Photo for the news of yubamahotsava

ଆଗରପଡା ଯୁବ ମହୋତ୍ସବ ଷଷ୍ଠ ସଂଧ୍ୟା, ଯୁବଶକ୍ତି ଗଣତନ୍ତ୍ରର ସୁରକ୍ଷା କବଚ

ରାଜ୍ୟ

ବନ୍ତ/ଆଗରପଡ଼ା: ୪ର୍ଥ ବାର୍ଷିକ ଆଗରପଡ଼ା ଯୁବ ମହୋତ୍ସବରେ ଷଷ୍ଠ ସଂଧ୍ୟାରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ରାଜ୍ୟ ବିଜେଡି ବରିଷ୍ଠ ଉପସଭାପତି ପ୍ରଫୁଲ୍ଲ ସାମଲ ଯୋଗଦେଇ ବହୁ ଭାଷା ଭାଷୀ ସମନ୍ୱିତ ଓଡ଼ିଶା ମାଟିର ଜନମାନସରେ ସାମ୍ପ୍ରଦୟିକ ସଦ୍ଭାବନାର ଜୈତ୍ର ବାଣୀର ପ୍ରଚାର ଆଜିର ଯୁବ ମହୋତ୍ସବର ଉଦ୍ ଘୋଷଣା ନିଶ୍ଚୟ ବୋଲି କହିବା ସହ ଆଜିର ଯୁବ ଶକ୍ତି ସୁଦୃଢ ଗଣତନ୍ତ୍ରର ସୁରକ୍ଷା କବଚ ବୋଲି କରିଥିଲେ । କମିଟିର ସଭାପତି ଇଂ ଅମୀୟ ରାମଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସାଂସ୍କୃତିକ ସଭାରେ ମୁଖ୍ୟ ବକ୍ତା ଭାବେ କେନ୍ଦୁଝର ଜିଲ୍ଲା ପରିଷଦର ଉପାଧ୍ୟକ୍ଷ ସୋମନାଥ ଦାସ ଯୋଗ ଦେଇ ସ୍ୱଦୃଢ ଗଣତନ୍ତ୍ରର ସୁରକ୍ଷା କ୍ଷେତ୍ରରେ ଆଜିର ଯୁବଶକ୍ତିର ନିର୍ଣ୍ଣାୟକ ଭୂମିକା ଅପରିହାର୍ଯ୍ୟ ବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ । ସମ୍ମାନୀତ ଅତିଥି ଭାବେ ହାଟଡିହି ବ୍ଳକ କାନପୁର ଗ୍ରାମର ଛାତ୍ର ବତ୍ସଳ ତଥା ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ହରମୋହନ ପଣ୍ଡା, କମିଟି ଉପଦେଷ୍ଟା ତଥା ଶିକ୍ଷକ ପ୍ରଫୁଲ୍ଲ ବିଶ୍ୱାଳ ଯୋଗଦେଇ ମହୋତ୍ସବର ଉତ୍ତରୋତ୍ତର ଉନ୍ନତି କାମନା କରିବା ସହିତ ଯୁବ ମହୋତ୍ସବ କମିଟିର ଏତାଦୃଶ୍ୟ କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିଥିଲେ । କମିଟି ସମ୍ପାଦକ ସାମ୍ବାଦିକ ପ୍ରଦ୍ୟୁମ୍ନ ପୁହାଣ ସଂପାଦକୀୟ ବିବରଣୀ ଓ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ କମିଟି କୋଷାଧ୍ୟକ୍ଷ ନୃସିଂହ ଖୁଣ୍ଟିିଆ ମଂଚ ଆହ୍ୱାନ କରିଥିଲେ । ଶେଷରେ ସଂଗଠନ ସଂପାଦକ ଚିନ୍ନୟ ସିଂହ ଧନ୍ୟବାଦ ଅର୍ପଣ କରିଥିଲେ । ପରେ ପରେ ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ଭୁବନେଶ୍ୱରରୁ ଆସିଥିବା ଆରାଧନା ମେଲୋଡି ପକ୍ଷରୁ ମେଲୋଡି ପରିବେଷଣ କରାଯାଇଥିଲା । ଚଳିତ ବର୍ଷ ଯୁବ ମହୋତ୍ସବରେ ବିଶେଷ ଆକର୍ଷଣ ଭିତ୍ତିକ ପ୍ରତିଯୋଗୀତା ମୂଳକ କାର୍ଯ୍ୟକ୍ରମ ସୁନା ବୋହୁ ଓ ସୁନା ଝିଅ ଦର୍ଶକ ମାନଙ୍କ ପାଇଁ ବେଶ ଆକର୍ଷଣ ସାଜିଥିଲ । ସମସ୍ତ କାର୍ଯ୍ୟକୁ ଚିତ୍ତରଞ୍ଜନ ସାମନ୍ତରାୟ, ପ୍ରଣୟ ସିଂହ, ପ୍ରଫୁଲ୍ଲ ବିଶ୍ୱାଳ,ହିମାଦ୍ରୀ ମହାନ୍ତି,ତପନ ପୃଷ୍ଟି,ବାବୁରାମ ବେହେରା, ହାପୀ ରାୟ ଏବଂ ଶୋଭନୀୟ ଶିକ୍ଷାଶ୍ରମର ଛାତ୍ରଛାତ୍ରୀ ମାନେ ପରିଚାଳନାରେ ସହଯୋଗ କରିଥିଲେ ।

Shrutilipi ad