Simlipal

ପର୍ଯ୍ୟଟକଙ୍କୁ ଆକୃଷ୍ଠ କରୁଛି ଶିମିଳିପାଳ, କଳା ବାଘ ମୁଖ୍ୟ ଆକର୍ଷଣ

ରାଜ୍ୟ

ବାରିପଦା : ଶିମିଳିପାଳ ର ମନଲୋଭା ଦୃଶ୍ୟ ସାଙ୍ଗକୁ ବିଭିନ୍ନ ବନ୍ୟଜନ୍ତୁ କୁ ଦେଖିବା ପାଇଁ  ଏହି ଋତୁରେ ପର୍ଯ୍ୟଟକମାନେ ବୁଲି ଆସିଥାନ୍ତି ଶିମିଳିପାଳ କୁ l  ଓଡିଶା ରାଜ୍ୟ ସମେତ ଦେଶର ଅନ୍ୟାନ୍ୟ ରାଜ୍ୟ ସାଙ୍ଗକୁ ବିଦେଶ ରୁ ମଧ୍ଯ ପର୍ଯ୍ୟଟକ ଙ୍କ ସୁଅ ଛୁଟିଥାଏ ଶିମିଳିପାଳ ଅଭୟାରଣ୍ୟ କୁ l ଚଳିତ ବର୍ଷ ପର୍ଯ୍ୟଟକ ମାନେ ଅଭୟାରଣ୍ୟ ଭିତରେ ବନ ବିଭାଗ ପକ୍ଷରୁ ଦିଆଯାଇଥିବା ଇକୋଅଟୋ ରେ ବୁଲିବାର ମଜା ନେଉଛନ୍ତି l ବିଗତ କିଛି ଦିନତଳେ ଶିମିଳିପାଳ ରେ କଳାବାଘ ବୁଲୁଥିବାର ଦୃଶ୍ୟ କ୍ୟାମରାରେ କଏଦ  ହୋଇଥିଲା l ଯାହାକୁ ନେଇ  ଦେଶ ବିଦେଶରେ ଚର୍ଚ୍ଚା ଜୋର ଧରିଥିଲା l ଏହି କଳା ବାଘ କୁ ଦେଖିବା ପାଇଁ ପର୍ଯ୍ୟଟକମାନଙ୍କ ମାନେ ଆଶାବାନ୍ଧି ଶିମିଳିପାଳ କୁ ବୁଲି ଆସୁଥିବା ବେଳେ କିଛି ପର୍ଯ୍ୟଟକ ଙ୍କ ସ୍ୱପ୍ନ ସାକାର ହୋଇଅଛି l ଏହି ପର୍ଯ୍ୟଟକ ମାନେ ଗାଡ଼ିରେ ଅଭୟାରଣ୍ୟ ଭିତରେ ବୁଲୁଥିବା ବେଳେ କିଛି ଦୂରରେ ଗୋଟିଏ କଳା ବାଘ ନଟା ବୁଦା ଭିତରୁ ବାହାରି ଯାଉଥିବାର ଦୃଶ୍ୟ କୁ କ୍ୟାମେରାରେ କଏଦ କରିଥିଲେ l ପରେ ଆଉ ଗୋଟିଏ କଳା ବାଘ ମଧ୍ଯ ଦେଖିବାକୁ ପାଇଥିଲେ l ଏହାର ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରଲ ହେବାକୁ ଲାଗିଅଛି l ତେବେ ଏହି ଭିନ୍ନ ପ୍ରଜାତିର ବାଘ କୁ ଆଖିରେ ଦେଖି ପର୍ଯ୍ୟଟକମାନେ ଅତ୍ୟନ୍ତ ଖୁସି ହୋଇଛନ୍ତି l ବର୍ତ୍ତମାନ ଶିମିଳିପାଳ ର ବରେଇପାଣି, ଚହଲା, ଉପର ବାରାକାମୁଡା ଆଦି ସ୍ଥାନରେ ଶୂନ ଡିଗ୍ରୀ ତାପମାତ୍ରା ଥିବା ଯୋଗୁଁ  ତୁଷାରପାତ ସାଙ୍ଗକୁ ବରଫ ର ଭ୍ରମ ସୃଷ୍ଟି କରୁଅଛି l ଯାହାକୁ ନେଇ ପର୍ଯ୍ୟଟକ ମାନେ ଶିମିଳିପାଳ ବୁଲିଆସିବାକୁ ଅଧିକ ଆକୃଷ୍ଠ ହେଉଛନ୍ତି l

Shrutilipi ad