Photo for the news of agarpara mahotsav

ଆଗରପଡା ଯୁବ ମହୋତ୍ସବ ତୃତୀୟ ସଂଧ୍ୟାର ମୁଖ୍ୟ ଆକର୍ଷଣ ଯାତ୍ରା ମହାବଳ ସଂଜୟ ଭୋଳ

ରାଜ୍ୟ

ଆଗରପଡ଼ା: ୪ର୍ଥ ବାର୍ଷିକ ଆଗରପଡ଼ା ଯୁବ ମହୋତ୍ସବ ତୃତୀୟ ସଂଧ୍ୟା ସମ୍ପ୍ରତି ଅନୁଷ୍ଠିତ ହୋଇଯାଇଛି । କମିଟି ସଭାପତି ଇଂଅମୀୟ ରଞ୍ଜନ ରାମଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପୂର୍ବତନ ସଭାପତି ତଥା ପୂର୍ବତନ ମନ୍ତ୍ରୀ ଜୟଦେବ ଜେନା ଯୋଗ ଦେଇ ଏହି ସଂଗ୍ରାମୀ ମାଟିରେ ଯୁବ ମହୋତ୍ସବ ଅସ୍ମିତାର ରଙ୍ଗରେ ରଙ୍ଗେଇ ହୋଇ ଜନ ମନ ହରଣ କରୁଛି, ଯାହା ଉପସ୍ଥିତ ଦର୍ଶକଙ୍କ ସମାଗମରୁ ଜଣା ପଡୁଛି ବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ । ମୁଖ୍ୟ ବକ୍ତା ଭାବେ ପୂର୍ବତନ ବିଧାୟକ ତଥା ସାଂସଦ ଅନନ୍ତ ପ୍ରସାଦ ସେଠୀ ଯୋଗ ଦେଇ ମହୋତ୍ସବ ଦ୍ୱାରା ଉତ୍କଳର ମହାନ ସଂସ୍କୃତି ଉଜ୍ଜିବୀତ ହେଉଥାଏ ବୋଲି କହିଥିଲେ । ସମ୍ମାନୀତ ଅତିଥି ଭାବେ ବନ୍ତ ବ୍ଳକ କଂଗ୍ରେସ କମିଟିର ସଭାପତି ରାଜକିଶୋର ସ୍ୱାଇଁ, ପୂର୍ବତନ ସରପଂଚ ରବି ନାରାୟଣ ମହାନ୍ତି ଯୋଗଦେଇ ଯୁବ ମହୋତ୍ସବର ଭତ୍ତରୋତ୍ତର ଉନ୍ନତି କାମନା କରିବା ସହିତ ଯୁବ ମହୋତ୍ସବ କମିଟିର ଏତାଦୃଶ୍ୟ କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିଥିଲେ । ଏହି ସଂଧ୍ୟାରେ ଦର୍ଶକ ମାନଙ୍କ ପାଇଁ ପ୍ରମୁଖ ଆକର୍ଷଣ ଥିଲେ ଯାତ୍ରା ଜଗତର ଦୁର୍ଦ୍ଦାନ୍ତ ଖଳନାୟକ ଯାତ୍ରା ମହାବଳ ସଞ୍ଜୟ ଭୋଳ । ଦୀର୍ଘ ସମୟ ଧରି ବିଭିନ୍ନ ନାଟକର ସଂଳାପ ଜରିଆରେ ସେ ଦର୍ଶକଙ୍କୁ ବାନ୍ଧି ରଖିପାରିଥିଲେ । ଏହି ଅବସରରେ ଆଗରପଡ଼ା ନିକଟସ୍ଥ ମହାନ୍ତି ପଡା ଗ୍ରାମର ଯୁବ ପ୍ରତିଭା ଅସୀତ କୁମାର ସାହୁଙ୍କୁ ନିଜର କାର୍ଯ୍ୟଦକ୍ଷତା ପାଇଁ ଅତିଥିଙ୍କ ଦ୍ୱାରା ମାନପତ୍ର ଓ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । କମିଟିର ସମ୍ପାଦକ ସାମ୍ବାଦିକ ପ୍ରଦ୍ୟୁମ୍ନ ପୁହାଣ ସଂପାଦକୀୟ ବିବରଣୀ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । କମିଟି ସଂଗଠନ ସମ୍ପାଦକ ଚିନ୍ମୟ ସିଂହ ମଂଚ ଆହ୍ୱାନ କରିଥିବା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ଭୁବନେଶ୍ୱରରୁ ଆସିଥିବା ରକଷ୍ଟାର ଡ୍ୟାନ୍ସ ଗୃପ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ସମସ୍ତ କାର୍ଯ୍ୟକୁ ଅମୂଲ୍ୟ ରତ୍ନ ନନ୍ଦ, ଜିତେନ୍ଦ୍ର ଶତପଥି,ସୋନୁ ମହାନ୍ତି,ତପନ ପୃଷ୍ଟି, ନୃସିଂହ ଖୁଣ୍ଟିଆ, ବାବୁରାମ ବେହେରା, ହାପୀ ରାୟ, ଦିବ୍ୟ ଆକାଶ ପୁହାଣ ଏବଂ ଶୋଭନୀୟ ଶିକ୍ଷାଶ୍ରମର ଛାତ୍ରଛାତ୍ରୀ ମାନେ ପରିଚାଳନାରେ ସହଯୋଗ କରିଥିଲେ ।

Shrutilipi ad