Img 20251230 wa0196

ମୟୁରଭଞ୍ଜ ଜିଲାରେ ପ୍ରଥମ ଥର ଅନୁଷ୍ଠିତ ହେଲା ମେଗା କ୍ରେଡିଟ ଆଉଟରିଚ କାର୍ଯ୍ୟକ୍ରମ-୨୦୨୫ 

ରାଜ୍ୟ
ବାରିପଦା : ମୟୂରଭଞ୍ଜରେ ପ୍ରଥମ ଥର ଓଡିଶା ଗ୍ରାମୀଣ ବ୍ୟାଙ୍କ ବାରିପଦା ଅଞ୍ଚଳ ଏବଂ ଓଡିଶା ଗ୍ରାମୀଣ ବ୍ୟାଙ୍କ ଯଶିପୁର ଅଞ୍ଚଳର ମିଳିତ ପ୍ରୟାସରେ ଜ଼ିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ମେଗା କ୍ରେଡିଟ ଆଉଟରିଚ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି|
ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ମନ୍ତ୍ରୀ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ତଥା ସାଧାରଣ ଉଦ୍ୟୋଗ ଡା. କୃଷ୍ଣଚନ୍ଦ୍ର ମହାପାତ୍ର ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଶ୍ରୀମତୀ ସତ୍ୟବତୀ ସାହୂ ( ମହା ପ୍ରଭନ୍ଧକ ଓଡିଶା ଗ୍ରାମୀଣ ବ୍ୟାଙ୍କ), ଜ଼ିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ. ଧର୍ମାନନ୍ଦ ବେହେରା, ବାରିପଦା ଉପଜିଲ୍ଲାପାଳ.ଡଃ. ଦୟାସିନ୍ଧୁ ପରିଡା,ନାବାର୍ଡ ର ଉନ୍ନୟନ ପରିଚାଳକ ଶ୍ରୀ. ସ୍ମାରକ କୁମାର ମହାନ୍ତି ଓ ଏଲ ଡି ଏମ ଶ୍ରୀ ସୂର୍ଯ୍ୟନାରାୟଣ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ।
ପ୍ରାରମ୍ଭରେ ଓଡିଶା  ଗ୍ରାମୀଣ ବ୍ୟାଙ୍କ ର ବାରିପଦା ଅଞ୍ଚଳ ର ଆଞ୍ଚଳିକ ପ୍ରଭନ୍ଧକ ଶ୍ରୀମତୀ କବିତା ଜ୍ୟୋତିଷୀ ଏବଂ ଓଡିଶା  ଗ୍ରାମୀଣ ବ୍ୟାଙ୍କ ଯଶିପୁର ଅଞ୍ଚଳ  ର ଆଞ୍ଚଳିକ ପ୍ରଭନ୍ଧକ ଶ୍ରୀ ବିରଜା ପ୍ରସାଦ କର  ନିମନ୍ତ୍ରିତ ଅତିଥି ବୃନ୍ଦଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ | ଓଡିଶା ଗ୍ରାମୀଣ ବ୍ୟାଙ୍କର ଏହି କ୍ରେଡିଟ ଆଉଟ ରିଚ ପ୍ରୋଗ୍ରାମ ର ଆଭିମୁଖ୍ୟ ହେଉଛି ସମାଵେଶୀ ଉନ୍ନତି, ଆର୍ଥିକ ସଶକ୍ତିକରଣ ଓ ସାମାଜିକ -ଆର୍ଥିକ ବିକାଶ ପ୍ରତି ତାହାର ଦୃଢ ସଂକଳ୍ପକୁ ସୁନିଶ୍ଚିତ କରିବା I
ଆଜି ଏହି କ୍ରେଡିଟ ଆଉଟ ରିଚ ପ୍ରୋଗ୍ରାମ ମାଧ୍ୟମରେ ଓଡିଶା ଗ୍ରାମୀଣ ବ୍ୟାଙ୍କ ଦ୍ୱାରା ବିଭିନ୍ନ ସ୍ୱୟଂ ସହାୟିକା ଗୋଷ୍ଠୀ ଏବଂ  କୃଷି ବିଭାଗର କିଷାନ କ୍ରେଡିଟ କାର୍ଡ ହିତାଧିକାରୀ  ମାନଙ୍କୁ Rs.201.00 କୋଟିର ଋଣ  ପ୍ରଦାନ କରାଗଲା |ଏହି ଅବସରରେ ଅତିଥିବୃନ୍ଦ ବିଭିନ୍ନ ସ୍ୱୟଂ ସହାୟିକା ଗୋଷ୍ଠୀକୁ ପ୍ରୋତ୍ସାହନ ସ୍ୱରୂପ ଚେକ ପ୍ରଦାନ କରିଥିଲେ ଏବଂ ଶ୍ରେଷ୍ଠ ବ୍ୟାଙ୍କ ମିତ୍ର ମାନକୁଂ ଯୋଗ୍ୟତା ପ୍ରମାଣପତ୍ର ପ୍ରଦାନ କରାଯାଇ ଥିଲା |
Shrutilipi ad