Img 20251224 wa0234

ରାଜ୍ୟସ୍ତରୀୟ ଯୁବ ସଂସଦ ପ୍ରତିଯୋଗିତାରେ ଆର୍ୟାନ ଦାସ ପ୍ରଥମ

ରାଜ୍ୟ
ବାରିପଦା : ଓଡିଶା ସରକାରଙ୍କ ଶିକ୍ଷକ ଓ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ, ଭୁବନେଶ୍ୱର ଆନୁକୂଲ୍ୟରେ କୃଷି ଭବନ ପରିସରରେ ଆୟୋଜିତ ରାଜ୍ୟସ୍ତରୀୟ ଯୁବ ସଂସଦ ପ୍ରତିଯୋଗିତାରେ ବାରିପଦାର ଆର୍ୟାନ ଦାସ ପ୍ରଥମ ସ୍ଥାନ ଅଧିକାର କରି ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି I ବାରିପଦା ମୁନିସିପାଲିଟି ଅନ୍ତର୍ଗତ ୧୯ ନଂ ୱାର୍ଡ ସ୍ଥିତ ବଳରାମପୁର ନିବାସୀ ରାଜୀବ କୁମାର ଦାସ ଓ ମୂର୍ଚ୍ଛନା ଦାସ ପଟ୍ଟନାୟକଙ୍କ ଏକ ମାତ୍ର ପୁତ୍ର ସେଣ୍ଟ ମେରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଏକାଦଶ ଶ୍ରେଣୀର ଛାତ୍ର ଆର୍ୟାନ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରି ଏହି ପ୍ରତିଯୋଗିତାରେ ଭାଗ ନେବାର ସୌଭାଗ୍ୟ ଅର୍ଜନ କରିଥିଲେ I ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଚରିତ୍ରରେ ଅବତୀର୍ଣ୍ଣ ହୋଇ ତାଙ୍କ ପ୍ରତିଭାର ଚମତ୍କାର ପ୍ରଦର୍ଶନ କରି ଶ୍ରେଷ୍ଠ ସ୍ଥାନ ଅଧିକାର କରିଥିଲେ I ଖବର ପାଇ ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀ, ଜିଲ୍ଲା ବିଜ୍ଞାନ ପରିଦର୍ଶକ ଜ୍ଞାନ ରଞ୍ଜନ ଆଚାର୍ଯ୍ୟ, ବିଦ୍ୟାଳୟର ଅଧ୍ୟକ୍ଷ ରାଜେଶ ଡୁଙ୍ଗଡୁଙ୍ଗ, ଗାଇଡ଼ ଶିକ୍ଷକ ସ୍ନେହାଶିଷ ମିଶ୍ର, ସମସ୍ତ ଶିକ୍ଷକ / ଶିକ୍ଷୟତ୍ରୀ, ଅଭିନନ୍ଦନ ଜଣାଇବା ସହ ଉଜ୍ଜଳ ଭବିଷ୍ୟତ କାମନା କରିଛନ୍ତି I
Shrutilipi ad