Photo for the news of mahotsav

ଆଗରପଡା ଯୁବ ମହୋତ୍ସବ ଦ୍ୱିତୀୟ ସଂଧ୍ୟା; ’ଅତୀତ ଓ ଇତିହାସକୁ ମନେପକାଏ ମହୋତ୍ସବ’

ରାଜ୍ୟ

ଆଗରପଡ଼ା: ୪ର୍ଥ ବାର୍ଷିକ ଆଗରପଡ଼ା ଯୁବ ମହୋତ୍ସବ ଦ୍ୱିତୀୟ ସଂଧ୍ୟା ଅନୁଷ୍ଠିତ ହୋଇଯାଇଛି । କମିଟି ସଭାପତି ଇଂ ଅମୀୟ ରଞ୍ଜନ ରାମଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି(ସିପିଏମ୍‌)ର ରାଜ୍ୟ ସଂପାଦକ ସୁରେଶ ପାଣିଗ୍ରାହୀ ଯୋଗ ଦେଇ କଳା, ସାହିତ୍ୟ, ସଂସ୍କୃତି, ପରମ୍ପରା ଓ ଐତିହ୍ୟର ମାଟି ଆଗରପଡ଼ା ଆଜି ନିଜର ସ୍ୱତନ୍ତ୍ରତା ବଜାୟ ରଖିଛି । ରାଜନେତା, ଅଭିନେତା, କବି, ସାହିତ୍ୟିକ, ସଂଗ୍ରାମୀ, ଗାଳ୍ପିକ, ପ୍ରମୁଖ ଏହି ମାଟିରୁ ଜନ୍ମହୋଇ ବିଭିନ୍ନ ସ୍ଥାନରେ ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି । ମହୋତ୍ସବ ମାଟି ଓ ମଣିଷର କଥା କହେ, ଅତୀତ ଓ ଇତିହାସକୁ ମନେ ପକାଏ, ଶାନ୍ତି, ମୈତ୍ରୀ ଓ ଆନନ୍ଦର ମାର୍ଗ ଦେଖାଏ ବୋଲି ସେ ତାଙ୍କ ବକ୍ତବ୍ୟରେ କହିଥିଲେ । ମୁଖ୍ୟ ବକ୍ତା ଭାବେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି(ସିପିଏମ୍‌)ର ଜିଲ୍ଲା ସଂପାଦକ ଆଡ୍‌ଭୋକେଟ ଦିବ୍ୟ ସିଂହ ନାୟକ ଯୋଗଦେଇ ଯୁବ ମହୋତ୍ସବର ଭତ୍ତରୋତ୍ତର ଉନ୍ନତି କାମନା କରିବା ସହିତ ଯୁବ ମହୋତ୍ସବ କମିଟିର ଏତାଦୃଶ୍ୟ କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିଥିଲେ । ସମ୍ମାନୀତ ଅତିଥି ଭାବେ ସିପିଏମ୍ ସଂପାଦନ ମଣ୍ଡଳୀ ସଦସ୍ୟ ଆଡଭୋକେଟ ଗିରିଧାରୀ ନାଥ, ସଂପାଦନ ମଣ୍ଡଳୀ ସଦସ୍ୟ ତଥା ଅବସରପ୍ରାପ୍ତ ପ୍ରାଧ୍ୟାପକ ପ୍ରଭାସ ମହାପାତ୍ର, କମିଟିର ଉପଦେଷ୍ଟା ପ୍ରଣୟ ସିଂହ ପ୍ରମୁଖ ଯୋଗଦେଇଥିଲ । କମିଟି ସମ୍ପାଦକ ସାମ୍ବାଦିକ ପ୍ରଦ୍ୟୁମ୍ନ ପୁହାଣ ସଂପାଦକୀୟ ବିବରଣୀ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । କୋଷାଧ୍ୟକ୍ଷ ନୃସିଂହ ଖୁଣ୍ଟିଆ ମଂଚ ଆହ୍ୱାନ କରିଥିବା ବେଳେ ଉପଦେଷ୍ଠା ମାନବାଧିକାର ସୂଚନା କମିଶନର ରାଜ୍ୟ ସଂପାଦକ ନିରୋଜ ଆଇଚ ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ଭୁବନେଶ୍ୱରରୁ ଆସିଥିବା ରକଷ୍ଟାର ଡ୍ୟାନ୍ସ ଗୃପ ପକ୍ଷ୍ୟରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ସମସ୍ତ କାର୍ଯ୍ୟକୁ ସଂଗଠନ ସମ୍ପାଦକ ଚିନ୍ମୟ ସିଂହ, ଜିତେନ୍ଦ୍ର ଶତପଥି,ତପନ ପୃଷ୍ଟି, ବାବୁରାମ ବେହେରା, ହାପୀ ରାୟ, ଦିବ୍ୟ ଆକାଶ ପୁହାଣ ଏବଂ ଶୋଭନୀୟ ଶିକ୍ଷାଶ୍ରମର ଛାତ୍ର ଛାତ୍ରୀ ମାନେ ପରିଚାଳନାରେ ସହଯୋଗ କରିଥିଲେ ।

Shrutilipi ad