ବାରିପଦା : ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଲ୍ଯାମ୍ପରେ ଆଜି ମଙ୍ଗଳବାର ପୂର୍ବାହ୍ନରେ ଧାନମଣ୍ଡି ରାଇରଙ୍ଗପୁର ତହସିଲଦାର ବିଶ୍ବନାଥ ବିଶ୍ବାଳଙ୍କ କରକମଳରେ ଶୁଭ ଉଦଘାଟିତ ହୋଇଯାଇଛି ।ପ୍ରାରମ୍ଭରେ ବିଶିଷ୍ଟ ପୂଜକ ଶିବ କୁମାର ଦାସ ପୂଜାର୍ଚ୍ଚନା କରିଥିଲେ ।ଏହି କାର୍ଯ୍ୟକ୍ରମରେ ଲ୍ଯାମ୍ପର ସଭାପତି ସୁଗଦା ମାର୍ଣ୍ଡୀ ଆରସିଏମଏସ ର ସଂପାଦକ ମନୋରଞ୍ଜନ ବେହେରା,ବ୍ଳକ ଯୋଗାଣ ଅଧିକାରୀଣୀ ନିତିକା ନାଏକ,ନୋଡାଲ ଅଧିକାରୀ ଉତ୍ତମ ଗିରି,ଆର ଆଇ ରଞ୍ଜନ ମହାନ୍ତ,ଏମଡି ଲୋପାମୁଦ୍ରା ମହାନ୍ତ, ପ୍ରମୁଖ ଯୋଗ ଦେଇଥିଲେ ।ଆରସିଏମଏସର ସଂପାଦକ ଧାନ ମଣ୍ଡି ଉପରେ ପ୍ରାରମ୍ଭିକ ସୂଚନା ଦେଇଥିଲେ ।ମୁଖ୍ୟ ଅତିଥି ତହସିଲଦାର ବିଶ୍ବନାଥ ବିଶ୍ବାଳ ନବ ବର୍ଷ ଉପଲକ୍ଷେ ସମସ୍ତ ଚାଷୀ ଭାଇ ଭଉଣୀମାନଙ୍କୁ ଶୁଭେଛା ଜଣାଇଥିଲେ ।ସେ କହିଥିଲେ ଚାଷୀମାନେ ଅନ୍ନଦାତା ।ଚାଷୀ ହସିଲେ ଦେଶ ହସିବ ।କୃଷକମାନେ ଝାଳନାଳ ବୋହି ବହୁ କଷ୍ଟ ସହି ଧାନ ଫସଲ ଅମଳ କରୁଛନ୍ତି । ଚଳିତ ବର୍ଷ ଇନ୍ଦ୍ର ଦେବତା ଚାଷୀଙ୍କ ଉପରେ ପ୍ରସନ୍ନ ହୋଇଛନ୍ତି । ଚାଷୀଙ୍କୁ ସଶକ୍ତ ଓ ସ୍ବାବଲମ୍ବୀ କରିବା ପାଇଁ ସରକାର ବହୁଵିଧ ଯୋଜନା କରିବା ସହ କୋଟିକୋଟି ଟଙ୍କା ଅନୁଦାନ ଦେଉଛନ୍ତି ।ଚାଷୀମାନଙ୍କ ଠାରୁ ମଣ୍ଡିରେ ଧାନ ବିକ୍ରୟ ପାଇଁ ସୁବିଧା କରାଯାଇଛି ।ଚାଷୀମାନେ ମଣ୍ଡୀର ନିୟମାବଳିକୁ ପାଳନ କରି ଶୃଙ୍ଖଳାର ନିଜ ଟୋକନ ଧରି ସଫାସୁତୁରା ଧାନ ଆଣନ୍ତୁ ।ସରକାରଙ୍କର ଅର୍ଥର ଅଭାବ ନାହିଁ ।ତଦସହ ଲ୍ଯାମ୍ପର କର୍ମଚାରୀମାନେ ଚାଷୀମାନଙ୍କୁ ଧାନକ୍ରୟ ସମ୍ବନ୍ଧୀୟ ସଚେତନ କରାନ୍ତୁ ।କୌଣସି ଚାଷୀ ଯେଭଳି ମଣ୍ଡିରେ ଧାନ ବିକ୍ରୟ କରିବାକୁ ଆସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତୁ ସେଥିପ୍ରତି ଧ୍ୟାନ ଦିଅନ୍ତୁ ।ରାଇରଙ୍ଗପୁର ଲ୍ଯାମ୍ପର ୪ ଟି ପଞ୍ଚାୟତ ଓ ପୌରପାଳିକାର ୧୫୦୨ ଜଣ ପଞ୍ଜିକୃତ ଚାଷୀ ଧାନ ବିକ୍ରୟ କରିପାରିବେ ।କାର୍ଯ୍ୟକ୍ରମ ପରିଚାଳନାରେ ଆଶୁତୋଷ ମହାନ୍ତ,ସଞ୍ଜିତ ବାରିକ,ରୁପାଲି ମହାନ୍ତ,କୃଷ୍ନ ମହାନ୍ତ,ଇନ୍ଦ୍ରଜିତ ବାରିକ,ବିଶ୍ବକଳ୍ପିତା ମହାନ୍ତ,,ଆରଏମସିର ଦୀନେଶ ବେହେରା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ସେହିପରି
ମୟୂରଭଂଜ ଜିଲ୍ଲାର ବିଜାତଳା ବ୍ଲକର ବିଜାତଳା ବୃହତକାୟ ସେବା ସମବାୟ ସମିତିରେ ଧାନ କ୍ରୟର ଶୁଭାରମ୍ଭ ହେଇଯାଇଛି l ଅୟୋଜିତ କାର୍ଯ୍ୟକ୍ରମରେ ସାରସକଣା ବିଧାୟକ ଭାଦଵ ହାଁସଦା ମୁଖ୍ୟଅତିଥ୍ ଭାବେ ଯୋଗ ଦେଇ ନଡିଆ ଭାଙ୍ଗି,ଧୂପଦୀପ ପ୍ରଜ୍ଵଲାନ ପୂର୍ବକ ଫିତା କାଟି ଏହାର ଶୁଭାରମ୍ଭ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମିତିର ସଭାପତି ରାମଚନ୍ଦ୍ର ବେଶ୍ରା,ବିଜାତଳା ସମିତିର ନିର୍ଦେଶକ ଅନିରୁଦ୍ଧ ନନ୍ଦ,ମଣ୍ଡି ନୋଡାଲ ଅଧିକାରୀ ଡମ୍ବରୁଧର ବରି, ଉପଖଣ୍ଡ ସହକାରୀ ନିବନ୍ଧକ, ରାଇରଙ୍ଗପୁର ତୁଷାରକାନ୍ତି ମହାନ୍ତି ତହସିଲ ମୁଖ୍ୟ କିରାଣୀ ପ୍ରମୁଖ ଯୋଗ ଦେଇଥିଲେ। ସମିତିର ସମସ୍ତ କର୍ମଚାରୀ ପ୍ରମୁଖ କ।ର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏଥିରେ ସମିତିର ସମସ୍ତ ନିର୍ଦ୍ଦେଶକ ଓ ଚାଷୀ
କମିଟି ସଦସ୍ୟମ।ନେ ଯୋଗ ଦେଇଥିଲେ । ଚାଷୀ ମାନଙ୍କ ନିକଟରୁ କିପରି ଭାବେ ଧାନ କିଣାଯାଇ ପାରିବ ସେନେଇ ବିଧାୟକ ଗୁରୁତ୍ଵ ଦେଇଥିଲେ। ଆଜି ପର୍ଯ୍ୟନ୍ତ ଧାନ କିଣା ପାଇଁ କୌଣସି ଟାର୍ଗେଟ୍ ଆସିନଥିବା ବେଳେ ମା ଜଗଦମ୍ବା ମିଲରଙ୍କୁ ଟ୍ୟାଗ୍ କରାଯାଇ ଥିବାରୁ ଚାଷୀଙ୍କ ଠାରୁ ଧାନ କିଣା ଶୀଘ୍ର ହେବ ବୋଲି ଜଣାପଡିଛି ।

