Img 20251225 wa0250

ମୟୁରଭଞ୍ଜ ଡାକ ମଣ୍ଡଳର ୫୪ତମ ପ୍ରତିଷ୍ଠା ଦିବସ ପାଳିତ

ରାଜ୍ୟ
ବାରିପଦା :ମୟୁରଭଞ୍ଜ ଡାକ ମଣ୍ଡଳର  ୫୪ତମ ପ୍ରତିଷ୍ଠା ଦିବସ ସ୍ଥାନୀୟ ସହିଦ ସ୍ମୃତି ଭବନରେ ମହାସମାରୋହରେ ପାଳିତ ହୋଇଯାଇଛି l ଏହି ପ୍ରତିଷ୍ଠା ଦିବସରେ ମୟୁରଭଞ୍ଜର ଅତିରିକ୍ତ ପୋଲିସ ଆରକ୍ଷୀ ଅଧିକ୍ଷକ ସବିତା ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ତାଙ୍କ ଅଭିଭାଷଣରେ ଡାକ ବିଭାଗର ବିଭିନ୍ନ ସଂଚୟ ଯୋଜନାରେ ରଖିଥିବା ଧନକୁ ସୁରକ୍ଷିତ ରଖିବା ସହ ଠକାମୀରୁ କିପରି ପୋଲିସ ବିଭାଗ ସମ୍ୱନ୍ୟୟ ରକ୍ଷାକରି ଏକ ସୁସ୍ଥ ଓ ବିପଦମୁକ୍ତ ସମାଜ ଗଠନ କରାଯାଇପାରିଛି ତାହା ଉପରେ ମୁଖ୍ୟତଃ ଆଲୋକପାତ କରିଥିଲେ l ଆଧୁନିକ ମୋବାଇଲ ଯୁଗରେ ଡାକ ବିଭାଗ ଲୋକଙ୍କ ଭାବ ସହ ଏବେ ମଧ୍ୟ ଜଡିତ ହୋଇ ରହିଛି ଯାହାର ପ୍ରତିଫଳନ ସ୍ୱରୂପ ତକତପୁରରେ ଏକ ଜେନ ଜି ପୋଷ୍ଟଅଫିସର ଶୁଭାରମ୍ଭ l ସମ୍ମାନିତ ଅତିଥି ଓ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିବା ଆସାମ ଡାକ ପରିମଣ୍ଡଳର ଅବସରପ୍ରାପ୍ତ  ଅତିରିକ୍ତ ଡାକ ନିର୍ଦେଶକ (ଡାକ ଜୀବନ ବୀମା ) ତାଙ୍କ ଅଭିଭାଷଣରେ ଡାକ ବିଭାଗରେ ବିଭିନ୍ନ ପରିବର୍ତ୍ତନ ସହ ସମୟ ଉପଯୋଗୀ ନିୟମ ଡାକ ବିଭାଗ ପ୍ରଚଳନ ଯୋଗୁ ଲୋକ ମାନେ ପୁଣି ଡାକ ଘର ପ୍ରତି ଆକର୍ଷିତ ହେଲେଣି l ବିକଶିତ ଭାରତର ଲକ୍ଷ୍ୟକୁ ଆଖିଆଗରେ ରଖିକି ଡାକ ବିଭାଗ ପ୍ରତି ଲୋକଙ୍କୁ ଡାକଘର ସହ ଯୋଡିବାକୁ ଚେଷ୍ଟା କରୁଛି ବୋଲି କହିଥିଲେ l ଏହି ସଭାକାର୍ଯ୍ୟକୁ ପୌରାହିତ କରୁଥିବା ମୟୁରଭଞ୍ଜ ଡାକ ମଣ୍ଡଳ ଅଧିକ୍ଷକ ଭାଗ୍ୟଧର ଦାସ ସ୍ୱାଗତ ଭାଷଣରେ ମୟୁରଭଞ୍ଜ ଡାକ ମଣ୍ଡଳ ବିଗତ ତିନି ବର୍ଷ ଧରି କିପରି ସବୁ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରୁଛି ତାହା ପ୍ରକାଶ କରିଥିଲେ l ଡାକ ସହ ଅଧିକ୍ଷକ ପ୍ରଣବ କୁମାର ମିଶ୍ର ବିଭାଗର ବାର୍ଷିକ ବିବରିଣୀ ପ୍ରସ୍ତୁତ କରିଥିଲେ l ଅତିଥିବୃନ୍ଦ ଡାକ ଜୀବନ ବୀମା କ୍ଷେତ୍ରରେ ସଫଳତା ହାସଲ କରିଥିବା ମନୋଜ କୁମାର ସେନ, ସଞ୍ଜୟ ଦାସ, ଗୀତାଞ୍ଜଳି ସାହୁ, ଅଜିତ କୁମାର ନାୟକ, ଧରଣୀଧର ଦାସଙ୍କୁ ଡାକ ବିଭାଗ ଦ୍ୱାରା ଟ୍ରଫି ଓ ମାନପତ୍ର ଦେଇ ପୁରସ୍କୃତ କରାଯାଇଥିଲା I ଡାକ ବିଭାଗର କର୍ମଚାରୀ ଓ ତାଙ୍କ ସନ୍ତାନ ମାନଙ୍କ ଦ୍ୱାରା ସୁନ୍ଦର ନାଚ ଗୀତ ଓ ନାଟକ ପ୍ରଦର୍ଶିତ ହୋଇଥିଲା l ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବାଲେଶ୍ୱର ଡାକ ମଣ୍ଡଳ ଓ ସମ୍ବଲପୁର ଡାକ ମଣ୍ଡଳର ଡାକ ଅଧିକ୍ଷକଙ୍କୁ ମୟୁରଭଞ୍ଜ ଡାକ ଅଧିକ୍ଷକ ଉପଢୌକନ ଦେଇ ସମ୍ମାନିତ କରିଥିଲେ l ପ୍ରସିଦ୍ଧ ଜଗଦ୍ଧାତ୍ରୀ ମେଳାର ଏକ ଲୋକପ୍ରିୟ କାର୍ଯ୍ୟକ୍ରମ “ଆପଣଙ୍କ ଚିଠି” ର ପରିଚାଳନା କରୁଥିବା ଶିକ୍ଷକ ସୋମନାଥ ସିଂଙ୍କୁ ଏହି କାର୍ଯ୍ୟକ୍ରମ ମଧ୍ୟମରେ ମେଳାକୁ ଆସୁଥିବା ଓ ମେଳାର ସିଧା ପ୍ରସାରଣ ଦେଖୁଥିବା ଲୋକଙ୍କ ମଧ୍ୟରେ ଚିଠି ଲେଖାକୁ ପ୍ରୋତ୍ସାହନ କରୁଥିବାରୁ ମୟୁରଭଞ୍ଜ ଡାକ ମଣ୍ଡଳ ତରଫରୁ ବିଶେଷ ଭାବରେ ସମ୍ମାନିତ କରାଯାଇଥିଲା l ଶେଷରେ  ଅଫିସ ସୁପରଭାଇଜର ଉଜ୍ଜଳ କୁମାର ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥଲେ l
Shrutilipi ad