ବାରିପଦା : ମୟୁରଭଞ୍ଜ ଜିଲ୍ଲାରେ ଦେଖାଦେଇଛି ହାତୀ ଆତଙ୍କ l ଭାଙ୍ଗିଲେ ଘର ଖାଇଲେ ଧାନ ଚାଉଳ l ଏହିପରି ଘଟଣା ଆଜି ଦେଖିବାକୁ ମିଳିଅଛି ମୋରଡା ବ୍ଲକ ର ବେତନଟୀ ରେଞ୍ଜ ଅନ୍ତର୍ଗତ ଦୁର୍ଗାପୁର ଅଞ୍ଚଳରେ l ଗତ କିଛିଦିନ ହେଲା ଜିଲ୍ଲାର ରାସଗୋବିନ୍ଦପୁର ଏବଂ ବେତନଟୀ ରେଞ୍ଜ ଅଞ୍ଚଳରେ ଏକ କୋଡିଏ ଟିକିଆ ଝାଡ଼ଖଣ୍ଡୀ ହାତୀପଲ ଆସି ଉପଦ୍ରବ ଚଳାଇଛନ୍ତି l ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଲୋକମାନଙ୍କ ଭିତରେ ଆତଙ୍କ ଦେଖାଦେଇଅଛି l ବିଶେଷକରି ଦୁର୍ଗାପୁର, ଦାନ୍ତିଆମୁହାଁ, ଭାଲିଆଡିହା ଏବଂ ଘୋଳମୁହାଁ ପଞ୍ଚାୟତରେ ହାତୀପଲ ଙ୍କ ଉପଦ୍ରବ ରେ ଲୋକମାନେ ଭୟଭୀତ l ଏକ ଉଣେଇଶ ଟିକିଆ ହାତୀପଲ ବେତନଟୀ ଏବଂ କେସିପୁର ବିଟ ଅଞ୍ଚଳରେ ଉପଦ୍ରବ କରୁଛନ୍ତି l ଦୁର୍ଗାପୂର ବିଟ ଅଧିନସ୍ଥ ନୂଆସାହିର ବାଇଧର ସିଂ ଏବଂ ଦଣ୍ଡାସାହିର ବୀର ସିଂ ଙ୍କ ଘରେ ପଶି ଘର ଭାଙ୍ଗିବା ସହ ଅନେକ କ୍ଷତି କରିଛନ୍ତି l ଖବର ପାଇ ବନବିଭାଗ ଗ୍ରାମରେ ପହଂଚି କ୍ଷତିଗ୍ରସ୍ଥ ପରିବାର ଙ୍କ ସହ ଆଲୋଚନା କରି କ୍ଷ୍ୟୟକ୍ଷତିର ର ଆକୋଳନ କରିଥିବାର ସୂଚନା ମିଳିଅଛି l ଅନ୍ୟପକ୍ଷେ ଲୋକମାନେ ହାତୀପଲ କୁ ଘୋଉଡାଇବା ସହ ସେମାନଙ୍କର ଉପଦ୍ରବ ରୁ ରକ୍ଷା କରିବାପାଇଁ ବନବିଭାଗ ନିକଟରେ ଦାବୀ କରିଛନ୍ତି l

