ବାରିପଦା :ସ୍ଥାନୀୟ ବାରିପଦା ଷ୍ଟାଡିୟମ ସମ୍ମିଳନୀ କକ୍ଷରେ “ଆମେ – ୭୩” ବ୍ୟାଚର ମ୍ୟାଟ୍ରିକ ତଥା ଏମପିସିସନ ମାନଙ୍କ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି I ଏହି କାର୍ଯ୍ୟକ୍ରମରେ ଜିଲ୍ଲା, ରାଜ୍ୟ ତଥା ରାଜ୍ୟ ବାହାରୁ ୧୨୦ ରୁ ଉର୍ଦ୍ଧ ବନ୍ଧୁ ଓ ବାନ୍ଧବୀ ମାନେ ଯୋଗଦେଇଥିଲେ ବୋଲି ଆୟୋଜକ ତଥା ସମ୍ପାଦକ କ୍ଷୀରୋଦ ବିହାରୀ ସିଟ ଜଣାଇଛନ୍ତି I ସେମାନଙ୍କ ମଧ୍ୟରେ ପ୍ରମୁଖ ବନ୍ଧୁମାନେ ହେଲେ ଦେବବ୍ରତ ସ୍ୱାଇଁ, ଯଶୋବନ୍ତ ଷଡ଼ଙ୍ଗୀ, ଶୈଳେନ୍ଦ୍ର ନନ୍ଦ, ଅଶୋକ ବଶା, କିଶୋର ବଶା, ବିଜୟ ଷଡ଼ଙ୍ଗୀ, ଅସିତ ରଥ, ବିଜନ ଦାସ ମହାପାତ୍ର, ସୌମେନ୍ଦ୍ର ପଟ୍ଟନାୟକ, କାଶୀନାଥ ବେହେରା, ଜଗଦୀଶ ମହାନ୍ତି, ଅହିନ ପାତ୍ର, ସଂଯୁକ୍ତା ମିଶ୍ର ଓ ଲକ୍ଷ୍ମୀପ୍ରିୟା ବେହେରା I ସର୍ବପ୍ରଥମେ ଦିବଂଗତ ବନ୍ଧୁମାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାପୂର୍ବକ ନିରବ ପ୍ରାର୍ଥନା କରାଯାଇଥିଲା I ବନ୍ଧୁ ଅନାଦି ସିଂହଙ୍କ ରଚିତ କବିତା ସଂକଳନ “ତେସ୍ତରି ଡାକେ ହାତ ଠାରି” ବହିର ଶୁଭ ଉନ୍ମୋଚନ ପରେ ଲୋକାର୍ପିତ ହୋଇଥିଲା I ପରେ ପରେ ବନ୍ଧୁ ଶ୍ରୀକାନ୍ତ ମିଶ୍ରଙ୍କ ରଚିତ ପୁସ୍ତକ “କିଚକେଶ୍ବରୀ” ର ଦ୍ଵିତୀୟ ସଂସ୍କରଣ ବନ୍ଧୁ ମାନଙ୍କ ମଧ୍ୟରେ ବିତରଣ କରାଯାଇଥିଲା I ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ଚିନ୍ମୟ ପଟ୍ଟନାୟକ, ରଜତ ମହାନ୍ତି, ରବି ଚୌପଟ୍ଟନାୟକ, କୃଷ୍ଣ ଦାସ, ଅଶୋକ ମହାନ୍ତି, କମଳଲୋଚନ ଗିରି, ଅରୁଣାଂଶୁ ଦାଶ, ବିଜୟ ସିଂହ, ଶୁଭେନ୍ଦୁ ପାଲ, ସତ୍ୟବାନ ସେଠୀ ଓ ବୈଦ୍ୟନାଥ ରଥ ସହଯୋଗ କରିଥିଲେ I

