ବାରିପଦା : ବାରିପଦା ମୁନିସିପାଲିଟି ଅନ୍ତର୍ଗତ ୧୦ନଂ ୱାର୍ଡ ସ୍ଥିତ ଐତିହ୍ୟ ସମ୍ପନ୍ନ ବ୍ରହ୍ମମନ୍ଦିରର ଶତବାର୍ଷିକୀ ଉତ୍ସବ ଉଦଯାପିତ ହୋଇଯାଇଛି I ଜାତୀୟ ସ୍ମାରକୀ ଅଥରିଟିର ପ୍ରାକ୍ତନ ଅଧ୍ୟକ୍ଷ ଡଃ କିଶୋର କୁମାର ବସାଙ୍କ ପୌରହିତ୍ୟରେ ବୌଦ୍ଧିକ ଆଲୋଚନା କାର୍ଯ୍ୟକ୍ରମ ରେ ଭାଗ ନେଇ ଧର୍ମରତ୍ନ ପୂର୍ଣ୍ଣଚନ୍ଦ୍ର ବୁଗୁଡେଇ , ମାନବ ଧର୍ମ ଆଚାର୍ଯ୍ୟ ହିମାକର ଟାଟା, ବ୍ରାହ୍ମସମାଜ ଇତିହାସ, ଐତିହ୍ୟ ଗବେଷକ ଅନିଲ ଧୀର ବୁଦ୍ଧ ଓ ଜୈନ ଧର୍ମ, ଶିକ୍ଷାବିତ୍ ଡ଼. ଶୁଭଙ୍କର ଘୋଷ ଖ୍ରୀଷ୍ଟିଆନ୍ ଧର୍ମ, ସମାଜସେବୀ ପ୍ରିତିଶ ବସା ଅତୁଟ ବନ୍ଧନର ଲକ୍ଷ୍ୟ ଓ ଆଦର୍ଶ, ଭଗିନୀ ଉମା, ବ୍ରହ୍ମକୁମାରୀ, ଶିକ୍ଷାବିତ ସନ୍ଦୀପ ଚାନ୍ଦ ବିବେକାନନ୍ଦଙ୍କ ଆଦର୍ଶ, ସର୍ଦ୍ଦାର ରାଜିନ୍ଦର ସିଂହ, ଶିଖଧର୍ମ ଉପରେ ଆଲୋକପାତ କରିଥିଲେ I ତତସହିତ ସଭାରେ ପ୍ରଥମେ ବର୍ଷିଆନ ବ୍ରାହ୍ମପ୍ରେମୀ ରେବେକା ରକ୍ଷିତ, ମାନସୀ ସାନ୍ୟାଲ ବ୍ରହ୍ମ ସଂଗୀତ ଗାନ କରିଥିଲେ I ଉପାସନାରେ ଭାଗନେଇ କୋଲକାତାର ଆଚାର୍ଯ୍ୟ ଅନିରୁଦ୍ଧ ରକ୍ଷିତ ଉପସ୍ଥିତ ସମସ୍ତଙ୍କୁ ବିମୋହିତ କରିଥିଲେ I ସତ୍ୟସିଂ ଦାସ ଭକ୍ତକବି ମଧୁସୂଦନ ରାଓଙ୍କ ରଚିତ ବ୍ରହ୍ମଗୀତ ଆବୃତ୍ତି କରିଥିଲେ I ଆଶିଷ ବସା ଧନ୍ୟବାଦ ଅର୍ପଣ କରିଥିଲେ I ସନ୍ଧ୍ୟା ଅଧିବେଶନରେ ବାରିପଦା ବ୍ରହ୍ମସମାଜର ପ୍ରାଣ ପ୍ରତିଷ୍ଠାତା ନନ୍ଦଲାଲ ବନ୍ଦୋପାଧ୍ୟାୟଙ୍କ ରଚିତ ବ୍ରହ୍ମ ସଂଗୀତକୁ ଟ୍ରଷ୍ଟର ମୁଖ୍ୟ ରଞ୍ଜନ ବାନାର୍ଜୀ ଆବୃତ୍ତି କରିଥିଲେ I ଇ. ମାନସ ଷଡ଼ଙ୍ଗୀଙ୍କ ସଂଯୋଜନାରେ ବର୍ଷୀୟାନ ବ୍ରହ୍ମ ପ୍ରେମୀ କୋଲକାତାର ଅନିରୁଦ୍ଧ ରକ୍ଷିତ, ଶୁକ୍ଳI ବାନାର୍ଜୀ ପ୍ରମୁଖ ଯୋଗଦେଇ ଉପାସନା କରିଥିଲେ I ସର୍ବ ଶେଷରେ ମିଡ଼ିଆ କମିଟିର ମୁଖ୍ୟ ସଂଯୋଜକ ସୋମନାଥ ସିଂହ ଉତ୍ସବର ସଫଳତା ପାଇଁ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ I

