Img 20260106 wa0214

ଗଡ଼ିଲା ପାଣି ପଞ୍ଚାୟତ ସଚେତନତା ରଥ

ରାଜ୍ୟ
ବାରିପଦା : ଚାଷୀ ମାନଙ୍କୁ ସଂଗଠିତ କରି ପାଣି ପଂଚାୟତ ମାଧ୍ୟମରେ ଜଳ ପରିଚାଳନା, ଭାଗିଦାରୀ ଜଳସେଚନ ପରିଚାଳନା ଓ ତୃଣ ମୂଳ ସ୍ତରରେ ସମାନତା ପ୍ରଦାନକୁ ସୁନିଶ୍ଚିତ କରିବାର ଗୁରୁତ୍ୱକୁ ସ୍ୱୀକାର କରାଯାଇ ଚାଷୀ ମାନଙ୍କୁ  ସଚେତନ କରିବା ପାଇଁ ପ୍ରତିବର୍ଷ  ଓଡିଶା ସରକାରଙ୍କ ଜଳ ସମ୍ପଦ ବିଭାଗ ତରଫରୁ ସାରା ରାଜ୍ୟରେ ପାଣି ପଂଚାୟତ ପକ୍ଷ ପାଳନ ହୋଇ ଆସୁଛି।ଚଳିତ ବର୍ଷ ଜାନୁଆରୀ ମାସ ୬ ତାରିଖ ଠାରୁ ଜାନୁଆରୀ ୨୦ ତାରିଖ ପର୍ଯ୍ୟନ୍ତ ପାଣି ପଂଚାୟତ ପକ୍ଷ ପାଳନ କରାଯାଉଛି। ଏହି ପକ୍ଷ ପାଳନ ଉପଲକ୍ଷେ ଆଜି ପୂର୍ବାହ୍ନ ୧୦ଘଟିକା ସମୟ ରେ ଜିଲ୍ଲlପାଳଙ୍କ କାର୍ଯ୍ୟାଳୟ ପରିସରରେ ମୟୂରଭଞ୍ଜ ଜିଲ୍ଲା ଜଳସେଚନ ବିଭାଗ ତରଫରୁ ଏକ ପାଣି ପଂଚାୟତ ସଚେତନତା ରଥକୁ ମୟୂରଭଞ୍ଜ ଜିଲ୍ଳାପାଳ ଶ୍ରୀ ହେମକାନ୍ତ ସୟ ସବୁଜ ପତାକା ଦେଖାଇ ଶୁଭ ଉଦଘାଟନ କରିଛନ୍ତି. ଏହି ଅବସରରେ ଜିଲ୍ଲାପାଳ ପ୍ରକାଶ କରିଥିଲେ କି ବିଗତ କିଛି ଦିନ ଭିତରେ ଜିଲ୍ଲାରେ ଅଧିକରୁ ଅଧିକ  ଚାଷ ଜମିକୁ ଜଳ ସେଚନ ଅନ୍ତର୍ଭୁକ୍ତ କରାଯାଇଛି. ସଚେତନତା ରଥ ଆଜିଠାରୁ ସମଗ୍ର ଜିଲ୍ଲାରେ ପରିକ୍ରମା କରି ଚାଷ ଜମି ପାଇଁ ଉଦ୍ଦିଷ୍ଟ ଜଳ ଯେମିତି ଚାଷୀ ମାନଙ୍କ ଦ୍ୱାରା ସର୍ବତକୃଷ୍ଟ ଭାବେ  ଉପଯୋଗ ହୋଇ ପାରିବ ସେ ବିଷୟରେ ଚାଷୀ ମାନଙ୍କୁ ସଚେତନ କରାଇବ। ତତ ସହିତ ଚାଷୀଭାଇ ମାନଙ୍କ ମଧ୍ୟରେ ଉତ୍ତମ ବୁଝାବଣା ଦ୍ୱାରା ସେଚ ଜଳକୁ ସୁଷମ ବଣ୍ଟନ, ଯେମିତିକି ଉପର ମୁଣ୍ଡରୁ  ଶେଷ ମୁଣ୍ଡ ପର୍ଯ୍ୟନ୍ତ ସବୁ ଜମିକୁ ଜଳ ପହଂଚି ପାରିବ ସେସମ୍ବନ୍ଧରେ ସଚେତନ କରିବା ସହିତ ପାଣି ପଂଚାୟତ ସମ୍ଭନ୍ଧୀୟ ଅନ୍ୟାନ୍ୟ ସଚେତନ ଧର୍ମୀ ବାର୍ତ୍ତା ଚାଷୀ ମାନଙ୍କ ପାଖରେ ପହଞ୍ଚାଇବ. ରଥ  ପରିକ୍ରମା କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ହେବା ପରେ ଜାନୁଆରୀ ୧୩ ତାରିଖ ଦିନ  ବାରିପଦା ଠାରେ ଅନୁଷ୍ଠିତ ହେବାକୁ ଥିବା ଜିଲ୍ଲା ସ୍ତରୀୟ ପାଣି ପଂଚାୟତ ପକ୍ଷ ପାଳନ ଉତ୍ସବରେ ସାମିଲ ହେବ.
ଆଜିର ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୟୂରଭଞ୍ଜ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦୁଖବନ୍ଧୁ ନାୟକ, ଶ୍ରୀ ଇଶ୍ୱର ଚନ୍ଦ୍ର ନାଏକ, ବାରିପଦା ଜଳସେଚନ ବିଭାଜନର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ସୁବ୍ରତ କୁମାର ଦାଶ, ଅଧିକ୍ଷଣ ଯନ୍ତ୍ରୀ ପରମେଶ୍ୱର ପାତ୍ର, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ବିକାଶ ରଞ୍ଜନ ମହାନ୍ତି, ବାରିପଦା ଏସଡିଆଇପିଆରଓ ଶ୍ରୀ ଶିଶିର କୁମାର ମୁଣ୍ଡୁୟା ପ୍ରମୁଖଙ୍କ ସମେତ ବାରିପଦା ଜଳ ସେଚନ ବିଭାଜନର ସମସ୍ତ ସହକର୍ମୀ ଓ ବିଭିନ୍ନ ଗଣମାଧ୍ୟମ ର ପ୍ରତନିଧି ମାନେ ଉପସ୍ଥିତ ଥିଲେ।
Shrutilipi ad