Medium ww1334729.bbb04fc8.fill 375x500.format webp

ଶିଖରଚଣ୍ଡୀ ପାହଡ଼ରେ ଦୁଇ ଦନ୍ତା, ଫେରିଲେ ପର୍ଯ୍ୟଟକ

ରାଜ୍ୟ

ଭୁବନେଶ୍ଵର: ଫିକା ପଡ଼ିଲା ରବିବାର। ଭୁବନେଶ୍ୱର ଶିଖରଚଣ୍ଡୀ ପାହଡ଼ରେ ଦୁଇ ଦନ୍ତା ହାତୀ ଥିବାରୁ ଆଜି ପର୍ଯ୍ୟଟକ ମାନଙ୍କ ପାଇଁ ଶିଖରଚଣ୍ଡୀ ବନ୍ଦ ରହିଛି। ରବିବାର ଥିବାରୁ ବହୁ ସଂଖ୍ୟାରେ ପର୍ଯ୍ୟଟକ ଆସି ଫେରି ଯାଉଛନ୍ତି। ସୂଚନା ମୂତାବକ ଗତ ତିନି ଦିନ ହେବ ଦୁଇଟି ବଡ ଦନ୍ତା ହାତୀ ଶିଖରଚଣ୍ଡୀ ପାହାଡରେ ଡେରା ପକାଇଛନ୍ତି । ହାତୀ ବୁଲୁଥିବାରୁ ପାହାଡକୁ ଯିବାକୁ ବାରଣ କରିଛି ବନ ବିଭାଗ । ଡାକବାଜି ଯନ୍ତ୍ର ସାହାଯ୍ୟରେ ଲୋକଙ୍କୁ ସଚେତନ କରାଯାଉଛି ।

ବର୍ତ୍ତମାନ ପର୍ଯ୍ୟଟନ ଋତୁ ଚାଲିଥିବାରୁ ପାହାଡରେ ଅନେକ ଲୋକ ବଣଭୋଜି କରିବାକୁ ଆସୁଛନ୍ତି । ହାତୀଙ୍କ ଉପସ୍ଥିତି ଯୋଗୁଁ ଗତକାଲିଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ପାହାଡ ଉପରକୁ ପର୍ଯ୍ୟଟନଙ୍କୁ ବାରଣ କରାଯାଇଛି । ମୁଖ୍ୟ ଫାଟକକୁ ବନ୍ଦ କରି ବନ କର୍ମଚାରୀ ଓ ଇନଫୋସିଟି ଥାନା ପକ୍ଷରୁ ଲୋକ ମାନଙ୍କୁ ସଚେତନ କରାଯାଉଛି । ଦୁଇଟି ଟିମ୍‌ ଗଠନ କରାଯାଇ ଦୁଇ ହାତୀଙ୍କ ଉପରେ ନଜର ରଖାଯାଉଥିବା ସୂଚନା ମିଳିଛି ।

Shrutilipi ad