Court order

ସରକାରୀ ଅର୍ଥର ବେନିଅମ ଉପଯୋଗ କରିବା ଅଭିଯୋଗରେ ପାଞ୍ଚ ଜଣ ଭିଜିଲାନ୍ସ କୋର୍ଟରେ ଦଣ୍ଡିତ 

ରାଜ୍ୟ

ବାରିପଦା  :  ଆଜି ବୁଧବାର  ସରକାରୀ ଅର୍ଥ ର ବେନିଅମ ଉପଯୋଗ କରିବା ଅଭିଯୋଗ ସଂକ୍ରାନ୍ତ  ଏକ ମାମଲାର  ବିଚାରକରି ମାନ୍ୟବର ଭିଜିଲାନ୍ସ କୋର୍ଟ ର ବିଚାରପତି   ପୁର୍ଣିମା ଜେନା ପାଞ୍ଚ ଜଣ ଅଭିଯୁକ୍ତ କୁ ଦଣ୍ଡିତ କରିଛନ୍ତି । ଅଭିଯୁକ୍ତ ମାନେହେଲେ କଟକ ର ସିଡିଏ ସେକ୍ଟର-7 ନିବାସୀ ତଥା ପୂର୍ବତନ ମୟୁରଭଜ ସୁବନ୍ନରେଖା କେନାଲ ଡିଭିଜନ ର ଲେଣ୍ଡ ଏକୁଜେସନ ଅଫିସର ଗୌରାଙ୍ଗ ଚରଣ ମହାନ୍ତି( 62), ବାରିପଦା ୱାର୍ଡ ନମ୍ବର 2 ଅନ୍ତର୍ଗତ ୱାଲିଗଞ୍ଜ ଅଞ୍ଚଳର ତଥା ପୂର୍ବତନ ଉତ୍ତର ଓଡିଶା ବିଶ୍ଵବିଦ୍ୟାଳୟ ବ୍ରାଞ୍ଚର ବ୍ୟାଙ୍କ ଅଫ ଇଣ୍ଡିଆ ବ୍ରାଞ୍ଚ ମ୍ୟାନେଜର ଆଖଣ୍ଡଳ ପ୍ରସାଦ ମହାନ୍ତି (73), ବାରିପଦା ଭଞ୍ଜପୁର ବିଜୟରାମଚନ୍ଦ୍ରପୁର ଅଞ୍ଚଳର ତଥା ଉକ୍ତ ବ୍ୟାଙ୍କର ପୂର୍ବତନ ଷ୍ଟାଫ ଅଫିସର ପୁରୁଷୋତ୍ତମ  ମହାନ୍ତି (75), ବାରିପଦା ୱାର୍ଡ ନମ୍ବର 23 ଅନ୍ତର୍ଗତ ତୁଳସୀଚଉରା ଅଞ୍ଚଳର ତଥା ଉକ୍ତ ବ୍ୟାଙ୍କର ପୂର୍ବତନ ହେଡ଼ କ୍ଳର୍କ ସାନ୍ତନୁ କୁମାର କର (72) ଏବଂ ବାରିପଦା ୱାର୍ଡ ନମ୍ବର 3 ଅନ୍ତର୍ଗତ ୱାଲିଗଞ୍ଜ ଅଞ୍ଚଳର ତଥା ଉକ୍ତ ବ୍ୟାଙ୍କର ପୂର୍ବତନ କ୍ଳର୍କ ସୁଦାମ ଚରଣ ସାହୁ(74) । ଏ ସମସ୍ତ ପ୍ରତ୍ୟେକଙ୍କୁ ଙ୍କୁ ଦୁର୍ନୀତି ନିବାରଣ ଆଇନ ର ବିଭିନ୍ନ ଦଫାରେ ମୋଟ 19 ବର୍ଷ ସଶ୍ରମ କାରାଦଣ୍ଡ ରେ ଦଣ୍ଡିତ କରିଥିବାବେଳେ 2,50,000 ଲକ୍ଷ ଟଙ୍କା ଜୋରିମାନା ଅନାଦେୟ ଅଧିକ 19 ମାସ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ।

ଏ ସମସ୍ତ ଦଣ୍ଡାଦେଶ ଏକ କାଳୀନ ଲାଗୁ କରିବା ପାଇଁ ରାୟରେ ଉଲେଖ କରାଯାଇଅଛି । ସେଥି ମଧ୍ୟରୁ ପ୍ରତ୍ୟେକଙ୍କୁ  ସର୍ବାଧିକ ତିନି ବର୍ଷ ସଶ୍ରମ କାରାଦଣ୍ଡ ସମେତ ପଚାଶ ହଜାର ଟଙ୍କା ଜୋରିମାନା ଅନାଦେୟ ଅଧିକ ତିନି ମାସ କାରାଦଣ୍ଡ ଭୋଗିବାକୁ ପଡିବ ବୋଲି ରାୟରେ ଉଲେଖ କରାଯାଇଅଛି l ମାମଲାର ବିବରାଣୀରୁ ପ୍ରକାଶ ଯେ ସୁବନ୍ନରେଖା କେନାଲ ଡିଭିଜନ ରେ କିଛି ହିତାଧିକାରୀକାରୀ ଙ୍କ ଜମି ଯାଇଥିବାରୁ ସେମାନଙ୍କୁ ପୈଠ କରିବା ପାଇଁ ସରକାରଙ୍କ ପାଖରୁ ଟଙ୍କା ଆସିଥିଲା ।  ଉକ୍ତ ଟଙ୍କା ସୂବର୍ଣ୍ଣରେଖା କାର୍ଯ୍ୟାଳୟ ପକ୍ଷରୁ ବ୍ୟାଙ୍କାରେ କରେଣ୍ଟ ଏକାଉଣ୍ଟରେ  ଜମା ରଖିବା ପାଇଁ ସରକାରଙ୍କ ନିର୍ଦେଶନାମା ଥିବା ସତ୍ୱେ ଲେଣ୍ଡ ଏକୁଜେସନ ଅଫିସର ଗୌରାଙ୍ଗ ମହାନ୍ତି ବ୍ୟାଙ୍କ ମ୍ୟାନେଜର ଆଖଣ୍ଡଳ ପ୍ରସାଦ ମହାନ୍ତି ଏବଂ ଅନ୍ୟ ଅଭିଯୁକ୍ତ ବ୍ୟାଙ୍କ କର୍ମଚାରୀଙ୍କ ସହିତ ସଲାସୁତରାରେ  ଉକ୍ତ ଟଙ୍କା କୁ ଦୁଇଗୋଟି ସେଭିଙ୍ଗସ ଏକାଉଣ୍ଟରେ ରଖି ସୁଧ ଟଙ୍କା ମୋଟ 37 ଲକ୍ଷ 8 ହଜାର 708 ଟଙ୍କା  ଆତ୍ମସାତ କରିଥିଲେ । ଯେତେବେଳେ ବ୍ୟାଙ୍କ ମେନେଜର ଙ୍କ ବଦଳି ହୋଇଯାଇଥିଲା ସେହି ସମୟରେ ସେଥିମଧ୍ୟରୁ ଗୋଟିଏ ସେଭିଙ୍ଗସ ଏକାଉଣ୍ଟକୁ ବନ୍ଦ କରିଦେଇଥିଲେ l ନୂତନ ଭାବେ ଯୋଗ ଦେଇଥିବା ବ୍ୟାଙ୍କ ମ୍ୟାନେଜର ଏ କଥା ଜଣିବା ପରେ ପ୍ରଥମେ ଏ ବାବଦରେ ଟାଉନ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ମାତ୍ର ପରେ ଏହା ଭିଜିଲାନ୍ସ ବିଭାଗ ପକ୍ଷରୁ ଉକ୍ତ କେସକୁ ହାତକୁ ନିଆଯାଇ ତଦନ୍ତ କରାଯାଇଥିଲା । ଏ ବବଦରେ କଟକ ଭିଜିଲାନ୍ସ ସେଲ କେସ ନମ୍ବର 6/17-4-2015 ରେ ଏକ ମାମଲା ରୁଜୁ କରାଯାଇ ସମସ୍ତ ଅଭିଯୁକ୍ତ କୁ ଗିରଫ  କରି କୋର୍ଟ ଚାଲାଣ କରାଯାଇଥିଲା ।   ଆଜି ସମସ୍ତ ଆବଶ୍ୟକ ପ୍ରମାଣପତ୍ର ଏବଂସମସ୍ତ ସାକ୍ଷୀଙ୍କ ବୟାନକୁ ଭିତ୍ତିକରି ଭିଜିଲାନ୍ସ କୋର୍ଟ ପକ୍ଷରୁ ଚୁଡାନ୍ତ ରାୟ ପ୍ରକାଶ ପାଇଅଛି l ଉକ୍ତ କେସକୁ ସରକାରଙ୍କ ପକ୍ଷରୁ  ସ୍ପେଶାଲ ପି ପି  ଶାନ୍ତନୁ କୁମାର ଦାସ ଏବଂ ଆଡିସନାଲ  କମ ସ୍ପେଶାଲ ପି ପି ଦୀପକ କୁମାର ସେଠି ପରିଚାଳନା କରୁଥିଲେ ।

Shrutilipi ad