Images (4)

ନ୍ୟାୟ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ମହିଳା, ଏସପିଙ୍କୁ ତଦନ୍ତ ନିର୍ଦ୍ଦେଶ

ରାଜ୍ୟ

ଆଗରପଡ଼ା: ଆଗରପଡ଼ା ଥାନା ଅନ୍ତର୍ଗତ ଆଡ଼ିଆ ଗ୍ରାମର ବସୁଦେବ ସେଠୀଙ୍କ ଝିଅ ଅନୁପମା ସିମୁଳିଆ ଥାନା ଅନ୍ତର୍ଗତ ଅନ୍ତରା,ଚୌଧୁରୀପୋଖରୀ ଗ୍ରାମର ବଳରାମ ସେଠୀଙ୍କୁ ବିବାହ କରିଥିଲେ । ତାଙ୍କର ଦେଢ଼ବର୍ଷର ଏକ କନ୍ୟା ରହିଛି । ତାଙ୍କୁ ଶ୍ୱଶୁର ଘର ଲୋକେ ଯୌତୁକ ଜନିତ ନିର୍ଯ୍ୟାତନା ଦେଉଥିବାର ଅଭିଯୋଗ ହୋଇଛି । ଏହି ସଂପର୍କରେ ସେ ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନାରେ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ପାଇପାରିନଥିଲେ । ଶେଷରେ ବାଧ୍ୟ ହୋଇ ତାଙ୍କ ଅଭିଯୋଗତ୍ତପତ୍ରକୁ ଡ଼ାକ ମାଧ୍ୟମରେ ପଠାଇଥିଲେ । କିନ୍ତୁ ଉକ୍ତ ପତ୍ରକୁ ସିମୁଳିଆ ଥାନାଅଧିକାରୀ ଗ୍ରହଣ କରିବା ପରିବର୍ତ୍ତେ ଫେରାଇ ଦେଇଥିଲେ । ତେଣୁ ସେ ନ୍ୟାୟ ପାଇବା ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ସିଆରଏଲଏମପି ନଂ୧୩୮୨/୨୫ରେ ଅନୁପମାଙ୍କ ଅଭିଯୋଗକୁ ହାଇକୋର୍ଟ ଗ୍ରହଣ କରି ବିଚାର କରିବା ପରେ ତାଙ୍କ ରାୟରେ ଉକ୍ତ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବାକୁ ଏସପିଙ୍କୁ ନିର୍ଦ୍ଦେଶ ଦେବା ସହ ସିମୁଳିଆ ଥାନା ଅଧିକାରୀ ଅଭିଯୋଗକାରୀଙ୍କ ଅଭିଯୋଗ ପତ୍ରକୁ କାହିଁକି ଗ୍ରହଣ କଲେ ନାହିଁ ଏବଂ ଯଦି ଏସପି ତାଙ୍କ ତଦନ୍ତରେ ପତ୍ରକୁ ଫେରାଇ ଦିଆଯାଇଥିବା ପ୍ରମାଣ ପାଆନ୍ତି ତେବେ ଥାନାଧିôକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ମଧ୍ୟ ଦେଇଥିବା ଜଣାପଡ଼ିଛି ।

Shrutilipi ad