ବନ୍ତ/ଆଗରପଡ଼ା: ଚାରିଗାଁ ସରକାରୀ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବାର୍ଷିକୋତ୍ସବ ଓ ଡ.ହରେକୃଷ୍ଣ ମହତାବଙ୍କ ୪୦ତମ ଶ୍ରାଦ୍ଧୋତ୍ସବ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ସଭାରେ ବିଧାୟକ ସଂଜୀବ ମଲ୍ଲିକ, ପ୍ରାକ୍ତନ ମଂତ୍ରୀ ପ୍ରଫୁଲ୍ଲ ସାମଲ, ଜିଲ୍ଲା ପରିଷଦ ସଭାପତି ପ୍ରଫୁଲ୍ଲ ଜେନା, ବିଜେଡି ନେତା ପ୍ରଶାନ୍ତ ଦାଶ, ବିଜେଡି ବ୍ଲକ ସଭାପତି ଲକ୍ଷ୍ମୀଧର ମହାନ୍ତି, ଯୁବସଭାପତି ସତ୍ୟସାଧନ ବେଜ,ସରପଂଚ ଗୀତିକା ଭୋଇ, ପ୍ରାକ୍ତନ ସରପଂଚ ବନମାଳୀ ବେହେରା, ରବିନ୍ଦ୍ର ପଣ୍ଡା, ପ୍ରାକ୍ତନ ସମିତି ସଭ୍ୟ ରାମଚନ୍ଦ୍ର ସାହୁ, ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ଡ. ଭାଗିରଥି ପାତ୍ର, ଅମୂଲ୍ୟ ମିଶ୍ର, ଭାସ୍କର ପାଢ଼ୀ, ଅଜୟ ପୃଷ୍ଟି,ସିଆରସିସି ପ୍ରଦୀପ ପଲାଇ, ଗୋଲକ ପୃଷ୍ଟି, ସୁକାନ୍ତ ବେହେରା, ଅଧ୍ୟାପକ ଫକୀର ଶଙ୍ଖୁଆ ପ୍ରମୁଖ ଅତିଥିଭାବେ ଯୋଗ ଦେଇଥିଲେ । ଶିକ୍ଷକ ପଂଚାନନ ପୃଷ୍ଟିଙ୍କ ମଂଚ ପରିଚାଳନା ଓ ପ୍ରଧାନଶିକ୍ଷକ ଅଲେଖ ନାଇକଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମୁଖ୍ୟ ବକ୍ତା ଭାବେ ଶିକ୍ଷାବିତ ନାରାୟଣ ଲେଙ୍କା ଯୋଗ ଦେଇଥିବା ବେଳେ ଶିକ୍ଷକ ଉପେନ୍ଦ୍ର ନାଥ ଧନ୍ୟବାଦ ଦେଇଥିଲେ । ଏହି ଅବସରରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ନୃତ୍ୟ ପ୍ରଦର୍ଶନ କରାଯାଇଥିବା ବେଳେ କୃତୀ ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ପୁରସ୍କାର ପ୍ରଦାନ କରିଥିଲେ । ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକଶିକ୍ଷୟିତ୍ରୀ ଓ ପରିଚାଳନା କମିଟି ସଭଞସଭ୍ୟା ସହଯୋଗ ପ୍ରଦାନ କରିଥିଲେ ।

