IMG 20260106 WA0272

 ବିଭାଜନସ୍ତରୀୟ ପାଣିପଞ୍ଚାୟତ ପକ୍ଷ-୨୦୨୬

ରାଜ୍ୟ
ବାରିପଦା : କୃଷି ଓ କୃଷକଙ୍କ ଉନ୍ନତି ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନା ମାଧ୍ଯମରେ କୋଟି କୋଟି ଟଙ୍କା ଅନୁଦାନ ଦେଉଛନ୍ତି ।ଜଳ ହିଁ ଜୀବନ ଓ ଶକ୍ତି ।ଜଳର ସଦୁପଯୋଗ, ସୁବ୍ଯବହାର, ସୁରକ୍ଷା ପାଇଁ ସମସ୍ତେ ସଚେତନ ହେବା ଉଚିତ ।ଦିନକୁ ଦିନ ଭୂତଳ ଜଳ ହ୍ରାସ ଘଟୁଛି ।ଆଗକୁ ଯଦି ବିଶ୍ଵଯୁଦ୍ଧ ହେବ କେବଳ ଜଳ ପାଇଁ ‌ତେଣୁ ବେଳ ଥାଉଁ ଥାଉଁ ସମସ୍ତେ ସତର୍କ ହେବା ଉଚିତ।ଜମିକୁ ଜଳସେଚନ ପାଇଁ ବୃହତ ନଦୀ ବନ୍ଧ ପ୍ରକଳ୍ପ, ମଧ୍ୟମ ନଦୀବନ୍ଧ ପ୍ରକଳ୍ପ, କ୍ଷୁଦ୍ର ଵନ୍ଧ ପ୍ରକଳ୍ପ, ମାଇନର ଇରିଗେସନ, ଲିଫ୍ଟ ଇରିଗେସନ ପ୍ରଭୃତି ବିଭାଗ କରାଯାଇ ଜଳକୁ ସଞ୍ଚିତ ରଖିବା ଏବଂ ଜମିକୁ ସଠିକ ସମୟରେ ଜଳ ଛାଡ଼ିବା କାର୍ଯ୍ୟକାରୀ କରାଯାଉଛି ।ତଦସହ ପାଣି ପଞ୍ଚାୟତ କରାଯାଇ ନାଳରୁ ରକ୍ଷଣ,ବେକ୍ଷଣ, ଜମିକୁ ଖରିଫ ଏବଂ ରବି ଋତୁରେ କିଭଳି ଜଳ ସେଚନ ବ୍ୟବସ୍ଥା କରାଯାଇଛି ।ଆଜି ରାଇରଙ୍ଗପୁର ଜଳସେଚନ ବିଭାଗ କାର୍ଯ୍ୟାଳୟ ପରିସରରେ ବିଭାଜନ ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ- ୨୦୨୬ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ମୁଖ୍ୟ ଅତିଥି  ବିଧାୟକ ଜଲେନ ନାଏକ, ଜଳସେଚନ ବିଭାଗ ସୁପରିଣ଼ଟେଡେଣ୍ଟ ଇଞ୍ଜିନିୟର ତପନ ସିଂ, ଉପଖଣ୍ଡ ପ୍ରାଣୀ ଚିକିତ୍ସା ବିଭାଗ ଅଧିକାରୀ ଡ଼ଃ ସୁଶାନ୍ତ ସିଂ, ରାଇରଙ୍ଗପୁର କୃଷି ଅଧିକାରିଣୀ ଧରିତ୍ରୀ ଟୁଡୁ, ସାଂସଦ ପ୍ରତିନିଧି ମନୋଜ ଦାସ ପ୍ରମୁଖ ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ବଳନ କରି ଶୁଭ ଉଦ୍ଘାଟନ କରିଥିଲେ ।ଵାମନଘାଟୀ ଉପଖଣ୍ଡର କୁସୁମି ବ୍ଳକର ସୁଲାଇପାଟ ଖଡଖାଇ ବନ୍ଧ, ଵିଜାତଳା ବ୍ଳକରବାଙ୍କବଳ ନଦୀ ବନ୍ଧଏବଂ ବହଳଦା ବ୍ଳକର ନେସା ବନ୍ଧ ଅଧିନସ୍ଥ ସମସ୍ତ  ପାଣି ପଞ୍ଚାୟତର କାର୍ଯ୍ଯକର୍ତାଙ୍କ ସମେତ ବହୁ ଚାଷୀ ଯୋଗ ଦେଇଥିଲେ ।ମୁଖ୍ୟ ଅତିଥି ଜଲେନ ନାଏକ କହିଥିଲେ ଚାଷୀମାନେ ଦେଶର ଅନ୍ନଦାତା ।ଚାଷୀ ହସିଲେ, ସ୍ବାବଲମ୍ବୀ ହେଲେ, ଶିକ୍ଷିତ ହେଲେ ଦେଶ ହସିବ ‌।କିନ୍ତୁ ସାମ୍ପ୍ରତିକ ପରିସ୍ଥିତିରେ ଭୂତଳ ଜଳ ହ୍ରାସ ଯୋଗୁଁ ଚିନ୍ତାଜନକ ବିଷୟ ସୋଇଛି ।ତେଣୁ ଜଳାଶୟ ଠାରୁ ଆରମ୍ଭ କରି ନଦୀବନ୍ଧ, ଜଳର ଉତ୍ସକୁସୁରକ୍ଷା କରିବା ଉଚିତ ।ତଦସହ ଜଳର ସଦୁପଯୋଗ, ପାରମ୍ପାରିକ ଧାନ ଚାଷ କରିବା ସହ ଲାଭଜନକ ମାଣ୍ଡିଆ, ବିରି, କୋଳଥ, ମକା, ହରଡ, ଫୁଲ, ପନିପରିବା, ପୋଟଳ, ଚାଷ ସହିତ ଜମିରେ ପୋଖରୀ ଖନନ କରି ମତ୍ସ୍ୟ ଚାଷ, କୁକୁଡ଼ା, ବତକ, ଛେଳି, ଗୋପାଳନ ଭଳି ବହୁବିଧ କୃଷିଭିତ୍ତିକ ଚାଷ କଲେ ଚାଷୀ ଖୁବ ଶିଘ୍ର ସ୍ବାବଲମ୍ବୀ ହୋଇପାରିବ ।ସମସ୍ତ ବିଭାଗୀୟ ଅଧିକାରୀମାନେ ଚାଷୀଙ୍କ ପାଖକୁ ଯାଇ ସଠିକ ମାର୍ଗ ଦର୍ଶନ ଦେବାପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ ।ଜଳସେଚନ ବିଭାଗ ସୁପରିଣ଼ଟେଡେଣ଼ଟ ଇଞ୍ଜିନିୟର ତପନ ସି ସମସ୍ତ ଚାଷୀ ଭାଇମାନଙ୍କୁ ନବ ବର୍ଷର ଅଭିନନ୍ଦନ ଜଣାଇବା ସହ  କହିଥିଲେ ସମସ୍ତ କେନାଲ ବନ୍ଧ ମରାମତି ଏଵଂ ତଳ ଅଞ୍ଚଳକୁ କେମିତି ଜଳ ପହଞ୍ଚି ପାରିବ ସେଥିପାଇଁ ସେ ଚେଷ୍ଟା କରୁଛନ୍ତି ।ଚାଷୀମାନଙ୍କ ପାଇଁ ତାଙ୍କ କାର୍ଯ୍ୟାଳୟ ସଵୁବେଳେ ଖୋଲା ଅଛି ।ଯାହାକିଛି ଅସୁବିଧା ଅଛି ତାହାର ସମାଧାନ ପାଇଁ ମିଳିତ ଚେଷ୍ଟା କରିବା ।ଏହି ଉପଲକ୍ଷେ ଆଇଆରଡିଏମସ୍ ତରଫରୁ  ସ୍ଵୟଂସହାୟିକା ଗୋଷ୍ଠୀ ତରଫରୁ ମାଣ୍ଡିଆ ପ୍ରସ୍ତୁତ ବିଭିନ୍ନ ସୁସ୍ବାଦୁ ଖାଦ୍ୟ ପ୍ରସ୍ତୁତ କରାଯାଇ ଅତିଥି ଏଵଂ ଚାଷୀମାନଙ୍କୁ  ଦିଆଯାଇଥିଲା ।ପାଣି ପଞ୍ଚାୟତ ଅବସରରେ ବିଭାଜନସ୍ତରୀୟ ଛାତ୍ରଛାତ୍ରୀମାନଙ୍କପାଇଁ ବକ୍ତୃତା, ପ୍ରବନ୍ଧ, ଚିତ୍ରାଙ୍କନ ଓ ପ୍ରକଳ୍ପ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା କୃତୀ ପ୍ରତିଯୋଗୀମାନଙ୍କୁ ଅତିଥିଗଣ ପୁରସ୍କୃତ କରିଥିଲେ ।ଆଗାମୀ ଜିଲ୍ଲା ସ୍ତରୀୟ ପାଣିପଞ୍ଚାୟତ ଦିବସରେ ବିଭିନ୍ନ ବିଭାଗର ଶ୍ରେଷ୍ଠ ହୋଇଥିବା ପ୍ରତିଯୋଗୀମାନେ ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରିବେ ।
Shrutilipi ad