Img 20260105 wa0113

ନିତ୍ୟାନନ୍ଦ ପ୍ରହାରାଜାଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ 

ରାଜ୍ୟ
ବାରିପଦା: ମୟୁରଭଞ୍ଜ ଜିଲ୍ଲାର ସାରସକଣା ବ୍ଲକ ଅଧିନସ୍ଥ ଗୋହଲାମୁଣ୍ଡା ଗ୍ରାମର ସ୍ୱର୍ଗତ ନିତ୍ୟାନନ୍ଦ ପ୍ରହରାଜ ପ୍ରଥମ ଶ୍ରାଦ୍ଧ ବର୍ଷକି  ଗ୍ରାମ ସ୍ଥିତ ନିଜ ବାସ ଭାବନରେ ଅନୁଷ୍ଠିତ ହୋଇ ଯାଇଛି। ସେ 1979 ମସିହାରୁ 2016 ମସିହା ପର୍ଯ୍ୟନ୍ତ ଝାଡ଼ପୋଖରୀଆର ସୀମାନ୍ତ ମହାବିଦ୍ୟାଳୟରେ ପଦାର୍ଥ ବିଜ୍ଞାନର ଲେବରେ୍ଟୋରୀ ଏଟେଣ୍ଡେଣ୍ଟ ଭାବେ କାର୍ଯ୍ୟ କରି ଅବସର ଗ୍ରହଣ କରିଥିଲେ l ଉକ୍ତ ଶ୍ରାଦ୍ଧ ବାର୍ଷିକୀରେ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ତାଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l ସେ ଜଣେ ମେଳାପୀ ଏବଂ ଉଦାର ବ୍ୟକ୍ତି ଥିଲେ। ସେ ଜଣେ ମିଷ୍ଟଭାସି ବ୍ୟକ୍ତି ଥିଲେ l  ସମସ୍ତେ ତାଙ୍କୁ  ଅଜା ବୋଲି ସମ୍ବୋଧନ କରୁଥିଲେ। ତାଙ୍କର ଶ୍ରାଦ୍ଧବାର୍ଷିକୀରେ ବନ୍ଧୁ ଏବଂ ପରିବାର ବର୍ଗଙ୍କ ସହିତ ଉକ୍ତ ଅଞ୍ଚଳର ସମସ୍ତ ବ୍ୟକ୍ତି ତାଙ୍କୁ ଝୁରି ହେଉଥିଲେ। ତାଙ୍କର ସ୍ଥାନ ସବୁଦିନ ଅପୂରଣୀୟ ହୋଇ ରହିବ ବୋଲି ବକ୍ତାଗଣ ପ୍ରକାଶ କରିଥିଲେ।
Shrutilipi ad