Photo for the news of bandhu milan

୧୯୮୩ ବ୍ୟାଚ ବନ୍ଧୁ ମିଳନ

ରାଜ୍ୟ

ଆଗରପଡ଼ା: ବନ୍ତ ବ୍ଲକ ଅଧିନସ୍ଥ ଅଳାଉତୀ ଉଚ୍ଚ ବିଦ୍ୟାଳୟ ପରିସରରେ ୧୯୮୩ବ୍ୟାଚର ବରିଷ୍ଠ ଓ କନିଷ୍ଠ ଶିକ୍ଷକଙ୍କ ଏକ ବନ୍ଧୁ ମିଳନ ଓ ଭାବ ବିନିମୟ ସମାବେଶ ବିଦ୍ୟାଳୟ ପ୍ରାଙ୍ଗଣରେ ମହାସମାରୋହରେ ଅନୁଷ୍ଠିତ ହୋଇଅଛି । ବିଦ୍ୟାଳୟ ପ୍ରଧାନଶିକ୍ଷକ କେଦାରନାଥ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମାବେଶରେ ବିଦ୍ୟାଳୟ ପୁରାତନ ଛାତ୍ର ଛାତ୍ରୀ ସେମାନଙ୍କ ମତାମତ ପ୍ରଦାନ କରିଥିଲେ । ଉପସ୍ଥିତ ଶିକ୍ଷକ ସେମାନଙ୍କ ହୃଦୟସ୍ପର୍ଶୀ ମତାମତ ପ୍ରଦାନ କରିଥିଲେ । ଉକ୍ତ ସମାବେଶକୁ ଶ୍ରୀ ବିଶ୍ୱମ୍ବର ପଣ୍ଡା ପରିଚାଳନା କରିଥିଲେ । ସମାବେଶରେ ଶତାଧିକ ପୁରାତନ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ଶ୍ରୀ ବିଜୟ ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।

Shrutilipi ad