Img 20251228 wa0165

ଦ୍ଵିତୀୟ ପର୍ଯ୍ୟାୟ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିରର କାର୍ଯ୍ୟସୂଚୀ

ରାଜ୍ୟ
ବାରିପଦା: ଜିଲ୍ଲା ପ୍ରଶାସନ ତତ୍ୱାବଧାନରେ ଜିଲ୍ଲା ସାମାଜିକ ସୁରକ୍ଷା କାର୍ଯ୍ୟାଳୟ ଆନୁକୂଲ୍ୟରେ ଜିଲ୍ଲାରେ ଆଗାମୀ ୨୦୨୬ ମସିହା ଜାନୁଆରୀ  ୦୨ତାରିଖରୁ ଫେବୃଆରୀ ମାସ ୨୧ ତାରିଖ ପର୍ଯ୍ୟନ୍ତ ଦ୍ଵିତୀୟ ପର୍ଯ୍ୟାୟରେ ୧୪ ଗୋଟି ସ୍ଥାନରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଆୟୋଜିତ ହେବାକୁ ଯାଉଛି।
ଜିଲ୍ଲାରେ ଆୟୋଜିତ ହେବାକୁ ଥିବା ଦ୍ଵିତୀୟ ପର୍ଯ୍ୟାୟ ଶିବିର କାର୍ଯ୍ୟସୂଚୀ ଅନୁଯାୟୀ ଆଗାମୀ ୨୦୨୬ ମସିହା ଜାନୁଆରୀ ମାସର ୨ତାରିଖରେ ସାରସକଣା ଠାରେ ମା’ ସୁଭଦ୍ରା ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ, ଜାନୁଆରୀ ୭ ତାରିଖରେ ଯଶିପୁର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ, ଜାନୁଆରୀ ୮ତାରିଖରେ କପ୍ତିପଦା ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ, ଜାନୁଆରୀ ୯ତାରିଖରେ ଶୁକୃଳି ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ, ଜାନୁଆରୀ ୧୭ତାରିଖରେ ବାରିପଦା ବ୍ଲକ କାର୍ଯ୍ୟାଳୟ ପରିସରରେ ଓ ଜାନୁଆରୀ ୨୦ତାରିଖରେ ଠାକୁମୁଣ୍ଡା ବ୍ଲକ କାର୍ଯ୍ୟାଳୟ ପରିସରରେ ଆୟୋଜିତ ହେବ।
ସେହିପରି ୨୦୨୬ ମସିହା ଫେବୃଆରୀ ୪ତାରିଖରେ ଶମାଖୁଣ୍ଟା ବ୍ଲକ କାର୍ଯ୍ୟାଳୟ ପରିସରରେ, ଫେବୃଆରୀ ୫ତାରିଖରେ ବାଙ୍ଗିରିପୋଷି ବ୍ଲକ କାର୍ଯ୍ୟାଳୟ ପରିସରରେ, ଫେବୃଆରୀ ୬ତାରିଖ ବାଦାମପାହାଡ ୟୂ.ଜି.ଏମ.ଇ. ବିଦ୍ୟାଳୟ ପରିସରରେ,ଫେବୃଆରୀ ୧୧ତାରିଖରେ ଶରତ ୟୂ. ପି. ସ୍କୁଲ ପରିସରରେ, ଫେବୃଆରୀ ୧୩ତାରିଖ ଶୁଳିଆପଦା ବ୍ଲକ କାର୍ଯ୍ୟାଳୟ ପରିସରରେ, ଫେବୃଆରୀ ୧୭ତାରିଖ ରାଇରଙ୍ଗପୁର ବ୍ଲକ କାର୍ଯ୍ୟାଳୟ ପରିସରରେ, ଫେବୃଆରୀ ୧୮ତାରିଖ ବଡ଼ସାହି ବ୍ଲକ କାର୍ଯ୍ୟାଳୟ ପରିସରରେ ଓ ଫେବୃଆରୀ ୨୧ତାରିଖରେ ବରେହିପାଣି ଗ୍ରାମ ପଂଚାୟତ କାର୍ଯ୍ୟାଳୟ ପରିସରରେ ଆୟୋଜିତ ହେବ।
ତେଣୁ ହିତାଧିକାରୀ ମାନେ ଉକ୍ତ ଶିବିରର ସୁଯୋଗ ନେବା ପାଇଁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଉଛି।
ପ୍ରକାଶ ଥାଉକି,ଭୀମ ଭୋଇ ସାମର୍ଥ୍ୟ ଶିବିର ହେଉଛି ଭିନ୍ନକ୍ଷମ ବ୍ୟକ୍ତିଙ୍କ ପାଇଁ ସଶକ୍ତିକରଣ ଶିବିର ବା କାର୍ଯ୍ୟକ୍ରମ, ଯାହାର ଲକ୍ଷ୍ୟ ଭିନ୍ନକ୍ଷମ ଥିବା ବ୍ୟକ୍ତିମାନଙ୍କୁ ସେବା ପ୍ରଦାନ କରିବା। ଏହି ଶିବିର ଗୁଡ଼ିକରେ ପ୍ରମାଣପତ୍ର ପାଇଁ ଭିନ୍ନକ୍ଷମ ମାନଙ୍କ ମୂଲ୍ୟାଙ୍କନ, ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଏବଂ ବସ୍ ପାସ୍ ଭଳି ସୁବିଧା ସହିତ ଅନ୍ୟାନ୍ୟ ସହାୟତା ପ୍ରଦାନ କରାଯାଇଥାଏ। ଏହାରପ୍ରାଥମିକ ଲକ୍ଷ୍ୟ ହେଉଛି ଭିନ୍ନକ୍ଷମ ବ୍ୟକ୍ତିମାନଙ୍କୁ ଆବଶ୍ୟକୀୟ ଦସ୍ତାବିଜ (ଡକ୍ୟୁମେଣ୍ଟ) ଏବଂ ସୂଚନା ପ୍ରଦାନ କରି ସେମାନଙ୍କୁ ସଶକ୍ତ କରିବା।
Shrutilipi ad