ବାରିପଦା: ରାଣୀଭୋଳ ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟରେ ନବମ ବାର୍ଷିକ ଉତ୍ସବ ସ୍ପକ୍ଷର୍କଲ ତା :୧୯/୧୨ /୨୦୨୫ ରିଖରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି କ୍ଷ ପ୍ରାରମ୍ଭିକ ପର୍ୟ୍ୟାୟରେ ମୁଖ୍ୟ ଅତିଥି, ମୁଖ୍ୟବକ୍ତା ଏବଂ ସମ୍ମାନିତ ଅତିଥି ମାନଙ୍କୁ ବିଦ୍ୟାଳୟର ମୁଖ୍ୟ ଫାଟକ ପାଖରୁ ପାଛୋଟି ନିଆଯାଇଥିଲା ଏବଂ ସେମାନଙ୍କ ଦ୍ୱାରା ବିଦ୍ୟାଳୟରେ ଥିବା କାନ୍ଥ ପତ୍ରିକା \’ପଲ୍ଲବୀ \’ ଉନ୍ମୋଚନ କରାଯାଇଥିଲା କ୍ଷ ତା ପରେ ଅତିଥି ମାନଙ୍କୁ ମଞ୍ଚ ଉପରକୁ ସ୍ୱାଗତ କରି ସମ୍ମାନିତ କରାଯାଇଥିଲା କ୍ଷ ସମସ୍ତ ଅତିଥି ମାନେ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ଅର୍ପଣ ପୂର୍ବକ ଦୀପ ପ୍ରଜ୍ବଳନ କରି କାର୍ୟ୍ୟକ୍ରମର ଶୁଭାରମ୍ଭ କରିଥିଲେ କ୍ଷ ବିଦ୍ୟାଳୟର ଅଧ୍ୟକ୍ଷ ହିମାଂଶୁ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ମୟୁରଭଞ୍ଜ ଜିଲ୍ଲାର ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀଯୁକ୍ତ ନେତ୍ରାନନ୍ଦ ମଲ୍ଲିକ ଛାତ୍ରଛାତ୍ରୀ ମାନଙ୍କୁ ଗଳ୍ପ ମାଧ୍ୟମରେ ସଂଯମ, ଧର୍ୟ୍ୟ ଏବଂ ଅଧ୍ୟବସାୟ ବଳରେ ସେମାନେ କିପରି ନିଜର ପ୍ରତିଭାକୁ ବିକଶିତ କରିପାରିବେ ତାହା ଉପଦେଶ ଦେଇଥିଲେ କ୍ଷ ମୁଖ୍ୟ ବକ୍ତା ଭାବରେ ଜଗନ୍ନାଥ ସଂକୃତିର ଗବେଷକ ଶ୍ରୀଯୁକ୍ତ ସଂଜୀବ କୁମାର ପାଣିଗ୍ରାହୀ ଯୋଗଦେଇ ପିଲାମାନଙ୍କ ମଧ୍ୟ୍ୟରେ ମାନବିକ ମୂଲ୍ୟବୋଧ ଏବଂ ଆଧ୍ୟାତ୍ମିକ ଭାବ କିପରି ବିକଶିତ ହେବ ସେ ବିଷୟରେ ଆଲୋକପାତ କରିଥିଲେ କ୍ଷ ସମ୍ମାନିତ ଅତିଥି ଭାବରେ ବାରିପଦାର ତହସିଲଦାର ଶ୍ରୀଯୁକ୍ତ ସପନ କୁମାର ସାହୁ,ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ଦେବେନ୍ଦ୍ର ପ୍ରସାଦ ବଳ, ଇଣ୍ଟାକ୍ ମୟୁରଭଞ୍ଜ ଶାଖାର ଆବାହକ ମେଜର ଡ଼କ୍ଟର ରବୀନ୍ଦ୍ରନାଥ ପରିଡ଼ା, କେନ୍ଦ୍ରୀୟ ବିଦ୍ୟାଳୟ -ଓଓ ମୁର୍ଗାବାଡି, ବାରିପଦାର ଅବସରପ୍ରାପ୍ତ ଅଧ୍ୟକ୍ଷ ଶ୍ରୀଯୁକ୍ତ ଦାମୋଦର ପତି , ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟା ଶ୍ରୀମତୀ ବାସନ୍ତୀ ଲତା ମହାପାତ୍ର, ସମାଜସେବୀ ଶ୍ରୀଯୁକ୍ତ ଅମର ସେଠୀ,ଓଡିଶା ଆଦର୍ଶ ବିଦ୍ୟାଳୟ ମୋରଡାର ଅଧ୍ୟକ୍ଷ ଶ୍ରୀଯୁକ୍ତ ସଂଗ୍ରାମ କେଶରୀ ପାତ୍ର ଯୋଗଦେଇ ପିଲାମାନଙ୍କୁ ସମୟର ସଦୁପଯୋଗ କରିବା ତଥା କଠିନ ପରିଶ୍ରମ କରି ଲକ୍ଷସ୍ଥଳରେ ପହଂଚିବା ପାଇଁ ଉପଦେଶ ଦେଇଥିଲେ କ୍ଷ ତାପରେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ନେତ୍ରାନନ୍ଦ ମଲ୍ଲିକ ବିଭିନ୍ନ କ୍ଷେତରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରିଥିଲେ କ୍ଷ ପରବର୍ତ୍ତୀ ପର୍ୟ୍ୟାୟରେ ସାଂକୃତିକ କାର୍ୟ୍ୟକ୍ରମ ଆୟୋଜିତ କରାଯାଇଥିଲା କ୍ଷ ଏହି କାର୍ୟ୍ୟକ୍ରମକୁ ବିଦ୍ୟାଳୟର ଇଂରାଜୀ ଅଧ୍ୟାପକ ଶ୍ରୀଯୁକ୍ତ ବସନ୍ତ କୁମାର ଜେନା ପରିଚାଳନା କରିଥିଲେ ଏବଂ ସାମାଜିକ ବିଜ୍ଞାନ ଶିକ୍ଷୟିତ୍ରୀ ଶ୍ରୀମତୀ ଅରୁଣିମା ବେହେରା ଧନ୍ୟବାଦ ଅର୍ପଣ କରିଥିଲେ କ୍ଷ ଏହି କାର୍ୟ୍ୟକ୍ରମକୁ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, କର୍ମଚାରୀ, ଛାତ୍ର ଛାତ୍ରୀ ଏବଂ ଅଭିଭାବକ ସହଯୋଗ କରିଥିଲେ କ୍ଷ

