- ପ୍ରତିମା ପୂଜା ନୁହେଁ, ମାନବ ସେବା ହିଁ ମାଧବ ସେବା
ବାରିପଦା: ସ୍ଥାନୀୟ ଗୋପବନ୍ଧୁ ଭବନଠାରେ ପୌଷ ପୂର୍ଣ୍ଣମୀ ତିଥିରେ ସଦ୍ଭାବନା ସମିତିର ୫୫୯ତମ ମାସିକ ସନ୍ଥ ଦିବସ
ସଦସ୍ୟ ସନ୍ଦୀପ କୁମାର ଚାନ୍ଦଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ବିବେକାନନ୍ଦଙ୍କ ବାଣୀ ମତେ ପ୍ରତିମା ପୂଜାକୁ ପ୍ରାଧାନ୍ୟ ନ ଦେଇ ଯେ ନରରୂପୀ ନାରାୟଣଙ୍କ ସେବା ପୂଜା କରେ, ସେ ହିଁ ପ୍ରକୃତ ଈଶ୍ବର ଭକ୍ତ ବୋଲି ଏ ମାସର ପ୍ରସଙ୍ଗ
ରଖାଯାଇଥିଲା। ଓଡିଶାରେ ମାନବ ଧର୍ମର ପ୍ରବର୍ତ୍ତକ ତଥା ସମିତିର ପ୍ରତିଷ୍ଠାତା ଧର୍ମରତ୍ନ ପୂର୍ଣ୍ଣଚନ୍ଦ୍ର ବୁଗୁଡେଇ କହିଥିଲେ, ଯିଏ ପରିଣତ ବୟସର ହେବା ପର୍ଯ୍ୟନ୍ତ ପ୍ରତିମା ପୂଜାକୁ ପ୍ରାଧାନ୍ୟ ନଦେଇ ନିଜ ପିତାମାତାଙ୍କୁ ପୂଜ୍ୟ ପୂଜାର ସମ୍ମାନ ଦିଏ, ସେ ତା ପିଲାମାନଙ୍କ ପାଖରେ ହତାଦର ହୋଇ ନଥାଏ ବୋଲି ମନ୍ତବ୍ୟ ରଖିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରବକ୍ତା
ଭାବେ ଡ ବିଜୟ କୁମାର ଅଗ୍ରଓ୍ବାଲା, ଗାୟତ୍ରୀ ପରିବାରର ଗଗନ ବେହେରା, ପ୍ରଜାପିତାର ଭଉଣୀ ମାମୁନି, ଶିବାନନ୍ଦ ଆଶ୍ରୟୀ ଡ ଝରଣା ବେହେରା, ଡ ଯୋଗେନ୍ଦ୍ର ନାଥ ପଣ୍ଡା, ଡ କୁଞ୍ଚବନ ପୃଷ୍ଟି, ପ୍ରାଧ୍ୟାପକ ରାଜେନ୍ଦ୍ର ସାମଲ, ଅବସରପ୍ରାପ୍ତ ପ୍ରାଧ୍ୟାପକ ସୁନୀଲ କୁମାର ଜେନା, ଡ ଶଶିଧର ବିଶ୍ବାଳ, ଅଶୋକ କୁମାର ପଲେଇ, ହିଁମାଶୁ ଶେଖର ଦାସ, ଭାଗ୍ୟଧର ନନ୍ଦ, କୈବଲ୍ୟ ପ୍ରସାଦ ମହାପାତ୍ର, ସତ୍ୟାନନ୍ଦ ସେଜପଡା, ରାକେଶ କୁମାର ସିଂ ଓ ରଞ୍ଜନ କୁମାର ବାନାର୍ଜୀ ପ୍ରମୁଖ ମାନବ ସେବା ହିଁ ମାଧବ ସେବା ବୋଲି ବକ୍ତବ୍ୟ ରଖିଥିଲେ। ପ୍ରାରମ୍ଭରେ ଚଳିତ ମାସରେ ଆବିର୍ଭାବ
ସ୍ଵାମୀ ବିବେକାନନ୍ଦ, ପ୍ରଜାପିତା ବ୍ରହ୍ମା, ଅଭିରାମ ପରମହଂସ, ଅଚ୍ୟୁତାନନ୍ଦଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା। ସମିତିର ସମ୍ପାଦକ ମାନସ ରଞ୍ଜନ ମହାପାତ୍ର ସ୍ୱାଗତ କରିଥିବା ବେଳେ ବିଭୁଦତ୍ତ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

