୍ଦର ବ୍ୟବସ୍ଥା ନଥିବାରୁ କାର୍ଯ୍ୟକ୍ରମ ପରିବେଷଣରେ ଆୟୋଜକ ମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି I ବିଶେଷ କରି ନାଟକଟିଏ ମଞ୍ଚସ୍ଥ କରିବା ପାଇଁ ଏହା ଅଧିକ ବ୍ୟୟବହୁଳ ହୋଇପଡିଥାଏ I ଅନେକ ନାଟ୍ୟ ଅନୁଷ୍ଠାନ ରାଜ୍ୟ ତଥା ଜାତୀୟ ସ୍ତରୀୟ ନାଟକ ମହୋତ୍ସବର ଆୟୋଜନ କରିବା ପାଇଁ ଚାହୁଁଥିଲେହେଁ ଆଲୋକ ଓ ଶବ୍ଦ ର ସୁବ୍ୟବସ୍ଥା ନଥିବାରୁ କରିପାରୁନାହାନ୍ତି I ଏହି ଅସୁବିଧା ପାଇଁ ବିଭିନ୍ନ ଶିକ୍ଷାନୁଷ୍ଠାନ ମଧ୍ୟ ବାର୍ଷିକ ଉତ୍ସବ ପାଳନ କରି ପାରୁନାହାନ୍ତି I ତେଣୁ ସହିଦ ଭବନରେ ଅତ୍ୟାଧୁନିକ ଆଲୋକ ଓ ଶବ୍ଦ ର ବ୍ୟବସ୍ଥା ସହ ନବୀକରଣ କରିବା ପାଇଁ ବାରିପଦା କଳାକାର ପରିବାରର ସଭାପତି ସନ୍ତୋଷ ମହାନ୍ତିଙ୍କ ନେତୃତ୍ୱରେ ସମ୍ପାଦକ ଜ୍ଞାନ ରଞ୍ଜନ ପଣ୍ଡାଙ୍କ ସମେତ ପ୍ରସନ୍ନ କୁମାର ମହାନ୍ତି, ଅନ୍ନଦା ଶଙ୍କର ଦାଶ, ଡଃ କୁମରମଣୀ ନାୟକ, ରାଜୀବ କୁମାର ପାତ୍ର, ଡଃ ଗୋକୁଳ ଚନ୍ଦ୍ର ଦାସ, ସୋମନାଥ ସିଂହ ପ୍ରମୁଖ ଉପ ଜିଲ୍ଲାପାଳ, ବାରିପଦା ଡଃ ଦୟାସିନ୍ଧୁ ପରିଡା ଏବଂ ଜିଲ୍ଲାପାଳ ହେମକାନ୍ତ ସୟଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିଲେ I ଏହି ସମସ୍ୟାର ସମାଧାନ ପାଇଁ ଉଚିତ ପଦକ୍ଷେପ ନେବେ ବୋଲି ଜିଲ୍ଲାପାଳ ପ୍ରତିଶୃତି ଦେଇଛନ୍ତି I
Shrutilipi ad