ବାରିପଦା: ନିଶାଗ୍ରସ୍ତ ସ୍ୱାମୀର ଉନ୍ମୁକ୍ତ କାଣ୍ଡ l ଗତକାଲି ଗୁରୁବାର ରାତ୍ରିରେ ମାଂସ ଆଣିବା ପାଇଁ ଟଙ୍କା ମାଗିଥିଲା ସ୍ତ୍ରୀ କୁ l ମାତ୍ର ସ୍ତ୍ରୀ ପାଖରେ ଟଙ୍କା ନଥିବାରୁ ସିଏ ମନା କରିଦେଇଥିଲା l ଏହାପରେ ଅଭିଯୁକ୍ତ ସ୍ୱାମୀ ଦେବେନ୍ଦ୍ର ସିଂ ସ୍ତ୍ରୀ ନିନି ମୁଣ୍ଡା କୁ ଏକ ଠେଙ୍ଗାରେ ନିର୍ଘାତ ପିଟିଥିଲା l ଫଳରେ ସ୍ତ୍ରୀ ନିନି ଅଚେତ ହୋଇ ତଳେପଡ଼ିଯାଇଥିଲା l ଆଜି ସକାଳୁ ତାର ମୃତ୍ୟୁ ହୋଇଥିବାର ଜଣାପଡିଥିଲା l ଏହିଭଳି ଏକ ଦୁଖଃଦ ଘଟଣା ଘଟିଅଛି ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ସିମଲା ଠାରେ l ପୋଲିସ ଖବର ପାଇ ଘଟଣା ସ୍ଥଳକୁ ଯାଇ ଶବ କୁ ଜବତ କରି ବ୍ୟବଛେଦ ନିମନ୍ତେ ଡାକ୍ତରଖାନାକୁ ପଠାଇଛି l ଏଥି ସହିତ ଥାନାରେ ଏକ ହତ୍ୟା ମାମଲା ରୁଜୁ କରିବା ସହ ଅଭିଯୁକ୍ତ କୁ ଥାନାରେ ଅଟକ ରଖିବା ସହ ଅଧିକ ତଦନ୍ତ ଜାରିରଖିଅଛି l

