Img 20251222 wa0267

ଦୁଇ ଦିନିଆ ସାଂସଦ ଖେଲ ମହୋତ୍ସବ ଉଦଯାପିତ 

ରାଜ୍ୟ
ବାରିପଦା : ସ୍ଥାନୀୟ ବାରିପଦା ସ୍ଥିତ ଷ୍ଟାଡିୟମ ପଡିଆ ଠାରେ ଜିଲ୍ଲା ପ୍ରଶାସନର ତତ୍ୱାବଧାନରେ ଆୟୋଜିତ ” ସାଂସଦ ଖେଳ ମହୋତ୍ସବ ” ଜିଲ୍ଲା ସ୍ତରୀୟ ଖେଳ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି।  ଅନୁଷ୍ଠିତ ଉକ୍ତ ଉଦଯାପନୀ ମହୋତ୍ସବ ରେ ରାଜ୍ୟସଭା ସାଂସଦ  ମମତା ମହାନ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେଇ କୃତୀ ଖେଳାଳୀ ମାନଙ୍କୁ ପୁରସ୍କାର ବିତରଣ କରିବା ସହ ସେମାନଙ୍କର ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ I ସମ୍ମାନିତ ଅତିଥି ଭାବେ ଯୋଗଦେଇ ଅତିରିକ୍ତ ଜିଲ୍ଲାପାଳ  ଦୁଃଖବନ୍ଧୁ ନାୟକ, ଜିଲ୍ଲା କ୍ରୀଡା ଅଧିକାରୀ ସୁଭାଶିଷ ନାୟକ, ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଭାଗିରଥି ମଲ୍ଲିକ, ପ୍ରମୁଖ ଯୋଗଦେଇ ଖେଳାଳୀ ମାନଙ୍କୁ ଉତ୍ସାହିତ କରିବା ସହ ପୁରସ୍କାର ବିତରଣ କରିଥିଲେ । ପୁରୁଷ ବିଭାଗରେ ହୋଇଥିବା ଫୁଟବଲ ପ୍ରତିଯୋଗିତାରେ ୩୨ ଦଳ ଅଂଶଗ୍ରହଣ କରିଥିବାବେଳେ ଏସ ଏସ ବି, ଶାଳବଣୀ ଚମ୍ପିୟାନ ଓ ହିମେଶ ଫାଇଟର, ବାରିପଦା ରନର୍ସ ଅପ ହୋଇଥିଲେ I ମହିଳା ବର୍ଗରେ ଅନୁଷ୍ଠିତ କବାଡି ପ୍ରତିଯୋଗିତାରେ ୧୨ ଟି ଦଳ ଅଂଶଗ୍ରହଣ କରିଥିବା ବେଳେ ସାଗେନ କ୍ଲବ, ରାଶଗୋବିନ୍ଦପୁର ଚମ୍ପିୟାନ ଓ ଟି ଟି ଆଇ, ତକତପୁର ରନର୍ସ ଅପ ହୋଇଥିଲେ I ଉଭୟ ପ୍ରତିଯୋଗିତାର ଚମ୍ପିୟାନ ଦଳକୁ ୨୦ ହଜାର ପ୍ରୋତ୍ସାହନ ରାଶି ଓ ଟ୍ରଫି ଏବଂ ରନର୍ସ ଅପ ଦଳକୁ ୧୫ ହଜାର ପ୍ରୋତ୍ସାହନ ରାଶି ଓ ଟ୍ରଫି ପ୍ରଦାନ କରାଯାଇଥିଲା I ଏହି ଅବସରରେ କ୍ରୀଡା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଜିଲ୍ଲା କ୍ରୀଡା ଅଧିକାରୀ ଶୁଭାଶିଷ ନାୟକ, ଶିକ୍ଷକ ତଥା କ୍ରୀଡ଼ାବିତ ସୋମନାଥ ସିଂହ, କ୍ରୀଡା ଶିକ୍ଷା ଶିକ୍ଷକ ସୁନୀଲ କୁମାର ମହାନ୍ତ ଓ ଦିବ୍ୟରଞ୍ଜନ ମହାନ୍ତ ପ୍ରମୁଖଙ୍କୁ  ସାଂସଦ ଶ୍ରୀମତୀ ମହାନ୍ତ ସମ୍ବର୍ଦ୍ଧିତ କରିଥିଲେ I ଶେଷରେ ଖେଲ ମହୋତ୍ସବକୁ ସଫଳ କରିଥିବା ସମସ୍ତ ଅଫିସିଆଲ ମାନଙ୍କୁ ମଧ୍ୟ ପ୍ରଶଂସା ପତ୍ର ଓ ଉପଢୌକନ ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା I ଶେଷରେ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଶ୍ରୀ ମଲ୍ଲିକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ I
Shrutilipi ad