- ସୁନାବୋହୁ ମୁକୁଟ ପିନ୍ଧିଲେ ପ୍ରୀତିରେଖା
ବନ୍ତ/ଆଗରପଡ଼ା: ଦୀର୍ଘ ୮ଦିନ ଧରି ଆଗରପଡ଼ାସ୍ଥ ହେମପଦ୍ମ ଗାଲାକ୍ସିରେ ଚାଲିଥିବା ୪ର୍ଥ ବାର୍ଷିକ ଆଗରପଡ଼ା ଯୁବ ମହୋତ୍ସବ ସମ୍ପ୍ରତି ଉଦ୍ଯାପିତ ହୋଇଯାଇଛି । କମିଟି ସଭାପତି ଇଂ ଅମୀୟ ରଞ୍ଜନ ରାମଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଭଣ୍ଡାରିପୋଖରୀ ବିଧାୟକ ସଞ୍ଜୀବ ମଲ୍ଲିକ ଯୋଗ ଦେଇ ଏହି ସଂଗ୍ରାମୀ ମାଟିରେ ଯୁବ ମହୋତ୍ସବ ଅସ୍ମିତାର ରଙ୍ଗରେ ରଙ୍ଗେଇ ହୋଇ ଜନ ମନ ହରଣ କରୁଛି, ଯାହା ଉପସ୍ଥିତ ଦର୍ଶକଙ୍କ ସମାଗମରୁ ଜଣା ପଡୁଛି ବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ । ସମ୍ମାନୀତ ଅତିଥି ଭାବେ ପୁରୁଷଣ୍ଢ ସେବା ସମବାୟ ସମିତି ସଭାପତି ପ୍ରଶାନ୍ତ ଦାଶ,ରାଜ୍ୟ ଯୁବ ବିଜେଡି ସାଧାରଣ ସମ୍ପାଦକ ସ୍ମୃତିରଞ୍ଜନ ସ୍ୱାଇଁ, ପାଇମହୁରା ସରକାରୀ ଶିକ୍ଷକ ପ୍ରଶିକ୍ଷଣ ପ୍ରତିଷ୍ଠାନ ଭଦ୍ରକର ଅବସର ପ୍ରାପ୍ତ ଅଧ୍ୟକ୍ଷ ଚିନ୍ତିମଣୀ ପାଣିଗ୍ରହୀ, ବିଜେଡି ସଭାପତି ଲକ୍ଷ୍ମୀକାନ୍ତ ମହାନ୍ତି, ନିର୍ବାଚନ ମଣ୍ଡଳୀ ଯୁବ ସଭାପତି ବିପିନ ବିହାରୀ ନାୟକ, ସରପଂଚ ପ୍ରକାଶ ବିଶ୍ୱାଳ, ନିରୋଜ ଆଇଚ ପ୍ରମୁଖ ଯୋଗଦେଇ ଯୁବ ମହୋତ୍ସବର ଭତ୍ତରୋତ୍ତର ଉନ୍ନତୀ କାମନା କରିବା ସହିତ ଯୁବ ମହୋତ୍ସବ କମିଟିର ଏତାଦୃଶ୍ୟ କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିଥିଲେ । କମିଟିର ସମ୍ପାଦକ ସାମ୍ବାଦିକ ପ୍ରଦ୍ୟୁମ୍ନ ପୁହାଣ ସଂପାଦକୀୟ ବିବରଣୀ ପାଠ କରିଥିବା ବେଳେ ଉପଦେଷ୍ଟା ପ୍ରଫୁଲ୍ଲ ବିଶ୍ୱାଳ ଅତିଥି ପରିଚୟ ପ୍ରଦାନ କରିଥିଲେ ଓ କମିଟି ସଂଗଠନ ସମ୍ପାଦକ ଚିନ୍ମୟ ସିଂହ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ହେମପଦ୍ମ ଗାଲାକ୍ସି ପରିବାର ପକ୍ଷରୁ ୧୦ ଜଣ ବୟୋଜ୍ୟେଷ୍ଠ କ୍ରିଡାବିତଙ୍କୁ ବିଧାୟକ ମାନପତ୍ର ଓ ଉପଢ଼ୌକନ ସହ ନଗଦ ଅର୍ଥରାଶି ପ୍ରଦାନ କରିବା ସହ ଆଗରପଡ଼ା ଅଂଚଳର ପ୍ରତିଭାଧାରୀ ବ୍ୟକ୍ତିବଶେଷ ଚିନ୍ତାମଣୀ ପାଣିଗ୍ରାହୀ, ଅଧ୍ୟାପକ ଡ. ହରିହର ଦାସ, ସିଆରସିସି ପରମେଶ୍ୱର ପୃଷ୍ଟି, ଇଣ୍ଡିଆ ବୁକ୍ ଅଫ ରେକର୍ଡରେ ସ୍ଥାନ ପାଇଥିବା ବଡ଼ମହିଁଷଗୋଠ ଗ୍ରାମର ଛାତ୍ରୀ ଜୟସ୍ମିନ ପାଣିଗ୍ରାହୀ ପ୍ରମୁଖଙ୍କୁ ନିଜର କାର୍ଯ୍ୟ ଦକ୍ଷତା ପାଇଁ ଅତିଥି ମାନେ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ ଏବଂ ଦୀର୍ଘ ୮ ଦିନ ଧରି ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗୀତାର ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଚଳିତ ବର୍ଷ ଏହି ମହୋସବର ଆକର୍ଷଣ ଭିତ୍ତିକ କାର୍ଯ୍ୟକ୍ରମ କିଏ ହେବ ଆଗରପଡ଼ାର\”ସୁନା ବୋହୁ\” ଓ କିଏ ହେବ ଆଗରପଡାର\”ସୁନା ଝିଅ\” ପ୍ରତିଯୋଗୀତାର ବିଜୟନୀ ଙ୍କୁ ଅତିଥି ମାନେ ସମ୍ବର୍ଦ୍ଧିତ କରିଥିଲେ । ଅତିଥି ମାନେ ପ୍ରୀତି ରେଖା ସାହୁଙ୍କୁ ସୁନା ବୋହୁର ମୁକୁଟ ପିନ୍ଧାଇଥିବା ବେଳେ ଭୂମୀ ସ୍ମିତା ରଣାଙ୍କୁ ସୁନାଝିଅର ମୁକୁଟ ପିନ୍ଧାଇଥିଲେ । ସମସ୍ତ ପ୍ରତିଯୋଗୀତାରେ ବିଚାରକ ଭାବେ ଶିକ୍ଷକ ଗୌରାଙ୍ଗ ବିଶ୍ୱାଳ ଓ ନୃତ୍ୟ ଗୁରୁ ତଥା ସଂଗୀତଜ୍ଞ ବନବିହାରୀ ପୃଷ୍ଟି କାର୍ଯ୍ୟ ତୁଲାଇଥିଲେ । କାର୍ଯ୍ୟକୁ କୋଷାଧ୍ୟକ୍ଷ ନୃସିଂହ ଖୁଣ୍ଟିଆ, ଯୁଗ୍ମ ସମ୍ପାଦକ ବାବୁରାମ ବେହେରା,ଉପ ସଭାପତି ତପନ ପୃଷ୍ଟି, ଜିତେନ୍ଦ୍ର ଶତପଥି, ହିମାଦ୍ରି ମହାନ୍ତି,ବାପୁନୁ ସିଂହ, ହାପୀ ରାୟ, ପରେଶ ରଥ ଏବଂ ଶୋଭନୀୟ ଶିକ୍ଷାଶ୍ରମର ଛାତ୍ରଛାତ୍ରୀ ମାନେ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

