ବାରିପଦା : ବାରିପଦା ର ଜଣେ ଜଣାଶୁଣା ପରିଚିତ ବ୍ୟକ୍ତି ଆଇନଜୀବୀ ଅରବିନ୍ଦ ଦାସ ଓରଫ ଗାନ୍ଧୀ ବାବୁଙ୍କ ଆଜି ଅପରାହ୍ନରେ ଅମ୍ବିକା ମନ୍ଦିର ସାହିରେ ଥିବା ନିଜ ବାସଭଵନ ରେ ପରଲୋକ ଘଟିଅଛି l ସ୍ୱର୍ଗତ ଗାନ୍ଧୀବାବୁ ଜଣେ ଆଇନଜୀବୀ ସାଙ୍ଗକୁ 2005 -2009 ପର୍ଯ୍ୟନ୍ତ ମୟୁରଭଞ୍ଜ ଆଥଲେଟିକ ଏସୋସିଏସନ ର ସମ୍ପାଦକ ଥିଲେ l ଏଥି ସହିତ ବାରିପଦା ମହାବିଦ୍ୟାଳୟ ର ପ୍ରତିଷ୍ଟାତା ସଭାପତି ଏବଂ କଂଗ୍ରେସ ଦଳର ଏଆଇସିସି ସଦସ୍ୟ ଥିଲେ l ମୃତ୍ୟୁ ସମୟରେ ତାଙ୍କ ପରିବାରଵର୍ଗ ତାଙ୍କ ପାଖରେ ଉପସ୍ଥିତ ଥିଲେ l ତାଙ୍କ ମୃତ୍ୟୁ ଖବର ପାଇ ବାରିପଦା ସହରର ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭଵନ କୁ ଯାଇ ତାଙ୍କ ଶେଷ ଦର୍ଶନ କରିଛନ୍ତି l ଆସନ୍ତା କାଲି ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯିବ l

