Img 20260101 wa0373

୭ ଦିନିଆ ଚିକିତ୍ସାମୂଳକ ଯୋଗ କାର୍ଯ୍ୟ ଶିବିର 

ରାଜ୍ୟ
ବାରିପଦା : ସ୍ୱାମୀ ବିବେକାନନ୍ଦ ଯୋଗ ରିସର୍ଚ୍ଚ ସେଣ୍ଟର, ବାରିପଦା ପକ୍ଷରୁ ୨୫ ରୁ ୩୧ ଡିସେମ୍ବର ପର୍ଯ୍ୟନ୍ତ ବାରିପଦା ଷ୍ଟାଡିୟମରେ ୭ ଦିନିଆ ଥେରାପ୍ୟୁଟିକ୍ ୱିଣ୍ଟର୍ ଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି I ମୁଖ୍ୟ ଅତିଥି ଭାବେ ଆୟୁର୍ବେଦ ବିଶେଷଜ୍ଞ ଡା. ଶଶୀକାନ୍ତ ତ୍ରିପାଠୀ ଓ ସମ୍ମାନିତ ଅତିଥି ଭାବେ ପାତାଞ୍ଜଳି ଯୋଗ ସମିତିର ଯୋଗ ଥେରାପିସ୍ଟ ଡା. ଦିଲ୍ଲୀପ କୁମାର ପାଣ୍ଡା ଯୋଗଦେଇ ଏହି ଶିବିରକୁ ଉଦଘାଟନ କରିଥିଲେ I ଏହି ଶିବିରରେ ଖାଦ୍ୟ ଓ ଜୀବନଶୈଳୀ, ପାଚନ କ୍ରିୟା, ଯୋଡ଼ ଓ ମେରୁଦଣ୍ଡ ଦେଖଭାଳ, ଓଜନ କମାଇବା, ଶ୍ୱାସକ୍ରିୟା ପ୍ରଣାଳୀ, ସାଧାରଣ ଫିଟନେସ୍ ଓ ଧ୍ୟାନ ସମ୍ବନ୍ଧୀୟ ଯୋଗାଭ୍ୟାସ ଓ ଚିକିତ୍ସାମୂଳକ ସୂଚନା ପ୍ରଦାନ କରାଯାଇଥିଲା I ଏହି ଯୋଗ ଶିବିରରେ ଯୋଗ ଶିକ୍ଷକ ଜ୍ୟୋତି ରଞ୍ଜନ ଦାସ ଓ ସ୍ୱରୂପା ସାହୁଙ୍କ ନେତୃତ୍ୱରେ ପ୍ରଶିକ୍ଷଣ ଦିଆଯାଇଥିଲା। ୫୦ରୁ ଅଧିକ ଭିନ୍ନଭିନ୍ନ ବୟସ ଶ୍ରେଣୀର ଅଂଶଗ୍ରାହୀମାନେ ଏହି ଶିବିରରେ ଅଂଶଗ୍ରହଣ କରିଥିଲେ I ଉଦଯାପନୀ ସମାରୋହରେ ଅଂଶଗ୍ରାହୀମାନଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯିବା ସହ ସୁସ୍ଥ ଜୀବନ ପାଇଁ ନିୟମିତ ଯୋଗାଭ୍ୟାସର ଗୁରୁତ୍ୱ ଉପରେ ଆଲୋକପାତ କରାଯାଇଥିଲା।
Shrutilipi ad