Photo for the news of agnibiparna

ଅଗ୍ନି ବିପନ୍ନଙ୍କୁ ସହାୟତା

ରାଜ୍ୟ

ବନ୍ତ/ଆଗରପଡ଼ା: ବନ୍ତ ବ୍ଳକ ଅନ୍ତର୍ଗତ ଚାରିଗାଁ ଗ୍ରାମ ପଂଚାୟତର ଇଟୁଆ ଗ୍ରାମରେ ୨୮ ତାରିଖ ବିଳମ୍ବିତ ରାତିରେ ମୋହନ ଯେନାଙ୍କ ଘରେ ନିଆଁ ଲାଗି ଚାଳଘରଟି ସମ୍ପୁର୍ଣ୍ଣ ଜଳିଜିବା ସହିତ ଘର ସମସ୍ତ ଆସବାବ ପତ୍ର ଓ ଜିନିଷ ପତ୍ର ପୋଡିଯାଇଥିଲା । ଏହି ଦୁଃଖଦ ଖବର ଜାଣିବା ପରେ ଉକ୍ତ ପଂଚାୟତର ଚାରିଗୋଟି ଗାଁକୁ ନେଇ ଗଠନ କରାଯାଇଥିବା ସମାଜ ସେବା ସଂଗଠନ ଚାଚତେଇ ତରଫରୁ ଅଗ୍ନି ବିପନ୍ନଙ୍କୁ ସହାୟତା ରାଶି ଓ ଶୁଖିଲା ଖାଦ୍ୟ ପ୍ରଦାନ କରାଯାଇଛି ଏବଂ ପ୍ରଶାସନିକ ସ୍ତରରେ ବିପନ୍ନଙ୍କୁ ତୁରନ୍ତା ସହାୟତାୟତା ଯୋଗାଇ ଦେବା ପାଇଁ ନିବେଦନ କରାଯାଇଛି । ସଂଗଠନର ଆବାହକ ଯୋଗଗୁରୁ ତଥା ସମିତି ସଭ୍ୟ ଧରଣୀଧର କର, ସଭାପତି ଜୟଦେବ ସାହୁ, ସମ୍ପାଦକ ସୁଦର୍ଶନ ଯେନା, ସଦଶ୍ୟ ପ୍ରଶାନ୍ତ ଦାଶ ,ବନମାଳୀ ସାହୁ, ଭୂପେନ୍ଦ୍ର ନାୟକ, ସନାତନ ସେଠି, ବସନ୍ତ କର,ଜଗବନ୍ଧୁ ଯେନା, କାନ୍‌ହୁ କର ପ୍ରମୁଖ ବହୁ ସଦସ୍ୟ ଉପସ୍ଥିତ ଥିଲେ । ମିଳିଥିବା ସୂଚନା ଅନୁସାରେ ଏହି ସଂଗଠନ ବିପନ୍ନ ମାନଙ୍କୁ ସାହାଯ୍ୟ ସହଯୋଗ କରିବା ସହିତ ବୃକ୍ଷରୋପଣ, ଯୋଗ ଶିବିର, ସ୍ୱଚ୍ଛ ଭାରତ କାର୍ଯ୍ୟ କ୍ରମରେ ସଫେଇ ଅଭିଯାନ ଭଳି କାର୍ଯ୍ୟ କ୍ରମମାନ ଜାରି ରଖିଛନ୍ତି ।

Shrutilipi ad