Img 20260103 wa0180

ନିରନ୍ତର ବିକାଶ ଲକ୍ଷ୍ୟ (SDGs) ସମ୍ପର୍କିତ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ରାଜ୍ୟ
ବାରିପଦା : ଆଜି ବାରିପଦା ସ୍ଥିତ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଧର୍ମାନନ୍ଦ ବେହେରାଙ୍କ ସଭାପତିତ୍ୱରେ ନିରନ୍ତର ବିକାଶ ଲକ୍ଷ୍ୟ ସମ୍ପର୍କିତ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।  ମୁଖ୍ୟ ଅତିଥି ଭାବେ ଜ଼ିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଭାରତୀ ହାଁସଦା ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ମୟୂରଭଞ୍ଜ ଜିଲ୍ଲାର  ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।
ଏହି କାର୍ଯ୍ୟକ୍ରମଟି ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ କାର୍ଯ୍ୟାଳୟ (DPMU), ମୟୂରଭଞ୍ଜ, ବାରିପଦାଙ୍କ ଦ୍ୱାରା ଜିଲ୍ଲାସ୍ତରରେ ନିରନ୍ତର ବିକାଶ ଲକ୍ଷ୍ୟ ଗୁଡ଼ିକର ଫଳପ୍ରଷୁ ପାଇଁ ସଚେତନତା ବୃଦ୍ଧି, ସମନ୍ୱୟ ସୁଦୃଢ଼ କରିବା ଏବଂ କାର୍ଯ୍ୟକାରୀ ରୂପାୟନ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ଆୟୋଜିତ ହୋଇଥିଲା।
ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀମତୀ ହାଁସଦା ତାଙ୍କ ଉଦ୍ବୋଧନରେ  ସମାବେଶୀ, ସମତାମୂଳକ ଏବଂ ନିରନ୍ତର ଉନ୍ନତି ସାଧନାରେ ନିରନ୍ତର ବିକାଶ ଲକ୍ଷ୍ୟ ଗୁଡ଼ିକର ଗୁରୁତ୍ୱ ବିଷୟରେ ଉଲ୍ଲେଖ କରିଥିଲେ। ଏସଡିଜିର ଲକ୍ଷ୍ୟଗୁଡ଼ିକୁ ତୃଣମୂଳ ସ୍ତରରେ କାର୍ଯ୍ୟକାରୀ କରି ବାସ୍ତବତାରେ ପରିଣତ କରିବା ପାଇଁ ସମସ୍ତ ବିଭାଗର ସାମୁହିକ ଦାୟିତ୍ୱ ରହିଛି ବୋଲି କହିଥିଲେ ।
ସେହିପରି ସଭାପତି ଶ୍ରୀ ବେହେରା , ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ତା’ଙ୍କ ଉଦ୍ବୋଧନରେ ବିକଶିତ ଜିଲ୍ଲା ପରିକଳ୍ପନା ପ୍ରକ୍ରିୟାରେ ନିୟମିତ ବ୍ୟବଧାନରେ SDGs ସମ୍ମିଳନର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ ଏବଂ ବିଭାଗମାନଙ୍କ ମଧ୍ୟରେ  ସମନ୍ୱୟ,ସହଯୋଗ, କାର୍ଯ୍ୟକାରୀ ନିରୀକ୍ଷଣ ଏବଂ ଫଳାଫଳମୁଖୀ ରୂପାୟନ ଉପରେ ଗୁରୁତ୍ୱାରୋପ କରିଥିଲେ।
ଉପସ୍ଥିତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଆଲୋଚନାରେ ସକ୍ରିୟ ଅଂଶ ଗ୍ରହଣ କରି ନିଜର ନିଜର ଅନୁଭବ,ସମସ୍ୟା,  ନିଜ ନିଜ କ୍ଷେତ୍ରରେ SDGs ର ଉପଯୁକ୍ତ କାର୍ଯ୍ୟକାରୀତା ଓ ରୂପାୟନ ପାଇଁ ସୁଚିନ୍ତିତ ମତାମତ ସୁପାରିଶ କରିଥିଲେ।
ପରିଶେଷରେ ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ ୟୁନିଟ କାର୍ଯ୍ୟାଳୟ (DPMU), ମୟୂରଭଞ୍ଜ,  ବାରିପଦାର ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ଲେମ୍ବ ମାରାଣ୍ଡି କାର୍ଯ୍ୟକ୍ରମରେ ସମସ୍ତଙ୍କ ଉପସ୍ଥିତି ଓ ଅଂଶ ଗ୍ରହଣ ପାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
Shrutilipi ad