ବାରିପଦା : ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଯୁବ ମହୋତ୍ସଭ ରେ ମୟୁରଭଞ୍ଜର ସଫଳତା I ମୟୁରଭଞ୍ଜର ଲୋକସଂଗୀତ ଦଳ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଲୋକନୃତ୍ୟ ଦଳ ତୃତୀୟ, ଚିତ୍ରକଳାରେ ସଞ୍ଜୟ କୁମାର ମାର୍ଣ୍ଡି ଓ ବକ୍ତୃତା ପ୍ରତିଯୋଗିତାରେ ଅଭିଷେକ ମହାନ୍ତି ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଛନ୍ତି I ଦଳର ନେତୃତ୍ୱ ନେଇଥିଲେ କ୍ରୀଡା ପ୍ରଶିକ୍ଷକ ପ୍ରଦୀପ କୁମାର ଚୌଧୁରୀ ଓ ରଶ୍ମିତା ଗିରି I ବାସିପିଠା ଅଂଚଳର ଲୋକସଂଗୀତ ଦଳର ଅବିନାଶ ପତି, ଅମୀୟ କୁମାର ବାରିକ, ତାପସ ସାହୁ, ମଧୁସୂଦନ ବାରିକ, ପ୍ରକାଶ କୁମାର ଜେନା, ଗାୟତ୍ରୀ ଚୌଧୁରୀ, ଦେବଶ୍ରୀ ଲୋହାର, ଗୀତା ରାଣୀ, ସମୀର ସୌରଭ ମହାନ୍ତ, ଜ୍ଞାନରଞ୍ଜନ ସାହୁ ଓ ସ୍ୱାଧୀନ ମହାନ୍ତ ଦିଲ୍ଲୀ ଠାରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ଯୁବ ଉତ୍ସବରେ ଅଂଶଗ୍ରହଣ କରିବେ ବୋଲି ଜିଲ୍ଲା କ୍ରୀଡା ଅଧିକାରୀ ଡଃ ଶୁଭାଶିଷ ନାୟକ ଜଣାଇଛନ୍ତି I

