Img 20251231 wa0187

ଜାତୀୟ ଯୋଗାସନ ପ୍ରତିଯୋଗିତାରେ ନିହାରଙ୍କ କୃତିତ୍ୱ

ରାଜ୍ୟ
ବାରିପଦା : ରାଞ୍ଚିଠାରେ ଅନୁଷ୍ଠିତ ୫୦ ତମ ଜାତୀୟ ଯୋଗ ସ୍ପୋର୍ଟସ ଚାମ୍ପିୟାନସିପରେ ମୟୁରଭଞ୍ଜର ନିହାର ରଞ୍ଜନ ସାହୁ ୮ ରୁ ୧୦ ବର୍ଷ ବାଳକ ବିଭାଗରେ ୨ୟ ସ୍ଥାନ ଅଧିକାର କରି ଜିଲ୍ଲା ତଥା ରାଜ୍ୟ ପାଇଁ ଗୌରବ ଆଣିଛନ୍ତି I ପ୍ରକାଶ ଥାଉକି କଟକ ଠାରେ ଅନୁଷ୍ଠିତ ୩୧ ତମ ରାଜ୍ୟ ସ୍ତରୀୟ ଯୋଗ ପ୍ରତିଯୋଗିତାରେ ବାରିପଦାର ସ୍ୱାମୀ ବିବେକାନନ୍ଦ ଯୋଗ ରିସର୍ଚ୍ଚ ସେଣ୍ଟରର ପ୍ରସାଦ ବାରିକ, ନିହାର ରଞ୍ଜନ ସାହୁ, କ୍ରିଷ୍ଣା ଦାସ, କ୍ରିଷ୍ଣା ନାୟକ ବାଳକ ବିଭାଗରେ ଏବଂ ବାଳିକା ବିଭାଗ ରେ ଜିଜ୍ଞାସା ମହାନ୍ତ କୃତିତ୍ୱ ହାସଲ କରି ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାର ସୌଭାଗ୍ୟ ଅର୍ଜନ କରିଥିଲେ ବୋଲି ଅନୁଷ୍ଠାନର ପ୍ରତିଷ୍ଠାତା ଜ୍ୟୋତିରଞ୍ଜନ ଦାସ ଜଣାଇଛନ୍ତି I ସେମାନଙ୍କ ମଧ୍ୟରୁ ବାରିପଦାର ୩ନଂ ୱାର୍ଡ ସ୍ଥିତ ମାଇନିଂ କଲୋନୀ ନିବାସୀ ପ୍ରବୀର କୁମାର ସାହୁ ଓ ସସ୍ମିତା ସାହୁଙ୍କ ପୁତ୍ର ନିହାର ଜାତୀୟ ସ୍ତରରେ ଏହି କୃତିତ୍ୱ ହାସଲ କରିଛନ୍ତି I ନିହାର ବର୍ତମାନ ଭଂଜପୁର ସ୍ଥିତ ସରସ୍ବତୀ ଶିଶୁ ମନ୍ଦିରରେ ୫ମ ଶ୍ରେଣୀର ଛାତ୍ର I
Shrutilipi ad