Img 20251223 wa0233

ସାନଭୁଣ୍ଡୁ ସରପଞ୍ଚଙ୍କ ବିରୁଦ୍ଧରେ ଦ୍ବିତୀୟ ଥର ପାଇଁ ଅନାସ୍ଥା; ନାଏବ ସରପଞ୍ଚଙ୍କୁ ସରପଞ୍ଚ ଭାବେ ବିଜୟୀ କରାଇଲେ ୧୦ ଓ୍ବାର୍ଡ ମେମ୍ବର 

ରାଜ୍ୟ
ବାରିପଦା : ମୟୂରଭଂଜ ଜିଲ୍ଲାର ସିମାନ୍ତ ତିରିଂ ବ୍ଳକ ଅନ୍ତର୍ଗତ ସାନଭୁଣ୍ଡୁ ପଞ୍ଚାୟତର ସରପଞ୍ଚ ହୀରାମଣି ମୁର୍ମୁଙ୍କ ମନମାନି ଯୋଗୁଁ ବହୁ ପୂର୍ବରୁ ଓ୍ବାର୍ଡ ମେମ୍ବର ମାନେ ଅନାସ୍ଥା ପ୍ରସ୍ତାବ ଲାଗୁ କରିଥିଲେ ।କିନ୍ତୁ ହୀରାମଣି ମୁର୍ମୁ ସେଥିପାଇଁ ହାଇକୋର୍ଟର ଦ୍ବାରସ୍ଥ ହୋଇ କିଛିଦିନ ଅଟକାଇ ରଖିଥିଲେ ।ପୁଣିଥରେ ଓ୍ବାର୍ଡମେମ୍ବରମାନେ ଆଜି ସରପଞ୍ଚ ହୀରାମଣି ମୁର୍ମୁ ଙ୍କ ବିରୋଧରେ ଅନାସ୍ଥା ଆଗତ କରିଥିଲେ ।ଆଜି ପୋଲିସ ଏଵଂ‌ ଵ୍ଳକ ପ୍ରଶାସନ ଉପସ୍ଥିତିରେ ଅନାସ୍ଥା ପ୍ରସ୍ତାବ ଲାଗୁ କରାଯାଇ ଭୋଟ ଆଗତ କରାଯାଇଥିଲା ।ଏଥିରେ ନିଶ୍ଚିତ ଭୋଟରେ ହାରିଥିବା ଭୟରେ  ହୀରାମଣି ଏବଂ ତାଙ୍କ ସମର୍ଥକ ଭୋଟଦାନରୁ ବିରତି ରହିଥିବାବେଳେ ୧୦ ଜଣ ଓ୍ଵାର୍ଡ ମେମ୍ବର ନାଏବ ସରପଞ୍ଚ ହୋପନା ସୋରେନ ଙ୍କୁ ଭୋଟ ଦେଇ ଜୟଯୁକ୍ତ କରାଇଥିଲେ ‌।ନାଏବ ସରପଞ୍ଚ  ହୋପନା ସୋରେନ ହେଲେ ସାନଭୁଣ୍ଡୁ ପଞ୍ଚାୟତର ନୁତନ ସରପଞ୍ଚ  । ସାନଭୁଣ୍ଡୁ ପଞ୍ଚାୟତର ସର୍ବାଙ୍ଗୀନ ଉନ୍ନତି ପାଇଁ ସେ ଚେଷ୍ଟା କରିବେ ବୋଲି ତାଙ୍କ ପ୍ରତିକ୍ରିଆରେ କହିଛନ୍ତି ।
Shrutilipi ad