Img 20251220 wa0257

 ସନ୍ ସାଇନ୍ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା

ରାଜ୍ୟ
ବାରିପଦା : ମୟୁରଭଞ୍ଜ ଜିଲ୍ଲା କୁସୁମୀ ବ୍ଲକ ଅନ୍ତର୍ଗତ ବାଦାମପାହାଡ଼  ସନ୍ ସାଇନ୍ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ରେ ବାର୍ଷିକ କ୍ରିଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରୁ ପଞ୍ଚମ ଶ୍ରେଣୀ ପର୍ୟ୍ୟନ୍ତ ୧୩୦ ଜଣ ଛାତ୍ରଛାତ୍ରୀ ଏଥିରେ ଅଂଶଗ୍ରହଣ କରିଥିଲେ। ଆୟୋଜିତ ଉଦଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବରେ ଅନୁଷ୍ଠାନ ର ଅଧ୍ୟକ୍ଷ  ରଞ୍ଜିତ କୁମାର ରାମ ଯୋଗଦେଇ ବିଦ୍ୟାଳୟ ର କ୍ରିଡ଼ା ପ୍ରତିଯୋଗିତା କୁ ଉଦଘାଟନ କରିଥିଲେ। ସମ୍ମାନୀତ ଅତିଥି ଭାବେ ଅନୁଷ୍ଠାନ ର ସଭାପତି ରଞ୍ଜନ କୁମାର ସାହୁ, ଉପାଧ୍ୟକ୍ଷା ଆଫ୍ରିନ୍ ବାନୋ ଯୋଗଦେଇ ପ୍ରତିଯୋଗି ମାନଙ୍କୁ ଉତ୍ସାହିତ କରିଥିଲେ। ବିଦ୍ୟାଳୟ ରେ ଜୁନିଅର, ସିନିଅର ପ୍ରତିଯୋଗିଙ୍କ ମଧ୍ୟରେ ବିଭିନ୍ନ କ୍ରିଡ଼ା ଆୟୋଜନ କରାଯାଇଥିଲା। ଶେଷରେ ବିଭିନ୍ନ ବିଭାଗର କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା। କ୍ରୀଡା ପ୍ରତିଯୋଗୀତା ରେ ଶିକ୍ଷକ ଶିକ୍ଷୟିତ୍ରୀ ମଧ୍ୟରେ ସମ୍ବାରୀ ବେଶ୍ରା, ବବିତା ମହାନ୍ତ,ମାନିକା ସିଂ,ଫାରହା ନାଜ୍, ବିଜୟ ଲକ୍ଷ୍ମୀ ଦାସ, ସାହିନା ପରବିନ୍ , ଗୀତା ରାଣୀ ସିଂ,
ପ୍ରମୁଖ ଯୋଗଦେଇ କ୍ରିଡ଼ା ପ୍ରତିଯୋଗିତା ପରିଚାଳନା ରେ ସହଯୋଗ କରିଥିଲେ।
Shrutilipi ad