ଆଗରପଡ଼ା: ଆଗରପଡ଼ା ସ୍ଥିତ ଶୋଭନୀୟ ଶିକ୍ଷାଶ୍ରମ ବାର୍ଷିକ କ୍ରୀଡ଼ା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଶିକ୍ଷାଶ୍ରମ ସଭାପତି ରବିନ୍ଦ୍ର ପଣ୍ଡାଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ବିଡିଓ ସୀତାକାନ୍ତ ରାଉତ, ସରପଂଚ ପ୍ରକାଶ ବିଶ୍ୱାଳ,ଯୋଗଗୁରୁ ଧରଣୀଧର କର, ସିଆରସିସି ନିରଞ୍ଜନ ଖିଲାର, ବିଜେପି ମହତାବ ମଣ୍ଡଳ ସଭାପତି ଅମୂଲ୍ୟରତ୍ନ ନନ୍ଦ, ଶିକ୍ଷାବିତ୍ ମୋହନ ମହାନ୍ତି ପ୍ରମୁଖ ଅତିଥିଭାବେ ଯୋଗ ଦେଇଥିଲେ । ଶିକ୍ଷାବିତ୍ ମହେନ୍ଦ୍ର ନାୟକଙ୍କ ତତ୍ତ୍ୱବଧାନରେ ପ୍ରଧାନ ଗୁରୁମା ସୁକାନ୍ତିଲତା ସିଂହ, ରଶ୍ମିତା ବିଶ୍ୱାଳ, ବବିତା ଦାଶ, ମନ୍ଦାକିନୀ ଦାଶ, ମାମାଲି ନାୟକ, ରଶ୍ମିତା ଦାସ, ଶୈଳବାଳା ବେହେରା, ତପସ୍ୱିନୀ ମଲ୍ଲିକ,ରଂଜୁଲତା ସାହୁ,ତପସ୍ୱିନୀ ସାହୁ, ଲଳିତା ହାତୀ ପ୍ରମୁଖ ଗୁରୁମାମାନେ ବିଭିନ୍ନ କାର୍ଯ୍ୟ ପରିଚାଳନାରେ ସହାୟତା କରିଥିଲେ । ଶେଷରେ ଅତିଥିଙ୍କ ଦ୍ୱାରା କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା ।

