Swami bibekananda sisumandir

ସ୍ୱାମୀ ବିବେକାନନ୍ଦ ଶିଶୁ ମନ୍ଦିରର ବାର୍ଷିକ କ୍ରୀଡା ଉତ୍ସବ

ରାଜ୍ୟ

ଆଗରପଡ଼ା: ବନ୍ତବ୍ଲକ ରମାଚନ୍ଦ୍ରପୁର ପଂଚାୟତ ଅଧିନ ନିମାପଡ଼ା କପାଳିକ୍ଷେତ୍ରଠାରେ ଅବସ୍ଥିତ ଥିବା ସ୍ୱାମୀ ବିବେକାନନ୍ଦ ଶିଶୁମନ୍ଦିରର ପଂଚଦଶ ତମ ବାର୍ଷିକ କ୍ରୀଡ଼ାତ୍ସବ ଦୁଇ ଦିବସ ଧରି ଅନୁଷ୍ଠିତ ହୋଇଯାଇଛି । ଉଦ୍‌ଘାଟନୀ ଉତ୍ସବରେ ଅତିଥିଭାବେ ପ୍ରାକ୍ତନ ପ୍ରଧାନ ଶିକ୍ଷକ ନାରାୟଣ ଚନ୍ଦ୍ର ସାମଲ କ୍ରୀଡ଼ା ପତାକାକୁ ଉତ୍ତୋଳନ କରି ଏହାର ଶୁଭାରମ୍ଭ କରିଥିଲେ । ବିଦ୍ୟାଳୟର ସଭାପତି ତଥା ପ୍ରାକ୍ତନ ଶିକ୍ଷକ ସୂଯ୍ୟମଣୀ ରାଉଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ଅତିଥିଭାବେ ସଂପାଦକ ତଥା ଶିକ୍ଷାବିତ୍ ପ୍ରକାଶ ଚନ୍ଦ୍ର ସାହୁ,ପ୍ରାକ୍ତନ ପ୍ରଧାନ ଶିକ୍ଷକ ହୃଷିକେଷ ମିଶ୍ର,ଶିକ୍ଷାବିତ୍ ଉଦୟନାଥ ସାହୁ, ପ୍ରଧାନ ଗୁରୁମା ଇତିଶ୍ରୀ ମହାପାତ୍ର, ବରିଷ୍ଠ ସାମ୍ବାଦିକ ପତଞ୍ଜଳି କରଶର୍ମା,ଅର୍ଜୁନ ବାରିକ,ଶିକ୍ଷାବିତ୍ ସନାତନ ସେଠୀ ପ୍ରମୁଖ ଊପସ୍ଥିତ ରହି ଛାତ୍ରଛାତ୍ରୀମାନେ ପାଠପଢ଼ା ସହ ଖେଳ କୁଦ କରିବା ଦ୍ୱାରା ଏକ ସୁସ୍ତ ନିରୋଗ ଶରୀର ଲାଭକରି ପାରିବେବୋଲି ନିଜବକ୍ତବ୍ୟରେ ଛାତ୍ରଛାତ୍ରୀମାନଙ୍କୁ ଊଦ୍‌ବୋଧନ ଦେଇଥିଲେ । ଏହି ଅବସରରେ ଉକ୍ତ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ୨୦୦ ଜଣ ଛାତ୍ରଛାତ୍ରୀଙ୍କୁ ଚାରୋଟି ବିଭାଗରେ ବିଭକ୍ତ କରାଯାଇ ସେମାନଙ୍କ ମଧ୍ୟରେ ବିଭିନ୍ନ କ୍ରୀଡ଼ା ଯଥା- ଏକଶତ ମିଟର ଦୈାଡ଼ ,ଗଣିତଦୈାଡ଼,ସଟଫୁଟ,ରଂଗଖେଳ,ଅଖାଡ଼ିଆଁଁ,ବେଙ୍ଗଡ଼ିଆଁ, ଆଳୁଚାମଚ ଆଦି ବିଭିନ୍ନ ପ୍ରତିଯୋଗୀତା ମାନ ଅନୁଷ୍ଟିତ ହୋଇଥିଲା । ଉଦ୍‌ଯାପନୀ ଉତ୍ସବରେ ଅତିଥିଭାବେ ବନ୍ତ କଲେଜର ପ୍ରାକ୍ତନ ଅଧ୍ୟକ୍ଷ ଡ଼ ସୁଭେନ୍ଦ୍ର କୁମାର ମିଶ୍ର,ଜାତୀୟ ପୁରସ୍କୃତ ଶିକ୍ଷକ ଭାଷ୍କର ଚନ୍ଦ୍ର ପାଢ଼ୀ,ଶିକ୍ଷାବିତ୍ ଲାଲମୋହନ ପୁହାଣ,ଗୋବିନ୍ଦ ଚନ୍ଦ୍ର ଜେନା ପ୍ରମୁଖ ଙ୍କସହ ଉଦ୍ଘାଟନ ଉତ୍ସବର ଅତିଥିମାନେ ଉପସ୍ଥିତ ରହି କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରିଥିଲେ । ଉକ୍ତ କ୍ରୀଡ଼ାକୁ ପରିଚାଳନା କରିଥିଲେ କ୍ରୀଡ଼ା ଶିକ୍ଷକ ରାମନାରାୟଣ ମିଶ୍ର,ଗୁରୁଜି ସୁନିଳ ରାଉଳ, ପ୍ରଶନ୍ନ ରଥ,ମାନସ ନାୟକ, ଗୁରୁମା ଦମୟନ୍ତି ପାଣିଗ୍ରାହି, ଉଷାରାଣୀ ବେହେରା, ମିନତିଲତା ରାଉତ, ସୈଭାଗ୍ୟ ମଂଜରୀ ପରିଡ଼ା, ସାବିତ୍ରୀ ମାଝୀ, ସବିତାରାଣୀ ଦାସ,ସସ୍ମୀତା ପତି,ପ୍ରଭାତୀ ପତି,ନିରୁପମା ପାଣିଗ୍ରାହୀ,ଖୁସି ପତି ,ରେବତୀ ବାରିକ ପ୍ରମୁଖ ।

Shrutilipi ad