ଆଗରପଡ଼ା: ଭୁବନେଶ୍ୱର ସ୍ଥିତ କିଭା ହୋଟେଲ ପରିସରରେ ଆମ ଅଗଣାରେ ସଜ ଫୁଲ ପରିବାର ସାହିତ୍ୟ ଅନୁଷ୍ଠାନର ପଂଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନ ପ୍ରତିଷ୍ଠାତା ପ୍ରଦ୍ୟୁମ୍ନ କୁମାର ଭୂତିଆଙ୍କ ତତ୍ତ୍ୱାବଧାନରେ ମୁଖ୍ୟ ଅତିଥି ମିହିର କୁମାର ମେହେର,ମୂଖ୍ୟ ବକ୍ତା ମନୋଜ କୁମାର ମିଶ୍ର,ମୁଖ୍ୟ ଅତିଥି ସନ୍ତୋଷ କୁମାର କର,ସମ୍ମାନିତ ଅତିଥି ଭାବେ ବିପିନ କୁମାର ଲେଙ୍କା ଓ ଗୋଲକ କୁମାର ବେହେରା ଯୋଗ ଦେଇଥିବା ବେଳେ କୃଷ୍ଣ ଚନ୍ଦ୍ର ମହାପାତ୍ର ମଂଚ ପରିଚାଳନା କରିଥିଲେ ଓ କୁନି ପ୍ରତିଭା ଅନ୍ନପୂର୍ଣ୍ଣା ନାୟକ ନୃତ୍ୟ ପରିବେଷଣ କରିଥିଲେ । ଅନୁଷ୍ଠାନ ତରଫରୁ ପ୍ରକାଶ ପାଇ ଆସୁଥିବା ବାର୍ଷିକ ପତ୍ରିକା ଆମ ଅଗଣାର ସଜ ଫୁଲ ଓ ତତ୍ ସହିତ ସିକ୍ତା କରଙ୍କ ପୁସ୍ତକ ଆଞ୍ଜୁଲାଏ ଫୁଲ ଓ ଗଳ୍ପ ସଙ୍କଳନ ଶ୍ରାବଣୀ ଓ ସୂ ଲେଖିକା ସୁପ୍ରିୟା ମହାନ୍ତି ପୁସ୍ତକ ଝରକା ସେ ପାଖ ମଧ୍ୟ ଉନ୍ମୋଚନ ହୋଇଥିଲା । ସାହିତ୍ୟ କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବା ଅନୁଷ୍ଠାନ ବାଣୀ ବିଥିକା ସାହିତ୍ୟ ଅନୁଷ୍ଠାନ, ଭାର୍ଗବୀ ସାହିତ୍ୟ ସଂସଦ,ବୀଣାପାଣି ସାହିତ୍ୟ ସଂସଦଙ୍କୁ ସମ୍ବର୍ଦ୍ଧିତ କରି ସମ୍ମାନ ପ୍ରଦାନ କରାଯାଇଥିଲା । ଯାଜପୁର ଜିଲ୍ଲା ଜେନାପୁର ଅଂଚଳର ପଣ୍ଡିତ ଜଗବନ୍ଧୁ ନନ୍ଦଙ୍କୁ ପ୍ରକୃତି ପରିବେଶ ସୁରକ୍ଷାର ଅବଦାନ ପାଇଁ ମା’ ବିରଜା ଭୂମି ପୂତ୍ର ସମ୍ମାନ ରେ ସମ୍ମାନିତ କରାଯାଇଥିଲା । ଅନୁଷ୍ଠାନ ର ପ୍ରମୁଖ କର୍ମ କର୍ତ୍ତା କୁଞ୍ଜ ବିହାରୀ ଦଳେଇ, ସସ୍ମିତା ବାରିକ୍, ସ୍ୱାଗତିକା ସାହୁ , ଅରୁନ୍ଧତୀ ଲେଙ୍କା , ସୁବ୍ରତ କୁମାର ଦାସ , ଦେବକୀ ଭୁତିଆ , ନିଳୀମା ପଟ୍ଟନାୟକ, ଜୟନ୍ତୀ ବେହେରା ପୂର୍ଣ୍ଣ ସହଯୋଗ ପ୍ରଦାନ କରି ଥିଲେ ଓ ପରି ଶେଷ ରେ ରୀତା ଅପରାଜିତା ମହାନ୍ତି ଓ ସୁପ୍ରିୟା ମହାନ୍ତି ଧନ୍ୟବାଦ ଅର୍ପଣ କରି ଥିଲେ । ଓଡ଼ିଶାର ବିଭିନ୍ନ ଜିଲ୍ଲାର ବହୁ ଲେଖକ ଲେଖିକା ମାନଙ୍କୁ ସମ୍ବର୍ଦ୍ଧିତ କରା ଯାଇ ଥିଲା ବେଳେ ଭଦ୍ରକ ଜିଲ୍ଲା ରାମକୃଷ୍ଣପୁର ଗ୍ରାମର ଲେଖକ ଓ ସାହିତ୍ୟିକ ମନୋରଞ୍ଜନ ମହାନ୍ତିଙ୍କୁ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନିୟ ଅବଦାନ ପାଇଁ ଶବ୍ଦ କୁବେର ସମ୍ମାନରେ ସମ୍ମାନିତ କରାଯାଇଥିଲା ।

