Img 20251221 wa0333

୧୬ ବର୍ଷରୁ କମ ଆନ୍ତଃରାଜ୍ୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ, ଘାଟଶିଳା ଚମ୍ପିୟାନ

ରାଜ୍ୟ
ବାରିପଦା : ସ୍ଥାନୀୟ ମଧୁବନ ମିନି ଷ୍ଟାଡିୟମ ପଡିଆରେ ୨ୟ ବାର୍ଷିକ ୧୬ ବର୍ଷରୁ କମ ଆନ୍ତଃରାଜ୍ୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି I ଅତିଥି ଭାବେ ଯୋଗଦେଇ ୭ନଂ ୱାର୍ଡ କାଉନସିଲର ପ୍ରଶାନ୍ତ ବେହେରା ଏହି ମ୍ୟାଚକୁ ଉଦଘାଟନ କରିଥିଲେ I ଫାଇନାଲ ମ୍ୟାଚରେ ସି ଏ ଜି, ଘାଟଶିଳା ୩ ରନରେ ବି ସି ଏ, ବାରିପଦା କୁ ପରାସ୍ତ କରି ଚମ୍ପିୟାନ ହୋଇଛି I ପ୍ରଥମେ ବ୍ୟାଟିଂ କରି ଘାଟସିଳା ୨୦ ଓଭରରେ ୭ ଉଇକେଟ ହରାଇ ୧୧୬ ରନ ସଂଗ୍ରହ କରିଥିଲେ I ଦଳ ପକ୍ଷରୁ ଆରାଧ୍ୟ ସିଂହ ୩୮ ଓ ରାହୁଲ ୩୧ ରନ କରିଥିବାବେଳେ ବିପକ୍ଷ ଦଳର ଆଦିତ୍ୟ କୁମାର ବେରା, ଅଭିଷେକ ଶର୍ମା ଓ ଆଦିତ୍ୟ ଦାସ ୨ଟି ଲେଖାଏଁ ଉଇକେଟ ଅକ୍ତିଆର କରିଥିଲେ I ଉତ୍ତରରେ ବାରିପଦା ୨୦ ଓଭରରେ ୫ ଉଇକେଟ ହରାଇ ୧୧୩ ରନ ସଂଗ୍ରହ କରିଥିଲେ I ଦଳ ପକ୍ଷରୁ ଚନ୍ଦନ ସିଂ ସର୍ବାଧିକ ୫୩ କରିଥିବାବେଳେ ବିପକ୍ଷ ଦଳର ବିବେକ କୁମାର ୩ଟି ଉଇକେଟ ଅକ୍ତିଆର କରିଥିଲେ I ବିବେକ କୁମାର ମ୍ୟାନ ଅଫ ଦି ମ୍ୟାଚ ହୋଇ ପୁରସ୍କୃତ ହୋଇଥିଲେ I ଉତ୍ତମ ମହାକୁଡ଼ ଓ ସୁଜନ ମହାନ୍ତି ମହାନ୍ତି ଖେଳ ପରିଚାଳନା କରିଥିବାବେଳେ ସମ୍ବିତ କୁମାର ମହାରଣା ସ୍କୋରିଙ୍ଗରେ ସହାୟତା କରିଥିଲେ I ଦୀପକ ଦାସ ଧାରବିବାରଣୀ ପ୍ରଦାନ କରିଥିଲେ I ଶ୍ରେଷ୍ଠ ବ୍ୟାଟ୍ସମେନ ଓ ମ୍ୟାନ ଅଫ ଦି ସିରିଜ ଭାବେ ତୁଷାର ଓ ଶ୍ରେଷ୍ଠ ବୋଲର ଭାବେ ଜଗନ ରେଡି ପୁରସ୍କୃତ ହୋଇଥିଲେ I ଚମ୍ପିୟାନ ଦଳକୁ ୧୦ ହଜାର ପ୍ରୋତ୍ସାହନ ରାଶି ଓ ଟ୍ରଫି ଓ ରନର୍ସ ଅପ ଦଳକୁ ୭ ହଜାର ପ୍ରୋତ୍ସାହନ ରାଶି ଓ ଟ୍ରଫି ପ୍ରଦାନ କରାଯାଇଥିଲା I ମୁଖ୍ୟ ଅତିଥି ଭାବେ ଯୋଗଦେଇ ନଗରପାଳ ପୁରସ୍କାର ବିତରଣ କରିଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ କ୍ରିକେଟ ଖେଳାଳି ଲଲାଟେନ୍ଦୁ ବେହେରା, ସୋମନାଥ ସିଂହ, ସାଇବା ସିଂ, ମିର ଆକବର ଅଲ୍ଲୀ, ହେମନ୍ତ ବେହେରା, ଶେଖ ନାଫିସୁଲ ଓ ସୁଜନ ମହାନ୍ତି ଉପସ୍ଥିତ ଥିଲେ I ଏହି ଟୁର୍ଣ୍ଣାମେଣ୍ଟ ଅବସରରେ ପୂର୍ବତନ କ୍ରିକେଟ ଖେଳାଳି ପ୍ରଭାସ ଘଡେଇ, ସୋମନାଥ ସିଂହ, ଦେବୀଦତ୍ତ ମହାନ୍ତି ସଞ୍ଜୟ ମହାନ୍ତି, ରୂପକ ମହାନ୍ତି, ରମେଶ ଅଗ୍ରୱାଲ, ରଞ୍ଜନ ଦାସ, ସମୀର ସାହୁ ବଳବନ୍ତ ତୁଙ୍ଗ, ରମଣ ଅଗ୍ରୱାଲ, ସଂଜୀବ ଦ୍ବିବେଦୀ, ସୁଜନ ମହାନ୍ତି, ଲୋହିତ ଦାଶ, ରଣଜିତ ନାୟକ, ସତ୍ୟଜିତ ଧର ମହାପାତ୍ର, କିଶୋର ପଲେଇ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା I
Shrutilipi ad