ଆଗରପଡ଼ା: ୪ର୍ଥ ବାର୍ଷିକ ଆଗରପଡ଼ା ଯୁବ ମହୋତ୍ସବ ଉଦ୍ଘାଟିତ ହୋଇଯାଇଛି । ଏହି ଅବସରରେ ଏକ ବିଶାଳ ମଶାଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଆଗରପଡ଼ା ଥାନା ଠାରୁ ଏହି ମଶାଲ ଶୋଭାଯାତ୍ରା ବାହାରି ଆଗରପଡ଼ା ବଜାର ପରିକ୍ରମା କରି ସ୍ଥାନୀୟ ହେମପଦ୍ମ ଗାଲାକ୍ସି ଠାରେ ପହଁଚି ଥିଲା । ଆଗରପଡ଼ା ଅଂଚଳର ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ,ସ୍କାଉଟ ଗାଇଡ୍,ଏନ୍ସିସି ଏବଂ ଶିଶୁ ମନ୍ଦିରର ଛାତ୍ରଛାତ୍ରୀଙ୍କ ଦ୍ୱାରା ଘୋଷ ବାଦ୍ୟ ଏହି ମଶାଲ ଶୋଭାଯାତ୍ରାର ମୁଖ୍ୟ ଆକର୍ଷଣ ଥିଲା । ଏହାକୁ ଆଗରପଡ଼ା ଥାନା ଏସ୍ଆଇ ଇଭାରାଣୀ ପରିଡା ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ବହୁ ସଂଖ୍ୟାରେ ଜନସାଧାରଣ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ସମସ୍ତ କାର୍ଯ୍ୟକୁ କମିଟି ଉପଦେଷ୍ଟ ଚିତ୍ତରଞ୍ଜନ ସାମନ୍ତରାୟ, ଜୈନୁଲ ଆବେଦିନ, ପ୍ରଣୟ ସିଂହ, ନିରୋଜ ଆଇଚ, ପ୍ରଫୁଲ୍ଲ ବିଶ୍ୱାଳ, ସଭାପତି ଇଂ ଅମୀୟ ରାମ,ସଂପାଦକ ପ୍ରଦ୍ୟୁମ୍ନ ପୁହାଣ,ସଂଗଠନ ସମ୍ପାଦକ ଚିନ୍ମୟ ସିଂହ, କୋଷାଧ୍ୟକ୍ଷ ନୃଶିଂହ ଖୁଣ୍ଟିଆ, ତପନ ପୃଷ୍ଟି, ଗୟାଧର ପତି, ବାବୁରାମ ବେହେରା, ଦିବ୍ୟ ଆକାଶ ପୁହାଣଙ୍କ ସମେତ ସମସ୍ତ ସଦସ୍ୟଙ୍କ ତତ୍ତ୍ୱାବଧାନରେ ସମ୍ପାଦନ କରାଯାଇଥିବା ବେଳେ ଆଗରପଡ଼ା ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା ।

