Img 20251230 wa0151

ପଣ୍ଡିତ ରହିଦାସ ସିଂ ନାଗଙ୍କ ପୁଣ୍ୟତିଥି ପାଳିତ

ରାଜ୍ୟ
ବାରିପଦା: ମୁଣ୍ଡା ଜାତିର ଆଦରଣୀୟ, ଗୌରବ ତଥା ମୁଣ୍ଡାରୀ ବାନି ଲିପିର ଆବିଷ୍କାରକ ପଣ୍ଡିତ ରହିଦାସ ସିଂ ନାଗଙ୍କ ୧୩ତମ ପୁଣ୍ୟତିଥି ଅବସରରେ ତା – ୩୦/୧୨/୨୫ ରିଖ ମଙ୍ଗଳବାର ଦିନ ମୁଣ୍ଡା ଯୁବ ସଂଗଠନ ଆନୁକୁଲ୍ୟରେ ବାରିପଦା ନିକଟସ୍ଥ ମଧୁବନ ରେ ଥିବା ତାଙ୍କ ପ୍ରତିମୂର୍ତ୍ତି ,
 ତାଙ୍କର କର୍ମଭୂମୀ ଠାରେ ଥିବା ସମାଧିପୀଠ ଏବଂ ରଙ୍ଗାମାଟିଆ ନିକଟସ୍ଥ ଶାଳବଣି ଗ୍ରାମ ଠାରେ ଥିବା ତାଙ୍କ ପ୍ରତିମୂର୍ତ୍ତି ଠାରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି l
    ଏହି ଅବସରରେ ତାଙ୍କର ଅବଦାନ,ଆଦର୍ଶ ଓ ଜୀବନ ଦର୍ଶନ ସମ୍ପର୍କରେ ଆଲୋଚନା କରାଯାଇଥିଲା l ସେ ଜଣେ ଜ୍ଞାନୀ, ସୁଶିକ୍ଷିତ, ଓ ସମାଜମୁଖୀ ବ୍ୟକ୍ତି ଥିଲେ l ସେ ଶିକ୍ଷା, ସାହିତ୍ୟ ଓ ସଂସ୍କୃତିର ବିକାଶ ପାଇଁ ସଦା ଚେଷ୍ଟାଶୀଳ ଥିଲେ l ସରଳ ଜୀବନ ଓ ଉଚ୍ଚ ଚିନ୍ତାଧାରା ତାଙ୍କ ଜୀବନର ପ୍ରଧାନ ବୈଶିଷ୍ଟ୍ୟ ଥିଲା l
     ତାଙ୍କ ପୁଣ୍ୟତିଥି ଅବସରରେ ସମାଜସେବୀ ତଥା ମୁଣ୍ଡା ଯୁବ ସଂଗଠନର ଉପଦେଷ୍ଟା ରାକେଶ ସିଂ, ମୁଣ୍ଡା ଯୁବ ସଂଗଠନର କାର୍ଯ୍ୟକାରୀ ସଂପାଦକ ଛାଟିଆ ସିଂ, ମୁଣ୍ଡାରୀ ସମାଜ ସାୱାଁର ଜାମଡା ର ସଭାପତି ନନ୍ଦଲାଲ୍ ସିଂ,  ଅବସରପ୍ରାପ୍ତ ରେଳ ବିଭାଗ ଜେନା ପ୍ରସାଦ ସିଂ, ମୁଣ୍ଡାରୀ ସମାଜ ସାୱାଁର୍ ଜାମଡା ର ଉପଦେଷ୍ଟା ରାଜେନ୍ଦ୍ର ସିଂ, ଏମ.ଏଲ.ସି.ସି.ର ଜିଲ୍ଲା ସଂପାଦକ ଇଂ.ସୁନାରାମ ସିଂ, ମୁଣ୍ଡା ଯୁବ ସଂଗଠନର କାର୍ଯ୍ୟକାରୀ ସଂପାଦକ ମନୋରଞ୍ଜନ ସିଂ, ମୁଣ୍ଡା ଯୁବ ସଂଗଠନର ଜିଲ୍ଲା ସମ୍ପାଦକ ରାଜେଶ କୁମାର ସିଂ ଏବଂ ବିଭିନ୍ନ ଛାତ୍ରଛାତ୍ରୀ ରଶ୍ମିତା ସିଂ, ତପସ୍ୱିନୀ ସିଂ, ଦେବକୀ ସିଂ, ସ୍ଵାତୀ ସିଂ, ସାବିତ୍ରୀ ସିଂ, ଲକ୍ଷ୍ମୀପ୍ରିୟା ସିଂ, ରଚିତା ସିଂ,ସୁଭଦ୍ରା ସିଂ,ଅଜିତ୍ କୁମାର ସିଂ, ରବି ସିଂ, ଶିବ ଶଙ୍କର ସିଂ ଆଦି ଯୋଗ ଦେଇ ତାଙ୍କ ମହାନ୍ ଆତ୍ମା ପାଇଁ ଗଭୀର ଶ୍ରଦ୍ଧାଞ୍ଜଳି ଏବଂ ତାଙ୍କ ଆଦର୍ଶକୁ ଅନୁସରଣ କରିବାକୁ ସଂକଳ୍ପ କରିଥିଲେ l
Shrutilipi ad