Img 20251225 wa0264

ଜନ୍ମଦିନ ଅବସରରେ ରକ୍ତଦାନ ଶିବିର ଆୟୋଜନ କଲେ ଚିତ୍ତରଞ୍ଜନ ସ୍ୱାଇଁ

ରାଜ୍ୟ
  • ଡଃ ନିରୋଜ କୁମାର ପୋଥାଳ ୧୩୩ ଓ ସୋମନାଥ ସିଂହ ୭୦ ଥର ରକ୍ତଦାନ କରି ସମ୍ବର୍ଦ୍ଧିତ
ବାରିପଦା : ସ୍ଥାନୀୟ ବାରିପଦା ଷ୍ଟାଡିୟମ ସମ୍ମିଳନୀ କକ୍ଷରେ ରେଡ ଗ୍ରୀନ ଫାଉଣ୍ଡେସନର ପ୍ରତିଷ୍ଠାତା ଚିତ୍ତରଞ୍ଜନ ସ୍ୱାଇଁ ତାଙ୍କ ଜନ୍ମଦିନକୁ ସ୍ବେଛାକୃତ ରକ୍ତଦାନ ଶିବିର ଆୟୋଜନ କରି ପାଳନ କରିବା ସହ ନିଜେ ମଧ୍ୟ ରକ୍ତଦାନ କରିଥିଲେ I ଅତିଥି ଭାବେ ଯୋଗଦେଇ ମହାରାଜା ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ ଓ ମହାରାଣୀ ରଶ୍ମି ରାଜଲକ୍ଷ୍ମୀ ଭଞ୍ଜଦେଓ ଏହି ଶିବିରକୁ ଉଦଘାଟନ କରିବା ସହ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ I ଆଜି ବଡଦିନ ଅବସରରେ ସମସ୍ତେ ଭୋଜିଭାତରେ ବ୍ୟସ୍ତ ଥିବାବେଳେ ୩୩ ଜଣ ଅନ୍ୟର ଜୀବନ ବଞ୍ଚାଇବା ସ୍ବେଛାକୃତ ଭାବେ ରକ୍ତଦାନ କରିଥିବାରୁ ସମସ୍ତଙ୍କୁ ଫାଉଣ୍ଡେସନ ତରଫରୁ “ଦେବଦୁତ ସମ୍ମାନ” ରେ ସମ୍ମାନିତ କରାଯାଇଥିଲା I ଏହି ଶିବିରରେ ଡଃ ନିରୋଜ କୁମାର ପୋଥାଳ ୧୩୩ ତମ ଓ ସୋମନାଥ ସିଂହ ୭୦ ତମ ରକ୍ତଦାନ କରି  ଅତିଥିଙ୍କ ଦ୍ୱାରା ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧିତ ହୋଇଥିଲେ I ଏହି ଅବସରରେ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଡ଼ିଭାଇନ ପ୍ରତିଷ୍ଠାନର ନିର୍ଦ୍ଦେଶକ ଇ. ବିପ୍ଳବ ଭଂଜନ ବୁଗୁଡେଇ, ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ସାଧାରଣ ସମ୍ପାଦକ ବିଜୟ କୁମାର ଦାସ, ଅମର କୁମାର ସେଠି, ସର୍ଦ୍ଦାର ହରିଚରଣ ସିଂହ, ଡଃ ଅକ୍ଷୟ କୁମାର ମହାନ୍ତି, ଡଃ ଅସୀମ କୁମାର ଚକ୍ରବର୍ତ୍ତୀ, ତପନ କୁମାର ବେହେରା, ଅଗ୍ରଦୀପ ପିରି, ହିମାଂଶୁ ପ୍ରହରାଜ, ରହିତାଶ୍ୱ ବେହେରା, ବିନୋଦ ଲୋହାର, ତୁଳସୀ ଫାଉଣ୍ଡେସନ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା I ଅରବିନ୍ଦ ମୁଖି, ବୃଷଭାନୁ ପାହାଡ଼ ସିଂହ, ରାଜାରାମ ମାର୍ଣ୍ଡି,  ସୀତା ମାରାଣ୍ଡି, ସକିଲା ବେଗମ, ନମିତା ନାଏକ, କବିତା ମଣ୍ଡଳ ଓ କ୍ରିଷ୍ଣା ମୁଖି ଶିବିର ପରିଚାଳରେ ସହଯୋଗ କରିଥିଲେ I
Shrutilipi ad