4a3c5a09 c68b 43ec ac24 298477458a15 e1766999131504

ବାଂଲାଦେଶୀ ସନ୍ଦେହରେ ଭୁବନେଶ୍ୱର ବିମାନବନ୍ଦରରେ ୨ ଅଟକ

ରାଜ୍ୟ

ଭୁବନେଶ୍ୱର:  ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ବାଂଲାଦେଶୀ ନାଗରିକ ସନ୍ଦେହରେ ଦୁଇଜଣ ଯୁବକଙ୍କୁ ଅଟକ ରଖାଯାଇଛି। ସୂଚନା ଅନୁଯାୟୀ, ଏହି ବ୍ୟକ୍ତିମାନେ ଏକ କ୍ୟାବ୍ ଭଡ଼ାରେ ନେଇଥିଲେ କିନ୍ତୁ ସେମାନଙ୍କ ପରିଚୟ ଏବଂ ଗନ୍ତବ୍ୟସ୍ଥଳ ବିଷୟରେ ସଠିକ୍ ବିବରଣୀ ପ୍ରଦାନ କରିପାରିନଥିଲେ। ଯାହାକୁ ନେଇ ସନ୍ଦେହ ସୃଷ୍ଟି ହେବାରୁ ଡ୍ରାଇଭର ଜଣକ ତୁରନ୍ତ ସ୍ଥାନୀୟ ବାସିନ୍ଦାଙ୍କୁ ଜଣାଇଥିଲେ। ପରେ ସେମାନେ ଏହି ଦୁଇ ଜଣଙ୍କୁ ପଚରାଉଚରା କରିବା ବେଳେ ଜଣାପଡ଼ିଥିଲା ଯେ ସେମାନଙ୍କ ପାଖରେ ଭାରତୀୟ ନାଗରିକତା କିମ୍ବା ଆଇନଗତ ପ୍ରବେଶ ଡକ୍ୟୁମେଣ୍ଟର କୌଣସି ବୈଧ ପ୍ରମାଣ ନାହିଁ। ପରେ ଲୋକେ ଏନେଇ ବିମାନବନ୍ଦର ପୋଲିସକୁ ଜଣାଇଥିଲେ। ଆଉ ଅଧିକାରୀ ଦୁଇ ସନ୍ଦିଗ୍ଧଙ୍କୁ ହେପାଜତକୁ ନେଇ ଜେରା କରୁଥିବା ଜଣାପଡିଛି।

ଅପରପକ୍ଷରେ ଯଦି ସେମାନେ ବେଆଇନ ଭାବରେ ପ୍ରବେଶ କରିଥିବା ଜଣାପଡ଼େ ତେବେ ସେମାନଙ୍କ ଦେଶାନ୍ତର ପ୍ରକ୍ରିୟା ଆରମ୍ଭ କରାଯିବ।

Shrutilipi ad