ବାରିପଦା : ଷ୍ଟେସନ ଆଥେଲେଟିକ ଆସୋସିଏସନ୍ , ଷ୍ଟେସନ ବଜାର, ବାରିପଦା ଆନୁକୁଲ୍ୟରେ ଆୟୋଜିତ ଏକାଦଶ ବାର୍ଷିକ ରୟାଲ୍ସ୍ ପ୍ରିମୀୟର ଲିଗର ୪ର୍ଥ ଦିନରେ ମଧ୍ୟ ୪ଟି ମ୍ୟାଚ ଅନୁଷ୍ଠିତ ହୋଇଥିଲା I ମୁଖ୍ୟ ଅତିଥି ଭାବେ ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ସାଧାରଣ ସମ୍ପାଦକ ବିଜୟ କୁମାର ଦାସ ଓ ସମ୍ମାନିତ ଅତିଥି ଭାବେ କ୍ରିକେଟ ସମ୍ପାଦକ ହରପ୍ରସାଦ ପାତ୍ର ଯୋଗଦେଇ ଆଜିର ଖେଳକୁ ଉଦଘାଟନ କରିବା ସହ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ଲିଗର ସଭାପତି ସଞ୍ଜୀବ ଦ୍ବିବେଦୀ, ଷ୍ଟେସନ ଏଥଲେଟିକ ଏସୋସିଏସନର ଉପ ସଭାପତି ଆଦିତ୍ୟ ଦଣ୍ଡପାଟ, କ୍ରିକେଟ ସମ୍ପାଦକ ରାମେଶ୍ବର ମାଝୀ ଏବଂ କ୍ଲବର ଅନ୍ୟ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ I ପ୍ରଥମ ମ୍ୟାଚରେ ପରି ଚାଲେଞ୍ଜର ୬ ଉଇକେଟରେ ଥ୍ରୀଲର ଦଳକୁ ପରାସ୍ତ କରିଥିଲା I ବିକି ମାହାନା ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ I ୨ୟ ମ୍ୟାଚରେ ଭି ରୋର ୯ ରନରେ ଆଞ୍ଜେଲ ରଣା ଦଳକୁ ପରାସ୍ତ କରିଥିଲା I ହରିଶଙ୍କର ଘୋଷ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ I ୩ୟ ମ୍ୟାଚରେ ମା ତାରିଣୀ ୱରିୟାର୍ସ ଦଳ ୫ ଉଇକେଟରେ ଏମାରଜିଙ୍ଗ ଟାଇଟନ ଦଳକୁ ପରାସ୍ତ କରିଥିଲା I ପ୍ରବୀଣ ଘଣା ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ I ୪ର୍ଥ ମ୍ୟାଚରେ ମା ଅମ୍ବିକା ସୁପର ସ୍ମାସରସ ୬ ଉଇକେଟରେ ଜଗନ୍ନାଥ ୱରିୟାର୍ସ ଦଳକୁ ପରାସ୍ତ କରିଥିଲା I ପ୍ରୀତିଦେବ ଜେନା ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ I ଲକ୍ଷ୍ମୀଧର ସିଂ, ପ୍ରସନ୍ନଜିତ ମହାନ୍ତି, ଅବିନାଶ କଲିଆ ଓ ତାପସ ଦେ ଖେଳ ପରିଚାଳନା କରିଥିବା ବେଳେ ସ୍କୋରିଙ୍ଗରେ ବିଭୁ ଓ ମ୍ୟାଚ ରେଫେରୀ ଭାବେ ରାଜେଶ ସାହୁ ସହଯୋଗ କରିଥିଲେ I ପଙ୍କଜ ମହାକୁଡ଼ ଧାରା ବିବରଣୀ ପ୍ରଦାନ କରିଥିଲେ I

